ଘରକୁ ଫେରିପାରିଲେନି ବାପୁ, ମଲ୍କାନି ଘାଟିରେ ବାଇକ୍‌ ଧକ୍କା ଦେବା ପରେ…

ଖଜୁରୀପଡ଼ା,୨୭ା୫( ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ସୀମାନ୍ତରେ ଥିବା ମଲ୍କାନି ଘାଟି ବେଡ଼ଦାପଦର ଛକରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ ମୁହାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ହେମନ୍ତ ଭୋଇ ( ୪୦)ବାପୁ। ଗୁରୁତରଙ୍କ ପରିଚୟ ମିଳି ପାରିନାହିଁ। ଖଲିବେରେଣା ଗାଁର ହେମନ୍ତ ଛେଳି ଖୋଜିବାକୁ ଯାଇ ଘରକୁ ଜଣଙ୍କ ଲୁନା ଗାଡ଼ିରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍‌ (ନଂ. ଓଡ଼ି ୨୯ ଡି ୨୫୦୦) ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟେ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଖଜୁରୀପଡ଼ା ମେଡିକାଲ ଏବଂ ପରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଫୁଲବାଣୀରେ ହେମନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବେକ କାଟି ବାପାଙ୍କୁ ହତ୍ୟା କଲା ପୁଅ

ଟେନସା, ୨୩।୬ (ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ତିରେ  ମଙ୍ଗଳବାର ସକାଳେ ଘରୋଇ କଳହକୁ କେନ୍ଦ୍ରକରି ଏକ ହୃଦୟବିଦାରକ ଘଟଣା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ଓଲଟି ପଡିଲା ପିକ୍‌ଅପ୍‌ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ଗାଡିଚାଳକ

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରକୁ ଜିଲା ସଦର ମହକୁମା ଭବାନୀପାଟଣା ସହ ସଂଯୋଗ କରୁଥିବା ମୁଖ୍ୟ ସଡ଼କରେ ମଙ୍ଗଳବାର ସକାଳେ…

ଅଭିଯୋଗ ପରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ: ଘେରିରେ ବ୍ୟବହୃତ ବାଉଁଶ, ଜାଲ ଜବତ

ଗଞ୍ଜାମ, ୨୩।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦରପୁର ନିକଟସ୍ଥ ଋଷିକୂଲ୍ୟା ନଦୀରେ ମାଫିଆମାନେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ନିର୍ମାଣ କରିଥିଲେ। ମଙ୍ଗଳବାର ତହସିଲଦାର ସୁକାନ୍ତ…

ଯୁକ୍ତ ୩ ପ୍ରଥମବର୍ଷ ନାମଲେଖା ଆରମ୍ଭ: ଏହି ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ): ରାଜ୍ୟରେ ମଙ୍ଗଳବାର ଠାରୁ ଯୁକ୍ତ ୩ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ପାଇଁ ନାମ ଲେଖା ଆରମ୍ଭ ହୋଇଛି। ଏନେଇ ସୋମବାର କଟ୍‌ ଅଫ…

ରେଳଧାରଣାରୁ ମିଳିଲା ବିଜେଡି ନେତାଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖାଅଛି ମୋ ମୃତ୍ୟୁ ପାଇଁ…

ଝାରସୁଗୁଡ଼ା, ୨୩।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରରେ ଏକ ଚାଞ୍ଚଲ୍ୟକର ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍‌ ଏସୋସିଏସନର ପୂର୍ବତନ ସଭାପତି ତଥା ସ୍ଥାନୀୟ…

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର,୨୩।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ…

ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ: ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ, ନବୀନଙ୍କ ହସ୍ତକ୍ଷେପ ପରେ…

ପାଟଣା,୨୩।୬(ବୀର କିଶୋର ଦାଶ): କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କେସ୍‌ରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲା ମଲ୍ଲୀପଶି ସ୍ଥିତ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri