ବଣ୍ଡାଘାଟିରେ ଖୋଲାଆକାଶ ତଳେ ସ୍କୁଲ

ମାଲକାନଗିରି,୨୮।୬(ଡି.ଏନ୍‌.ଏ.):ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ହାଇସ୍କୁଲଗୁଡ଼ିକର ବିକାଶ ମଧ୍ୟ କରୁଛନ୍ତି। ହେଲେ ଉପାନ୍ତ ଆଦିବାସୀ ଅଞ୍ଚଳରେ ପ୍ରାଥମିକ ସ୍କୁଲ ଖୋଲା ଆକାଶ ତଳେ ଚାଲିଛି। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ବଣ୍ଡାଘାଟି କିଚପଡ଼ା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
କିଚପଡ଼ା ଗ୍ରାମରେ ପିଲାଙ୍କ ପଢ଼ିବା ପାଇଁ ଶ୍ରେଣୀଗୃହ ଏବଂ ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନାହାନ୍ତି। ଦୀର୍ଘବର୍ଷ ତଳେ ଏକ ଭଙ୍ଗାଘରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଘର ଭାଙ୍ଗି ଯାଇଥିବାବେଳେ ଏହା ପରଠାରୁ ଛାତ୍ରୀଛାତ୍ରମାନେ ଖୋଲା ଆକାଶ ତଳେ ବସି ପାଠ ପଢ଼ୁଛନ୍ତି। ଖରା ଏବଂ ଶୀତଦିନେ ପିଲାଙ୍କୁ କୌଣସି ପ୍ରକାରେ ଶିକ୍ଷାଦାନ କରାଯାଉଥିବାବେଳେ ବର୍ଷାଦିନରେ ପିଲାଙ୍କ ପାଠପଢ଼ା କିପରି ହେଉଥିବ ତାହା ସ୍ପଷ୍ଟ ଅନୁମେୟ।
ପ୍ରଶାସନ ପକ୍ଷରୁ ୨୦୧୭ରେ ସ୍କୁଲଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ହୋଇପାରୁନି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ କାମ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀ ଏବଂ ଶିକ୍ଷକମାନେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ବିଷୟରେ ମାଲକାନଗିରି ଜିଲା ଶିକ୍ଷାଧିକାରୀ ମାନସ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଗ୍ରାମରେ ବିଦ୍ୟାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ତେବେ ପୂର୍ବରୁ ଉକ୍ତ ଗ୍ରାମକୁ ରାସ୍ତା ନ ଥିବାରୁ ବିଦ୍ୟାଳୟ ନିର୍ମାଣ କରିବା ସମ୍ଭବ ହୋଇ ନ ଥିଲା। ଏବେ ରାସ୍ତା ନିର୍ମାଣ ହୋଇଥିବାବେଳେ ଶୀଘ୍ର ସ୍କୁଲ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ସପ୍ତାହରେ ୨ କମ୍ପାନୀର ଶୁଭ କାର୍ଯ୍ୟକ୍ରମ ସ୍ଥଗିତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୩: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ୨ କାରଖାନା ଶୁଭ ଦେଇ ନ ପାରି...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ...

ଆକର୍ଷଣୀୟ ହେବନି ଆରାଧନା

ବଅଁରପାଳ,୭ା୯ ଦିନ କେଇଟା ପରେ ବିଶ୍ୱକର୍ମା ପୂଜା। ମହାମାରୀ କରୋନା ବ୍ୟାପୁ ନ ଥିଲେ ଏତେବେଳକୁ ଚଳଚଞ୍ଚଳ ହୋଇଉଠିଥାନ୍ତା ଅନୁଗୋଳ ଜିଲାର ନାଲ୍‌କୋନଗର। ଚମତ୍କାର ସାଜସଜ୍ଜା...

ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା...

ଜେଲରେ ଓକିଲଙ୍କୁ ଭେଟିଲେ ଓଲା ପ୍ରତିନିଧି

ସମ୍ବଲପୁର,୧୪।୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା...

ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିଲା ବସ୍‌, ଭାରସାମ୍ୟ ହରାଇ ଓଲଟିଲା

ଭଦ୍ରକ ଅଫିସ, ୪।୫: ଟ୍ରେନରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଗଞ୍ଜାମରୁ ଆଣିବା ପାଇଁ ଯାଉଥିବା ଏକ ଘରୋଇ ବସ୍‌ ୧୬ ନଂ. ଜାତୀୟ ରାଜପଥର ଭଦ୍ରକ...

ଘୋଷଣାରେ ସୀମିତ ଆଦର୍ଶ ଗାଁ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଗାଁବାସୀ

ପଦ୍ମପୁର, ୨୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଦହିଗଁା ପଁଚେତ୍‌ର ବ୍ରାହ୍ମଣଡ଼ିହି ଗଁାକେ ୨ ବଛର ଆଗରୁ ମାଲ ମାଲ ଅଫିସରକଁର ଧାର ଲମିଥିଲା।...

ବିନା ଭକ୍ତରେ ସ୍ନାନଯାତ୍ରା, ରଥଯାତ୍ରା ନେଇ ପ୍ରସ୍ତାବ; ଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପୁରୀ ଅଫିସ, ୩୦।୫: ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଶନିବାର ଭୁବନେଶ୍ୱର ଓ ପୁରୀରେ ଭିଡିଓ...

Advertisement
Archives

Model This Week