ଖୋଲୁନିି ‘ସହାୟତା’ ଆପ୍‌, ସିୟୁଜିକୁ ଯାଉନି କଲ୍‌

ଭୁବନେଶ୍ୱର,୨୮ା୧୧(ସତ୍ୟଜିତ୍‌ ରାଉତ):ନାଗରିକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ବିଭିନ୍ନ ସରଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଉଛି। ବିଶେଷକରି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଯୋଜନା ପରେ ଯୋଜନା ହାତକୁ ନିଆଯାଉଛି। ଏହାକୁ ନେଇ କିଛି ଦିନ ପର୍ଯ୍ୟନ୍ତ ପୋଲିସ ଅଧିକାରୀମାନେ ତତ୍ପରତା ଦେଖାଇବା ସହ ବାହା ବାଃ ନେଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଅଧିକାଂଶ ଯୋଜନା ଗୁରୁତ୍ୱହୀନ ହୋଇପଡୁଛି, ଯେଉଁଥିପାଇଁ ଏବେ ବହୁ ଯୋଜନା ଓ ଆପ୍‌ ଲୋକଙ୍କ ସେବାରେ ଆସୁନି। କ୍ରାଇମ୍‌ ଆଣ୍ଡ୍‌ କ୍ରିମିନାଲ୍‌ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ୍‌ ସିଷ୍ଟମ(ସିସିଟିଏନ୍‌ଏସ୍‌) ପ୍ରୋଜେକ୍ଟ ଅଧୀନରେ ଓଡ଼ିଶା ପୋଲିସ ପକ୍ଷରୁ ଏକ ମୋବାଇଲ ଆପ୍ଲିକେଶନ୍‌ ‘ସହାୟତା’ ରହିଛି। ରାଜ୍ୟ ଅପରାଧ ନଥି ସଂସ୍ଥା (ଏସ୍‌ସିଆର୍‌ବି) ପକ୍ଷରୁ ଏହି ଆପ୍‌କୁ ପ୍ରସ୍ତୁତ କରାଯାଇ ୨୦୧୮ ମାର୍ଚ୍ଚ ୧୪ରୁ ଲୋକଙ୍କ ସେବାର ଲଗାଯାଇଛି। ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଲୋକେ ଏହାକୁ ଡାଉନ୍‌ଲୋଡ୍‌ କରି ଘରେ ବସି ୧୮ଟି ସୁବିଧା ପାଇବାର ବ୍ୟବସ୍ଥା ରହିଛି। ହେଲେ ଏହି ଆପ୍‌ ଏବେ କାମ କରୁ ନ ଥିବା ଅଭିଯୋଗ ହୋଇଛି। ପୋଲିସ ବିଭାଗରେ ଏଭଳି ଅବ୍ୟବସ୍ଥାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପୋଲିସ ଷ୍ଟେଶନକୁ ନ ଯାଇ ଅଭିଯୋଗକାରୀ ‘ସହାୟତା’ ଆପ୍‌ ଜରିଆରେ ନିଜ ଏତଲା ଦେଇ ଏଫ୍‌ଆଇଆର୍‌ (ଫାର୍ଷ୍ଟ ଇନ୍‌ଫରମେଶନ୍‌ ରିପୋର୍ଟ)ର କପି ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ। ସେହିଭଳି କ୍ୟାରେକ୍ଟର ସାର୍ଟିଫିକେଟ୍‌, ପଟ୍ଟା ଭେରିଫିକେଶନ୍‌, ଇଭେଣ୍ଟ୍‌ ପାଇଁ ଆବେଦନ, ଏମ୍ପ୍ଲଇ ଯାଞ୍ଚ୍‌ ଆଦି ଆବେଦନ କରିହେବ। ଏଥିସହ ପ୍ରଶେସନ୍‌, ବିକ୍ଷୋଭ ଓ ଧାରଣା ପାଇଁ ଆବେଦନ, ହଜିଯାଇଥିବା ଜିନିଷ ସଂକ୍ରାନ୍ତରେ ଅଭିଯୋଗ ପଞ୍ଜୀକରଣ, ନିଖୋଜ ଲୋକଙ୍କ ସମ୍ବନ୍ଧରେ ଏହି ଆପ୍‌ ଜରିଆରେ ରିପୋର୍ଟ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଆପ୍‌ ଚାଲୁ ନ ଥିବାରୁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଲୋକେ ନାନା ରିଭ୍ୟୁ/ମନ୍ତବ୍ୟ ଦେଇଛନ୍ତି। ଏହି ଆପ୍‌କୁ ଖୋଲିବା ପରେ ତାହାକୁ ଅପ୍‌ଡେଟ୍‌ କରିବାକୁ ଲେଖା ଆସୁଛି। ହେଲେ ଅପ୍‌ଡେଟ୍‌ କରିବା ପରେ ମଧ୍ୟ ସମାନ ସମସ୍ୟା ଦେଖାଉଛି। ଏନେଇ ଏସ୍‌ସିଆର୍‌ବି ନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି, ଏହା ଆଇଟି ସିଷ୍ଟମ୍‌ ହୋଇଥିବା ବେଳେ କେତେବେଳେ କେମିତି ଏଥିରେ ଅସୁବିଧା ହେଉଛି। ଏଥିପାଇଁ ହେଲ୍ପ ଡେସ୍କ ନମ୍ବର ରହିଛି ବୋଲି ସେ କହିଛନ୍ତି।
ସେହିଭଳି ରାଜ୍ୟର ଅଧିକାଂଶ ଥାନା ଅଧିକାରୀ ଓ ଏସ୍‌ଡିପିଓଙ୍କ ସିୟୁଜି (କ୍ଲୋଜ୍‌ଡ ୟୁଜର୍‌ ଗ୍ରୁପ୍‌) ନମ୍ବରକୁ ମଧ୍ୟ କଲ୍‌ ଯାଉନାହିଁ। ଅଧିକାରୀ ବଦଳିଲେ ମଧ୍ୟ ସମାନ ନମ୍ବରରେ ଲୋକେ ଯୋଗାଯୋଗ କରିବାର ବ୍ୟବସ୍ଥା ରହିଛି। ଏସବୁ ନମ୍ବର ଅକାମୀ ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସିୟୁଜି ନମ୍ବରକୁ କଲ୍‌ କଲେ ସୁଇଚ୍‌ ଅଫ୍‌ ଥିବା କହୁଛି। ସେହିଭଳି ଥାନାଗୁଡ଼ିକର ଅଧିକାଂଶ ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରକୁ ମଧ୍ୟ କଲ୍‌ ଯାଉ ନ ଥିବା ଜଣାପଡିଛି। ଏନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, ଯୋଜନା ଉପରେ ଯୋଜନା ଚାଲିଛି। ହେଲେ ଏସବୁ ଯୋଜନାର କିଛି ସୁଫଳ ମିଳିପାରୁନାହିଁ। କିଛି ସାଧାରଣ ଲୋକ ଏବଂ ମୁଁ ମଧ୍ୟ ସହାୟତା ଆପ୍‌ ଜରିଆରେ ସୁବିଧା ପାଇବାକୁ ଯାଇ ବିଫଳ ହୋଇଛୁ। ଯେଉଁ ଯୋଜନା ପୋଲିସ କରୁଛି ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri