କେବଳ ଜଣେ

ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣାକୁ ମାତ୍ର କେତୋଟି ଦିନ ଥିବାବେଳେ ନିର୍ବାଚନ କମିଶନର (ଇସି) ଅରୁଣ ଗୋଏଲଙ୍କ ଇସ୍ତଫା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୌତୂହଳର କଥା ହେଲା, ଗତ ଫେବୃଆରୀ ୫ରେ ଅନ୍ୟତମ ଇସି ଅନୁପ ଚନ୍ଦ୍ର ପାଣ୍ଡେ ଅବସର ନେଇଥିଲେ। ତେଣୁ ୩ ଜଣିଆ ନିର୍ବାଚନ କମିଶନରେ ଏବେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏକା ରହିଲେ। କେଉଁ ପରିସ୍ଥିତିରେ ପଡ଼ି ଗୋଏଲ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ତାଙ୍କ ବ୍ୟକ୍ତିଗତ ଅସୁବିଧା ଦେଖାଇ ଏଭଳି ନିଷ୍ପତ୍ତି ନେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। କିନ୍ତୁ ତାଙ୍କ ଇସ୍ତଫା ବିଷୟରେ ବିଭିନ୍ନ ସୂତ୍ର ଅଲଗା ଅଲଗା ବିଷୟ ଅବତାରଣା କରୁଛନ୍ତି। ଶୁଣିବାକୁ ମିଳୁଛି ସେ ପଞ୍ଜାବରୁ ନିର୍ବାଚନ ଲଢ଼ିବା ଲାଗି ଇସ୍ତଫା ଦେଇଛନ୍ତି। ପୁଣି କୁହାଯାଉଛି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ତାଙ୍କର ମତଭେଦ ଥିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି।
ଅରୁଣ ଗୋଏଲଙ୍କ ଚାକିରି ଜୀବନ ଅତ୍ୟନ୍ତ ବିବାଦୀୟ ରହିଆସିଛି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଗୋଏଲ ୨୦୧୯ ଡିସେମ୍ବରରୁ ୧୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଭାରି ଶିଳ୍ପ ମନ୍ତ୍ରଣାଳୟ ସଚିବ ଭାବେ ଦାୟିତ୍ୱ ତୁଲାଇ କାର୍ଯ୍ୟକାଳ ଶେଷ ହେବାର ମାସକ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାର ଦିନକ ପରେ ସେ ଇସି ଭାବେ ନିଯୁକ୍ତି ପାଇଥିଲେ ଏବଂ ୨୧ ନଭେମ୍ବରରେ ଦାୟିତ୍ୱ ନେଇଥିଲେ। ତରବରିଆ ଭାବେ ହୋଇଥିବା ତାଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ଗୋଏଲଙ୍କ ତରବରିଆ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ କେବଳ ପ୍ରଶ୍ନ କରିଥିଲେ। ବର୍ତ୍ତମାନର ସ୍ଥିତି ଦେଖିଲେ ସିଇସି ଓ ଇସିଙ୍କୁ ନିଯୁକ୍ତି ଦିଆଯାଉଥିବା କମିଟିରେ ପ୍ରଧାନମନ୍ତ୍ରୀ, ଜଣେ କ୍ୟାବିନେଟ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ରହିଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଉକ୍ତ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀଙ୍କୁ ରଖାଯିବା ନେଇ ଅତୀତରେ ବହୁ ବାଦବିବାଦ ଦେଖାଦେଇଛି। ଏବେ ଖାଲି ପଡ଼ିଥିବା ସ୍ଥାନରେ ନୂତନ ଭାବେ ଦୁଇ ଜଣଙ୍କୁ ନିଆଯାଇପାରେ। ଏଥିରୁ ଜଣାପଡୁଛି କେନ୍ଦ୍ରରେ ଶାସନ କରୁଥିବା ଦଳ ଆଉ ଦୁଇ ଜଣଙ୍କୁ ନୂତନ ଭାବେ କମିଶନର ପଦବୀରେ ବସାଇପାରିବ ଏବଂ ସେମାନେ ସ୍ବାଭାବିକ ଭାବେ ଭାଜପା ସମର୍ଥକ ହୋଇଥିବେ ବୋଲି ସ୍ପଷ୍ଟ କହିହେବ। ଇଲେକ୍‌ଶନ୍‌ କମିଶନରରେ ଏଭଳି ସର୍ବୋଚ୍ଚ ପଦବୀ ଖାଲିପଡ଼ିବା ଏବଂ ତାହା ମାସକ ପରେ ହେବାକୁଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଏପରି ସ୍ଥିତି ଉପୁଜିବା ହୁଏତ କ୍ଷମତାସୀନ ବ୍ୟକ୍ତିଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ହୋଇ ନ ଥିବ। ଏଥିରୁ ଖିଅ ଟାଣି କୁହାଯାଇପାରେ ଯେ ଶାସକ ଦଳ ନିଜ ଲୋକପ୍ରିୟତା ସମ୍ପର୍କରେ ସନ୍ଦେହରେ ଅଛି। ହୁଏତ ସେଥିପାଇଁ ଦୁଇ ଜଣ କଠୋର ସମର୍ଥକଙ୍କୁ ଶେଷ ମୁହୂର୍ତ୍ତରେ ନିର୍ବାଚନ କମିଶନର ଦାୟିତ୍ୱ ଦେଲେ ସେହି ନବନିଯୁକ୍ତ କମିଶନର ଏବଂ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୩ ଜଣ ଯାକ ମିଶି ଭାଜପାକୁ ଜିତାଇବା ପାଇଁ ସବୁପ୍ରକାର ପ୍ରୟାସ କରିବେ। ଯଦି ସେହି ଦଳ ପାଇଁ ଲୋକଙ୍କ ସମର୍ଥନ ଉଛୁଳୁ ଥାଆନ୍ତା, ତେବେ ସରକାରୀ କଳର ଆଖିଦୃଶିଆ ସମର୍ଥନ ପ୍ରୟୋଜନ ହୋଇ ନ ଥାନ୍ତା। ଅନ୍ୟପଟେ ଏହା ମଧ୍ୟ ହୋଇପାରେ ଯେ କେବଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ନିର୍ବାଚନ ସମ୍ମୁଖୀନ ହେଲେ ଭାଜପା ସନ୍ତୁଷ୍ଟ ରହିବ ନାହିଁ। ଉଭୟ ପରିସ୍ଥିତି ଦର୍ଶାଉଛି ସେହି ଦଳର ନେତୃତ୍ୱରେ ହୁଏତ ନିଜର ଶକ୍ତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ନାହିଁ। ଏଠାରେ ମନେରଖିବାକୁ ହେବ ଯେ ଭାଜପା ପ୍ରତି ଓଡ଼ିଶାରେ ଦେଖା ଦେଇଥିବା ସମର୍ଥନ ହୁଏତ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଭିନ୍ନ ରୂପ ଧାରଣ କରିଥାଇପାରେ। ତାହା ଆମେ ଜନସାଧାରଣ ଯାହା ଜାଣିପାରୁ ନାହୁଁ, ସେହି ଦଳର ନେତୃତ୍ୱ ନିଶ୍ଚିତ ଭାବେ ଆମଠାରୁ କାହିଁ କେତେ ଅଧିକ ଜାତୀୟ ସ୍ତରର ପରିସ୍ଥିତିକୁ ଅତି ଭଲ ଭାବେ ବୁଝିସାରିଥିବେ। ସେଥିପାଇଁ ଆନ୍ଧ୍ରରେ ଟିଡିପି ସହିତ ବୁଝାମଣାଠାରୁ ଆରମ୍ଭ କରି ବିହାରରେ ନୀତୀଶଙ୍କୁ ଏନ୍‌ଡିଏକୁ ଫେରାଇଆଣି ସେହି ବ୍ୟସ୍ତତାକୁ ଇଙ୍ଗିତ କରୁଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?