Posted inଜାତୀୟ

ପରିବହନ ପ୍ରଦୂଷଣରୁ ପ୍ରତି ୬ ମିନିଟ୍‌ରେ ଜଣକ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୭: ସଡ଼କ ପରିବହନଜନିତ ପ୍ରଦୂଷଣ ଭାରତରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ସମସ୍ୟା ସୃଷ୍ଟି କରିଛି। ୨୦୨୪ରେ ଗାଡ଼ିମୋଟରଜନିତ ପ୍ରଦୂଷଣ କାରଣରୁ ପ୍ରତି ୬ ମିନିଟ୍‌ରେ ଜଣେ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ଘଟିଥିବାବେଳେ ପ୍ରତି ୩୪ ମିନିଟ୍‌ରେ ଜଣେ ନୂତନ ଶିଶୁଠାରେ ଆଜ୍‌ମା ରୋଗ ଚିହ୍ନଟ କରାଯାଇଥିବା ନୂତନ ରିପୋର୍ଟରୁ ଜଣାପଡ଼ିଛି।
ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଏକ ଅସମାନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି। ଦେଶରେ ସଡ଼କ ପରିବହନଜନିତ ପ୍ରଦୂଷଣରୁ ହେଉଥିବା ଶୈଶବ ଆଜ୍‌ମା ମାମଲା ଜନସଂଖ୍ୟାର ୫ ପ୍ରତିଶତ ହୋଇଥିବାବେଳେ ଏନ୍‌ସିଆର୍‌ରେ ତାହା ୨୩ ପ୍ରତିଶତ ରହିଛି। ଅନ୍ତର୍ଜାତୀୟ ସ୍ବଚ୍ଛ ପରିବହନ ପରିଷଦ (ଆଇସିସିଟି) ପକ୍ଷରୁ ବୁଧବାର ପ୍ରକାଶିତ ‘୨୦୫୦ ସୁଦ୍ଧା ଶୂନ-ନିର୍ଗମନ ପରିବହନର ସ୍ବାସ୍ଥ୍ୟ ପ୍ରତି ଲାଭ’ ରିପୋର୍ଟରେ ଏହା କୁହାଯାଇଛି। ଭାରତରେ ଗାଡ଼ିମୋଟର ପ୍ରଦୂଷଣଜନିତ ଶୈଶବ ଆଜ୍‌ମା ମାମଲାର ପାଖାପାଖି ଏକ-ଚତୁର୍ଥାଂଶ ଏନ୍‌ସିଆର୍‌ରେ ରହିଥିବା ଆଇସିସିଟିର ବରିଷ୍ଠ ଗବେଷକ ତଥା ଅଧ୍ୟୟନର ଲେଖକ ଲିଙ୍ଘଜି ଜିନ୍‌ କହିଛନ୍ତି। ଏହି ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଗାଡ଼ି ପ୍ରଦୂଷଣର ସମ୍ମୁଖୀନ ହେଉଛନ୍ତି।
ଭାରତର ପରିବହନ ପ୍ରଦୂଷଣରେ ଭାରି ଯାନଗୁଡ଼ିକର ଭୂମିକା ଅଧିକ। ଯଦିଓ ବସ୍‌ ଓ ଟ୍ରକ୍‌ ସଂଖ୍ୟା ମୋଟ ଗାଡ଼ି ତୁଳନାରେ କମ୍‌, ତେବେ ସେମାନେ ତୁଳନାତ୍ମକ ଭାବେ ବାୟୁ ପ୍ରଦୂଷଣରେ ଅଧିକ କ୍ଷତି ଘଟାଉଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୪ରେ ଭାରତରେ ବିଭିନ୍ନ ଗାଡ଼ିର ଧୂଆଁ ନିର୍ଗମନ ନଳୀରୁ ବାହାରୁଥିବା ବିଷାକ୍ତ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ପରିମାଣର ୭୯ ପ୍ରତିଶତ କେବଳ ଭାରିଯାନ ଛାଡ଼ିଥିବାବେଳେ ୬୪ ପ୍ରତିଶତ ପିଏମ୍‌୨.୫ ନିର୍ଗତ କରିଥିଲା। ଏଥିରେ ସୁଧାର ଆଣିବାକୁ ହେଲେ କମ୍‌ ନିର୍ମଗନ ଏବଂ ଶୂନ ନିର୍ଗମନ ଗାଡ଼ି ସଂଖ୍ୟା ବଢ଼ାଇବାକୁ ପଡ଼ିବ ଏବଂ ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ରାସ୍ତାରୁ ହଟାଇବାକୁ ହେବ। ତାହା କରାଗଲେ ବର୍ତ୍ତମାନଠାରୁ ୨୦୫୦ ମଧ୍ୟରେ ଭାରତରେ ୧୭ ଲକ୍ଷ ଅକାଳ ମୃତ୍ୟୁକୁ ରୋକାଯାଇପାରିବ ବୋଲି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?