କଂଗ୍ରେସରେ ପୁଣି ଖୋଲା ବିଦ୍ରୋହ

ଭୁବନେଶ୍ବର, ୯ା୫(ବ୍ୟୁରୋ): କଂଗ୍ରେସରେ ପୁଣିଥରେ ନେତୃତ୍ୱକୁ ନେଇ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇଯାଇଛି। ବରିଷ୍ଠ ନେତାମାନେ ଖୋଲାଖୋଲି ଦଳର ରାଜ୍ୟ ନେତୃତ୍ୱକୁ କଟାକ୍ଷ କରିଛନ୍ତି। ଏଥିଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଏଭଳି କରାଯାଇଛି। ଦୀର୍ଘଦିନ ହେବ କଂଗ୍ରେସର ବିଭିନ୍ନ ସାଙ୍ଗଠନିକ ହେଉ ବା ରାଜନୈତିକ କାର୍ଯ୍ୟକ୍ରମରେ ଦେଖା ଦେଉ ନ ଥିବା ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଖୋଲାଖୋଲି ଦଳର ନେତୃତ୍ୱଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି। ନିକଟରେ ଘୋଷଣା କରାଯାଇଥିବା ପିସିସି କମିଟିର ତାଲିକା ପ୍ରକାଶ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ୱାରା ଆୟୋଜିତ ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ରରେ ଯୋଗଦେଇ ଚିରଞ୍ଜୀବ କହିଛନ୍ତି, ଓଡ଼ିଶା ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଥିବାବେଳେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୮୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ କଂଗ୍ରେସ ନେତାମାନେ ଦଳ ପାଇଁ ଲଢ଼େଇ କରିଛନ୍ତି, ସେମାନଙ୍କୁ ଏକଜୁଟ୍‌ କରିବାର ସମୟ ଆସିଛି। ୧୯୭୭ରେ ଜରୁରିକାଳୀନ ପରିସ୍ଥିତି ପରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ହାରି ଯାଇଥିଲା। ସେହି ସମୟରେ ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟର ବହୁ ନିର୍ବାଚନମଣ୍ଡଳୀରେ ବୁଲି ଅନେକ ଯୁବକଙ୍କୁ ରାଜନୀତିକୁ ଆଣିଥିଲେ, ଯାହାଫଳରେ ୧୯୮୦ରେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀ ଓ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଆସିଥିଲା। ବହୁ ଯୁବକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୧୯୮୦ରେ ‘ହଜାରେ ଦିନରେ ହଜାରେ ଶିଳ୍ପ’ ନାରା ଜାନକୀ ବାବୁ ଦେଇଥିଲେ। ଫଳରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଜଗତପୁର ଶିଳ୍ପାଞ୍ଚଳ, ଗୋଳାବାରୁଦ ଫ୍ୟାକ୍ଟ୍ରି ଓ ନାଲ୍‌କୋ ପରି ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ବହୁ ବୃହତ୍‌ ଜଳସେଚନ ପ୍ରକଳ୍ପ, ଓଭରବ୍ରିଜ୍‌ ଓ ରିଙ୍ଗ ରୋଡ୍‌ ନିର୍ମାଣ କରାଯାଇଥିଲା। ୨୦୦୦ରୁ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି। ଯେଉଁ ପିଲାମାନେ ୨୦୦୦ରେ ଜନ୍ମଗ୍ରହଣ କରିଥିଲେ, ସେମାନଙ୍କୁ ଏବେ ୨୩ ବର୍ଷ ହେଲାଣି। ସେମାନେ ନବୀନ ପଟ୍ଟନାୟକଙ୍କ ଛଡ଼ା ଆଉ କିଛି ଶୁଣୁ ନାହାନ୍ତି। ୧୯୭୭ରେ କଂଗ୍ରେସ ଯେଉଁଭଳି ପରିସ୍ଥିତିରେ ଥିଲା, ତା’ଠାରୁ ଆହୁରି ଖରାପ ପରିସ୍ଥିତିରେ ଏବେ ରହିଛି। କଂଗ୍ରେସର ବିଧାୟକଙ୍କ ସଂଖ୍ୟା କମିଯାଉଛି। ୧୯୯୦ରେ ୧୦ ଜଣ ବିଧାୟକ ଆସିଥିଲେ। ହେଲେ ଜାନକୀବାବୁ, ବସନ୍ତବାବୁ, ନିରଞ୍ଜନ ବାବୁ ଓ ଅନ୍ୟ ପୁରୁଖା ନେତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ୧୯୯୫ରେ କଂଗ୍ରେସ ପୁଣିଥରେ ସରକାରକୁ ଆସିଥିଲା ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ୯ ଜଣ ବିଧାୟକ ଅଛନ୍ତି। ଆଗାମୀ ଦିନରେ କେତେ ରହିବେ, ତାହା କହିହେବ ନାହିଁ। ୯ରୁ ୯୦ ହେଉଛି ନା ୯୧ ହେଉଛି ଦେଖିବା। ଦିନକୁ ଦିନ ନମ୍ବର ବଢ଼ି ଚାଲିଛି। କଂଗ୍ରେସର ଆଉ ଲଢ଼ିବା ମନୋବୃତ୍ତି ନାହିଁ। ତେଣୁ ଯୁବଗୋଷ୍ଠୀ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇ ଆସୁନାହାନ୍ତି। ଯୁବକମାନଙ୍କୁ ଆକୃଷ୍ଟ କରିବାର ସମୟ ଆସିଛି। ଯେଉଁ ଯୁବକମାନେ କଂଗ୍ରେସରେ ଆକ୍ଟିଭ ହୋଇ ଅଛନ୍ତି, ସେମାନଙ୍କୁ ଠିକ୍‌ ଭାବେ ସୁଯୋଗ ଦିଆଯିବା ଆବଶ୍ୟକ। ମୋତେ ଏବେ ସନ୍ଦେହ ହେଉଛି, ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ଠିକ୍‌ ପ୍ରାର୍ଥୀ ମିଳିବେ କି ନାହିଁ। କଂଗ୍ରେସ ହାରିବ ବୋଲି ମୂଳରୁ ପ୍ରସ୍ତୁତ ହୋଇ ରହିଛି। ଆମ ଦଳର ଗୋଟିଏ ପୁରୁଣା ରୋଗ ଅଛି, ଯିଏ ପିସିସି ସଭାପତି ହେବ, ସିଏ କାହାକୁ ପଚାରିବ ନାହିଁ। ପିସିସି ସଭାପତି ନ ହେବା ପର୍ଯ୍ୟନ୍ତ ସବୁ ଠିକ୍‌, ହୋଇଗଲା ପରେ ବଦଳି ଯାଆନ୍ତି ବୋଲି ଚିରଞ୍ଜୀବ କହିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦଳରେ ଠିକ୍‌ ଲୋକକୁ ଠିକ୍‌ ସୁଯୋଗ ମିଳୁନାହିଁ। ମୋକିମ୍‌ କହିଛନ୍ତି, ଦଳରେ ଯେତେବେଳେ କାନ କୁହା କଥା ଶୁଣିବା ବନ୍ଦ କରିଦେବେ ଦଳ ସଙ୍ଗଠିତ ହେବ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା ତାଙ୍କ ଘରର କଥା। ସେଇଟା ଏକାଠି ବସି ଆଲୋଚନା କରାଯିବ। ଏବେ ଉପନିର୍ବାଚନ ସମୟ ଚାଲିଛି। ଏବେ ଝାରସୁଗୁଡା ଉପରେ ସମସ୍ତେ ଧ୍ୟାନ ଦେଇଛନ୍ତି। ଏହା ସରିଯିବା ପରେ କ’ଣ ହୋଇଛି ବୁଝିବୁ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ ବର୍ଷା

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି।

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା,...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri