Posted inଜାତୀୟ

ଅନଲାଇନ ପ୍ରଚାର:୫ ରାଜ୍ୟର ନିର୍ବାଚନରେ ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ,୧୧।୧୨ : ଦେଶର ରାଜନେତିକ ଦଳ ପ୍ରଚାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ନଭେମ୍ବର ମାସରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନୈତିକ ପ୍ରଚାର ଶୀର୍ଷରେ ପହଞ୍ଚିଥିଲା। ଏହି ବିଜ୍ଞାପନଗୁଡ଼ିକ ମାଗଣାରେ ପ୍ରକାଶିତ ହୋଇ ନ ଥିଲା। ଏଥିପାଇଁ ସମ୍ପୃକ୍ତ ରାଜନୈତିକ ଦଳମାନଙ୍କୁ ଟଙ୍କା ଦେବାକୁ ପଡିଥିଲା। କେବଳ ନଭେମ୍ବର ମାସରେ ଶ୍ରେଷ୍ଠ ୨୦ ରାଜନୈତିକ ବିଜ୍ଞାପନଦାତା ଅନଲାଇନ ପ୍ରଚାରରେ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜନୈତିକ ଦଳ କେବଳ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ୫.୯୮ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଗୁଗୁଲ ମାଧ୍ୟମରେ ୩୬.୩୧ କୋଟି ଟଙ୍କା ମୂଲ୍ୟର ୧୫,୪୦୫ ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି।

ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ ଗୁଡିକ ମେଟା ପ୍ଲାଟଫର୍ମରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ବିଜ୍ଞାପନରେ ୨.୫୮କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ବିଜ୍ଞାପନରେ ୨.୨୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥି ସହିତ କଂଗ୍ରେସ ଗୁଗୁଲ ବିଜ୍ଞାପନରେ ୧୪.୩କୋଟି ଟଙ୍କା, ବିଆରଏସ ୧୨.୧ କୋଟି ଟଙ୍କା ଏବଂ ଭାଜପା ୪.୧୬ କୋଟି ଟଙ୍କା ଖର୍ଚ୍ଚ କରିଛି।

ଗୁଗୁଲର ବିଜ୍ଞାପନରେ ପ୍ରାୟ ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି। ଭିଡିଓ ବିଜ୍ଞାପନରେ ୨୮.୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦ ପ୍ରତିଶତ ଟଙ୍କା ଚିତ୍ର ପାଇଁ ଖର୍ଚ୍ଚ ହୋଇଛି। ଗୁଗୁଲ ବିଜ୍ଞାପନରେ ୨୦ ଫେବୃଆରୀ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୬.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଥେିମଧ୍ୟରୁ ଭାଜପା ୪୯.୪ କୋଟି ଟଙ୍କା, ଡିଏମକେ ୨୧.୩ କୋଟି ଏବଂ କଂଗ୍ରେସ ୪.୬ କୋଟି ଟଙ୍କା ଖର୍ଚ୍ଚ କରିଛି।

ଯଦି ଆମେ ଶ୍ରେଷ୍ଠ ୨୦ ଟି ରାଜନୈତିକ ଦଳର ମେଟା ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନକୁ ଦେଖିବା, ବିଭିନ୍ନ ବ୍ୟକ୍ତିବିଶେଷ ଦୃଶ୍ୟମାନ ହୁଅନ୍ତି । ୧.୨୬୩ ବିଜ୍ଞାପନରେ କଂଗ୍ରେସ ମୋଟ ୨,୦୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୩,୧୨୨ ବିଜ୍ଞାପନରେଭାଜପା ୧,୫୩ କୋଟି ଟଙ୍କା ଖର୍ଚ୍ଚ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?