Posted inଫୁରସତ

ଏହି ମନ୍ଦିରରେ ରହିଛି ୯୯ ଲକ୍ଷ ୯୯ ହଜାର ୯୯୯ଟି ମୂର୍ତ୍ତି, ଜାଣନ୍ତୁ ଏହା ପଛରେ ଥିବା କାରଣ

ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ଯାହା ଉପରୁ ଆଜି ବି ପରଦା ଉଠିପାରିନାହିଁ। ଏମିତି ଏକ ମନ୍ଦିର, ଯେଉଁଠି ପ୍ରାୟ ୯୯ ଲକ୍ଷ ୯୯ ହଜାର ୯୯୯ଟି ମୂର୍ତ୍ତି ରହିଛି। ଏହି ମନ୍ଦିରର ରହସ୍ୟ ବିଦ୍ୱାନ ପଣ୍ଡିତମାନେ ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି। ଏତେ ପଥର ମୂର୍ତ୍ତି କିଏ ତିଆରି କରିଛନ୍ତି କେବେ ଏବଂ କାହିଁକି ତିଆରି କରିଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ଖବର ନାହିଁ।

ସବୁଠୁ ବଡ଼ ରହସ୍ୟ ହେଲା କୋଟିଏରୁ କ’ଣ ପାଇଁ ଗୋଟିଏ ମୂର୍ତ୍ତି କମ୍‌ ରହିଛି। ଏହି ମୂର୍ତ୍ତିକୁ ନେଇ ଅନେକ କାହାଣୀ ରହିଛି। ମନ୍ଦିରଟି ଆମ ଦେଶ ତ୍ରିପୁରାର ରାଜଧାନୀ ଅଗରତାଲାରେ ରହିଛି। ଏହି ମନ୍ଦିର ଭାରତର ସବୁଠୁ ରହସ୍ୟମୟୀ ମନ୍ଦିର ଭାବେ ଜଣାଶୁଣା।

ମନ୍ଦିର ସମ୍ପର୍କରେ ମାନ୍ୟତା ଅଛି କି, ଥରେ ଭଗବାନ ଶିବ ଏକ କୋଟି ଦେବଦେବୀଙ୍କ ସହିତ କେଉଁଆଡ଼େ ଯାଉଥିଲେ। ସମସ୍ତ ଦେବତା ଶୋଇ ପଡ଼ିଥିଲେ। ଯେତେବେଳେ ସକାଳୁ ଶିବ ଉଠିଲେ, ଦେଖିଲେ ସମସ୍ତ ଦେବଦେବୀ ଶୋଇଛନ୍ତି। ଶିବ ରାଗି କି ଅଭିଶାପ ଦେଇଥିଲେ। ତେଣୁ ସମସ୍ତ ଦେବଦେବୀ ପଥର ପାଲଟି ଯାଇଥିଲେ। ତେଣୁ ୯୯ ଲକ୍ଷ ୯୯ ହଜାର ୯୯୯ଟି ମୂର୍ତ୍ତି ଏହି କାରଣରୁ ହୋଇଛି।

ଏହି ମୂର୍ତ୍ତିକୁ ନେଇ ଆଉ ଏକ ଲୋକକଥା ପ୍ରଚଳିତ ହୁଏ। କୁହାଯାଏ, କାଳୁ ନାମକ ଜଣେ ଶିଳ୍ପକାର ଥିଲେ। ଭଗବାନ ଶଙ୍କର ଏବଂ ମା’ ପାର୍ବତୀଙ୍କ ସହିତ କୈଳାସ ପର୍ବତ ଯାଇଥିଲେ। ଶିଳ୍ପକାରଙ୍କ ଜିଦି ଯୋଗୁ ଭଗବାନ ଶଙ୍କର କହିଥିଲେ, ତୁମେ ଗୋଟିଏ ରାତିରେ  କୋଟିଏ ଦେବଦେବୀଙ୍କ ମୂର୍ତ୍ତି ତିଆରି କଲେ ତୁମକୁ ସାଥୀରେ ନେଇଯିବୁ। ଏହା ପରେ ଶିଳ୍ପକାର ପୂରା ରାତି ଅନିଦ୍ରା ହୋଇ ମୂର୍ତ୍ତି ସବୁ ତିଆରି କରିଥିଲେ। ଆଉ ଗୋଟିଏ ମୂର୍ତ୍ତି ବାକିଥିଲା ସକାଳ ହୋଇଗଲା। ତେଣୁ ଶିବ ତାଙ୍କୁ ସାଥୀରେ ନେଲେ ନାହିଁ। ଏହି ମନ୍ଦିର ଅଗରତାଲାଠାରୁ ୧୪୫ କିଲୋମିଟର ଦୂର ଉନାକୋଟିରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri