Posted inଜାତୀୟ

ଲୋକଙ୍କ ହୃଦୟରେ କେବଳ ମୋଦି ଜୀ ଅଛନ୍ତି:ଅମିତ ଶାହା

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲଙ୍ଗାନାର ବିଧାନସଭା ନିର୍ବଚନ ଫଳାଫଳକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜିର ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ, ତୁଷ୍ଟୀକରଣ ଏବଂ ଜାତି ଭିତ୍ତିକ ରାଜନୀତିର ଦିନ ସମାପ୍ତ ହୋଇଛି ବୋଲି କହିଛନ୍ତି ଶାହା।
ଅମିତ ଶାହା କହିଛନ୍ତି, ଲୋକଙ୍କ ହୃଦୟରେ କେବଳ ମୋଦି ଜୀ ଅଛନ୍ତି। ନୂଆ ଭାରତ ପ୍ରଦର୍ଶନ ଭିତ୍ତିକ ରାଜନୀତି ହିସାବରେ ଭୋଟ ଦେଇଛି। ଏହି ବିପୁଳ ସମର୍ଥନ ପାଇଁ ମୁଁ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଲୋକଙ୍କୁ ଧନ୍ୟବାଦ ଦେଉଛି। ଭାଜପାର ଏହ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ।
ଅମିତ ଶାହା ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ବୀରଭୂମି ରାଜସ୍ଥାନବାସୀଙ୍କୁ ହୃଦୟରୁ କୃତଜ୍ଞତା। ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପାକୁ ଆଶୀର୍ବାଦ ଦେଇଥିବାରୁ ମୁଁ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ମଧ୍ୟପ୍ରଦେଶର ଏହି ବିଶାଳ ବିଜୟ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରଙ୍କ କଲ୍ୟାଣ ନୀତି ତଥା ଉତ୍ତମ ଶାସନ ଉପରେ ଜନସାଧାରଣଙ୍କ ଅନୁମୋଦନ। ବହୁ ସଂଖ୍ୟାରେ ଆଶୀର୍ବାଦ ଦେଇ ଭାଜପାକୁ ନିରନ୍ତର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ଜନସାଧାରଣଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଶାହା କହିଛନ୍ତି।

ଶାହା କହିଛନ୍ତି, ଛତିଶଗଡର ଆଦିବାସୀ, ଗରିବ, କୃଷକ ଭଉଣୀ ଏବଂ ଭାଇମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ୱାସ କରି ଭାଜପାକୁ ବହୁ ସଂଖ୍ୟାରେ ଆଶୀର୍ବାଦ ଦେଇଛନ୍ତି। ଏହି ବିଶାଳ ବିଜୟ ପାଇଁ ମୁଁ ଛତିଶଗଡର ଲୋକଙ୍କୁ କୃତଜ୍ଞତା ଜଣାଉଛି।

ଅମିତ ଶାହା କହିଛନ୍ତି, ତେଲଙ୍ଗାନାବାସୀଉତ୍ସାହର ସହ ସମର୍ଥନ କରିଥିବାରୁ ମୁଁ କୃତଜ୍ଞ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ତେଲଙ୍ଗାନାର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବ। ଲୋକଙ୍କ ସହଯୋଗରେ ଆମେ ନିଶ୍ଚିତ ଭାବରେ ତେଲେଙ୍ଗାନାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ବିଦ୍ୟୁତ ଆଘାତ ଦେଇ ସ୍ବାମୀଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସ୍ତ୍ରୀ, ନିଦରୁ ଉଠିପଡିଲେ ସ୍ବାମୀ, ଆଉ ତା’ପରେ…

ମୁମ୍ବାଇ, ୧୧।୫: ମହାରାଷ୍ଟ୍ରର ଯବତମାଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସାତ ପ୍ରତିଜ୍ଞାର ଏକ ବିବାହ ହତ୍ୟା ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଅଭିଯୋଗ…

ପେଟ୍ରୋଲ-ଡିଜେଲ, ଏଲପିଜି ସମ୍ପର୍କରେ ବଡ଼ ବୟାନ ଜାରି କଲା ପେଟ୍ରୋଲିୟମ ମନ୍ତ୍ରଣାଳୟ, ଭାରତ ଉପରେ…

ନୂଆଦିଲ୍ଲୀ,୧୧।୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ…

ପୁଣିଥରେ ହେବ ଲକଡାଉନ! ପ୍ରଧାନମନ୍ତ୍ରୀଙ୍କ ଏହି ୩ଟି ବଡ଼ ଅପିଲ ପରେ ଦେଶରେ ହଇଚଇ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଇଦ୍ରାବାଦରେ ନିକଟରେ ଭାଷଣ ସାରା ଦେଶରେ ବ୍ୟାପକ ଆଲୋଚନାର ସୂତ୍ରପାତ କରିଛି, ଅନେକ ଲୋକ ତାଙ୍କ ଆବେଦନକୁ COVID-19 ଲକଡାଉନ ସମୟରେ…

ସୁନା ନ କିଣିବା ପାଇଁ କାହିିଁକି ଅପିଲ କଲେ ପ୍ରଧାନମନ୍ତ୍ରୀ, ୧୯୮୦ରେ ଘଟିଥିଲା କ’ଣ? ଜାଣିଲେ ଆପଣ ବି…

ନୂଆଦିଲ୍ଲୀ,୧୧।୫: ଗତ ଦେଢ଼ ବର୍ଷ ମଧ୍ୟରେ ସୁନାର ବୃଦ୍ଧି ପାଉଥିବା ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଭାରତରେ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ…

RCBକୁ ଜିତାଇବା ପରେ ମଧ୍ୟ କାନ୍ଦିଲେ କ୍ରୁନାଲ ପାଣ୍ଡ୍ୟା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: IPL ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଭାବପ୍ରବଣତା, ଉତ୍ସାହ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ ଥିଲା। ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri