ଫିଲ୍ମ ପାଇଁ ମିଳିଥିବା ଆଓ୍ବାର୍ଡକୁ ବାଥରୁମରେ ଛାଡି ଆସିଥିଲେ ସନି ଦେଓଲ: କାରଣ ଜାଣିଲେ…

ସନ୍ନି ଦେଓଲ ତାଙ୍କର ରାଗ ପାଇଁ ବଲିଉଡରେ ବେଶ ପ୍ରସିଦ୍ଧ। କୁହାଯାଏ ଯେ ଯଦି ସେ ଥରେ ରାଗିଯାନ୍ତି ତେବେ ସେ କାହା କଥା ଶୁଣନ୍ତି ନାହିଁ। ସନ୍ନି ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଅଦ୍ୟାବଧି ସେ ‘ଗଦର’, ‘ଘାୟଲ’, ତ୍ରିଦେବ୍‌ଙ୍କ ସମେତ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ସନି ଫିଲ୍ମ ଦୁନିଆରେ ଏକ ଆକ୍ସନ ଅଭିନେତା ଭାବରେ ଜଣାଶୁଣା । ତାଙ୍କ ଚଳଚ୍ଚିତ୍ର ‘ଗଦର’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। କିନ୍ତୁ ଏହି ଚଳଚ୍ଚିତ୍ର ପାଇଁ ପୁରସ୍କାର ପାଇବା ପାଇଁ ପହଞ୍ଚିଥିବା ସନ୍ନି ଏପରି କିଛି କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପ୍ରକୃତରେ ସନ୍ନିଙ୍କୁ ‘ଗଦର’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ କ୍ରିଟିକ୍‌ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ସନ୍ନି ଏହି ପୁରସ୍କାରକୁ ପସନ୍ଦ କରି ନ ଥିଲେ। ପରେ ପୁରସ୍କାରକୁ ବାଥରୁମରେ ଛାଡି ଚାଲିଗଲେ । ସନ୍ନିଙ୍କ ପରି ତାଙ୍କ ପିତା ଧର୍ମେନ୍ଦ୍ର ମଧ୍ୟ ପୁରସ୍କାର ପସନ୍ଦ କରନ୍ତି ନାହିଁ। ଫିଲ୍ମ ଜଗତରେ ଦିଆଯାଇଥିବା ଏହି ପୁରସ୍କାର ବିଷୟରେ ଉଭୟେ ଅନେକ କଥା କହିଛନ୍ତି ଏବଂ ପୁରସ୍କାର ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଜାଣନ୍ତୁ ବାଥରୁମରେ ପୁରସ୍କାର ଛାଡିବାର କାରଣ କ’ଣ ଥିଲା?।

ଜି ଟେଲିଫିଲ୍ମର ପୂର୍ବତନ ସିଇଓ ସନ୍ଦୀପ ଗୋୟଲ ତାଙ୍କ ପୁସ୍ତକ ‘ହନେଷ୍ଟି ଟୁ ଗଡ’ରେ ସନ୍ନି କାହିଁକି ବାଥରୁମରେ ପୁରସ୍କାର ଛାଡିଛନ୍ତି ସେ ବିଷୟରେ ଲେଖିଥିଲେ। ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ୨୦୦୧ ଚଳଚ୍ଚିତ୍ର ‘ଗଦର’ ଜି ଟେଲିଫିଲ୍ସ ନିଜେ ପ୍ରସ୍ତୁତ କରିଥିଲେ। ଏହି ପୁରସ୍କାର କାର୍ଯ୍ୟ ମଧ୍ୟ ଜି ଦ୍ୱାରା ଆୟୋଜିତ ହୋଇଥିଲା ଯଦିଓ ଫିଲ୍ମ ପୁରସ୍କାର ଦେବାବେଳେ ଅମିର ଖାନଙ୍କ ଫିଲ୍ମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା, ସନି ଦେଓଲଙ୍କ ଫିଲ୍ମ ‘ଗଦର’ ଏହି ତାଲିକାରୁ ବାଦ ପଡିଥିଲା।

ଜି ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର’ ପ୍ରସ୍ତୁତ କରିଥିଲେ। ଏହି କାରଣରୁ ପୁରସ୍କାର କାର୍ଯ୍ୟରେ ଫିଲ୍ମକୁ ଅନ୍ତର୍ଭୂକ୍ତ କରାଯାଇ ନଥିଲା । ଏହି ପୁରସ୍କାର କାର୍ଯ୍ୟରେ ଆମୀର ଖାନଙ୍କ ଚଳଚ୍ଚିତ୍ର ‘ଲଗାନକୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଅମିର ଖାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?