ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୪।୮ (ବନ୍ଦନା ସେଠୀ): ବହୁ ବାଦବିବାଦ, ଧାରଣା ଏବଂ ଆଲୋଚନା ପରେ ଶେଷରେ ଗୁରୁବାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ୧୮ଦିନ ପରେ ବିଧିବଦ୍ଧ ଭାବେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ ସଭାପତି ପ୍ରଦ୍ୟୁମ୍ନ ଜେନା ଏକ ଖବରଦାତା ସମ୍ମଳନୀରେ ସୂଚନା ଦେଇଛନ୍ତି। ବିଏମ୍‌ସି ଓ ଆସୋସିଏଶନ୍‌ ମଧ୍ୟରେ ପୂର୍ବରୁ ହୋଇଥିବା ରାଜିନାମାକୁ ଆଉ ୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ଉଠାଦୋକାନୀମାନେ ସେଠାରେ ବସି ପାରିବେ ନାହିଁ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେବା ପରେ ଏବେ ମାର୍କେଟ ଖୋଲାଯାଇଛି। ରାଜିନାମା ଅନୁଯାୟୀ, ଏଣିକି ମାର୍କେଟ ବିଲ୍ଡିଂ ଉଠାଦୋକାନୀଙ୍କ କବଳରୁ ଜବରଦଖଲମୁକ୍ତ ରହିବ। ମାର୍କେଟ ଗେଟ୍‌ ସମ୍ମୁଖରେ ମଧ୍ୟ କୌଣସି ଉଠାଦୋକାନୀ ବସି ପାରିବେ ନାହିଁ। ଏହାର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଆସୋସିଏଶନ୍‌ ନେଇଥିବାବେଳେ ପରିମଳ ବ୍ୟବସ୍ଥା ଦୁଇପକ୍ଷଙ୍କ ଦାୟିତ୍ୱ ରହିବ। ଏଥିସହ ମାର୍କେଟ ପୂର୍ବ ଏବଂ ପଶ୍ଚିମ ଗେଟ୍‌ରେ ପର୍ଯ୍ୟାପ୍ତ ସିକ୍ୟୁରିଟି ରହିବେ। ଯଦି କେହି ଜବରଦଖଲ କରିବାକୁ ଚେଷ୍ଟା କରିବେ ତେବେ ସ୍ଥାନୀୟ ପୋଲିସ ସହାୟତାରେ ସଙ୍ଗେସଙ୍ଗେ ସେମାନଙ୍କୁ ଉଠାଯିବ ଏବଂ ସେମାନଙ୍କ ନାମରେ ଏତଲା ଦିଆଯିବ। ସେହିପରି ମାର୍କେଟ ମଧ୍ୟକୁ ଯେଭଳି ଦମକଳ ଗାଡ଼ି ସହଜରେ ଯାଇ ପାରିବ ସେ ନେଇ ଖୋଲା ସ୍ଥାନ ରଖାଯିବ। ବିଏମ୍‌ସିର ଅନୁମତି ନ ନେଇ ଆସୋସିଏଶନ୍‌ ମାର୍କେଟ ମଧ୍ୟରେ କୌଣସି ବିଜ୍ଞାପନ ବୋର୍ଡ ଲଗାଇ ପାରିବ ନାହିଁ ବୋଲି ରାଜିନାମାରେ ଉଲ୍ଲେଖ ରହିଛି। ଏହାବାଦ୍‌ ଆସୋସିଏଶନ୍‌ ନିଜର ଏକ କୋର୍‌ କମିଟି ଗଠନ କରିବ ଏବଂ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣକୁ ଆହୁରି ଉନ୍ନତ କରାଯିବ। ୧୮ଦିନ ଧରି ମାର୍କେଟ ବନ୍ଦ ରହିଥିବାରୁ ଇତି ମଧ୍ୟରେ ପ୍ରାୟ ୧୦୦କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରଦ୍ୟୁମ୍ନ କହିଛନ୍ତି। ତେବେ ମାର୍କେଟ ଖୋଲିଥିବାରୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ଖୁସି ଦେଖା ଦେଇଥିଲା। ଗୋଟେପଟେ ଆସୋସିଏଶନ୍‌ର ଦାବି ପୂରଣ ହୋଇଥିବା ବେଳେ ଉଠାଦୋକାନୀଙ୍କ ମଧ୍ୟରେ ଏହାକୁ ନେଇ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି। ମାର୍କେଟ ଖୋଲିବା ମାତ୍ରେ ଉଠାଦୋକାନୀମାନେ ଭିତରେ ବ୍ୟବସାୟ କରିବେ ବୋଲି ମହାସଂଘ ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି। ଦୀର୍ଘବର୍ଷ ଧରି ସେମାନେ ସେଠାରେ ବ୍ୟବସାୟ କରି ଆସୁଛନ୍ତି। ଉଚ୍ଚନ୍ୟାୟାଳୟରୁ ସେମାନେ ଷ୍ଟେ ଅର୍ଡର ମଧ୍ୟ ଆଣିଛନ୍ତି। ବିଏମ୍‌ସିଏ ଯାଏ ସେମାନଙ୍କ ସହ ଆଲୋଚନା କରି ନଥିବାବେଳେ କୌଣସି ଥଇଥାନ ନ କରି କିଭଳି ସେମାନଙ୍କୁ ଉଠାଇବା ପାଇଁ ନିର୍ଦ୍ଦେଶ ଦେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି। ପ୍ରଥମେ ଜାଗା ଚିହ୍ନଟ କରି ଥଇଥାନ କରୁ ତା’ ପରେ ମାର୍କେଟ ଭିତରକୁ ପ୍ରବେଶ ପାଇଁ ବାରଣ କରାଗଲେ ଯୁକ୍ତିଯୁକ୍ତ ହେବ ବୋଲି ପ୍ରତାପ କହିଛନ୍ତି।
ସୂଚନାଯୋଗ୍ୟ, ଉଠାଦୋକାନୀଙ୍କୁ ମାର୍କେଟରୁ ସ୍ଥାୟୀ ଭାବେ ଉଠାଇବା ପାଇଁ ଦାବି କରି ଜୁଲାଇ ୧୭ରେ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଥିଲା। ମାର୍କେଟର ମୁଖ୍ୟ ଗେଟ୍‌ରେ ତାଲା ମଧ୍ୟ ପକାଯାଇଥିଲା। ଏହାକୁ ବିରୋଧ କରି ପରେ ଉଠାଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଗେଟ୍‌ ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୂର୍ବରୁ ମଧ୍ୟ ୨ଥର ମାର୍କେଟ ଆସୋସିଏସନ୍‌ ସମାନ ଦାବି ନେଇ ମାର୍କେଟ ବନ୍ଦ କରିଥିଲା। କେବେ ୨ଦିନ ତ କେବେ ୪ଦିନ ମଧ୍ୟରେ ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇ ସୁଝାଇ ପୁଣି ମାର୍କେଟ ଖୋଲିବାରେ ସଫଳ ହୋଇଥିଲେ। ମାତ୍ର ବାରମ୍ବାର ଉଠାଦୋକାନୀମାନେ ମାର୍କେଟକୁ କବ୍‌ଜା କରୁଥିବାବେଳେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି। ସେହିପରି ବିଏମ୍‌ସି କେବଳ ପ୍ରତିଶ୍ରୁତି ଦେଇ ଦେଖଣାହାରୀ ସାଜୁଛି। ତେଣୁ ଏଥର ଆସୋସିଏସନ୍‌ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯାଇ ୧୮ଦିନ ଧରି ମାର୍କେଟକୁ ବନ୍ଦ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri