ଭୋଟବାକ୍ସ ସିଲ୍‌ ଖୋଲା ନେଇ ଉତ୍ତେଜନା

ଚଣ୍ଡିଖୋଲ,୧୯ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟକୁ ଅସ୍ଥାୟୀ ଭୋଟବାକ୍ସ ସଂରକ୍ଷଣ କେନ୍ଦ୍ର କରାଯାଇଛି। ତେଣୁ ଏଠାକୁ ଭୋଟ ବାକ୍ସ ଆସୁଛି। ଶୁକ୍ରବାର ଭୋଟ ଶେଷପରେ ଉକ୍ତ ବ୍ଲକ ଚମ୍ପାପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ୩ ନଂ. ବୁଥ୍‌ ଭୋଟ ବାକ୍ସକୁ ପୋଲିଂ ଅଧିକାରୀ ଆଣିଥିଲେ। ତେବେ କେନ୍ଦ୍ରରେ ବାକ୍ସ ଖୋଲି ଅଦଳବଦଳ କରାଯାଇଥିବା ଭାଜପା କର୍ମୀ ଅଭିଯୋଗ କରିଥିଲେ। ଫଳରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ମୃଦୁ ଲାଠି ଚାଳନା କରିଥିଲା। ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ଭୋଟବାକ୍ସ ଖୋଲାଥିବାବେଳେ ଏହା ନିକଟରେ ପୋଲିଂ ଅଧିକାରୀ ଛିଡ଼ା ହେବା ଦେଖି ଭାଜପା କର୍ମୀ ହୋହଲ୍ଲା କରିଥିଲେ। ଖବର ପାଇ ଶତାଧିକ କର୍ମୀ ଘଟଣାସ୍ଥଳରେ ରୁଣ୍ଡ ହୋଇ ଭୋଟବାକ୍ସରେ ଜାଲିଆତି ହୋଇଥିବା ଅଭିଯୋଗ କରି ଜଣେ ପୋଲିଂ ଅଧିକାରୀଙ୍କୁ ମାଡ଼ ମାରିଥିଲେ। ଭାଜପା ନେତା ଅମର ନାୟକ ପହଞ୍ଚିବା ପରେ ପରିସ୍ଥିତି ଆହୁରି ଉତ୍ତେଜନା ମୂଳକ ହୋଇଥିଲା। ପୋଲିସ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକେ କିଛି ଶୁଣି ନ ଥିଲେ। ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ, ତହସିଲଦାର ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଶେଷରେ ପୁନଃ ର୍ବାର ଉପସ୍ଥିତ ଲୋକଙ୍କ ସମ୍ମୁଖରେ ଭୋଟବାକ୍ସ ସିଲ କରାଯାଇ ସଂରକ୍ଷଣ କକ୍ଷକୁ ନିଆଯାଇଥିଲା। ତେବେ ପରିବହନ ସମୟରେ ଭୋଟ ବାକ୍ସ ଖୋଲି ଯାଇଥିବା ନେଇ ଦାୟିତ୍ୱରେ ଥିବା ଅଧିକାରୀ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଲୋକାର୍ପିତ

ପାରାଦୀପ,୨୬ା୪(ସ୍ବ.ପ୍ର.):ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ସୋମବାର ପାରାଦୀପର ଇଫକୋ କାରଖାନା ସଲଗ୍ନ ମହାନଦୀରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ, ଜଳପଥ ଓ ଆୟୁଷ...

ସ୍ତ୍ରୀ-ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କୁ...

ପୋକ ଲାଗି କାଜୁଗଛର ବଉଳ, ପତ୍ର ନଷ୍ଟ : ଦୁର୍ଦ୍ଦିନରେ ୬୫୦ ଆଦିବାସୀ ପରିବାର, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ କାଳିମେଘି, ଚନ୍ଦନପୁର ଓ ଘୋଡ଼ାପଡା ପଞ୍ଚାୟତର ୧୯ ଖଣ୍ଡ ଆଦିବାସୀ ଗାଁର ୬୫୦ ପରିବାର ଏବେ ଦୁର୍ଦ୍ଦିନରେ...

ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା...

ଖେଳ ପିଲାଙ୍କୁ ବିକଶିତ କରିଥାଏ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ୭ମ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସାଇ ଅଲିମ୍ପିକ୍ସ’ ସୋମବାର ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଅଲିମ୍ପିଆନ୍‌...

ଉପନିର୍ବାଚନ ପାଇଁ ରଣନୀତି: ପିପିଲି ଦାୟିତ୍ୱରେ ବିଜେଡି ନେତାଙ୍କ ତାଲିକା

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ପିପିଲି ଉପନିର୍ବାଚନ ୧୭ ଏପ୍ରିଲରେ ଅନୁଷ୍ଠିତ ହେବ। ପିପିଲିବାସୀଙ୍କ ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ଶାସକ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି।...

ବନ୍ଦ କରିଦେଲେ ପ୍ରେସ୍‌ ବିଜ୍ଞପ୍ତି

ଭୁବନେଶ୍ବର,୧।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ଏବେ ଯେଉଁ ସ୍ଥିତିରେ ପହଞ୍ଚିଛି ତାହାର ବାସ୍ତବ ଚିତ୍ର କେହି ଦେଖିପାରୁନାହାନ୍ତି। ୨୦୧୭...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ

ବାଲିକୁଦା,୨ା୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ଭଗବାନ ସିଣ୍ଢୋଳ ଗଁାର ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ସୋମବାର ବିଳମ୍ବିତ ରାତିରେ କଟକ...

Advertisement
Archives

Model This Week