Posted inଫୁରସତ

ପିଲା ଜନ୍ମକଲେ ୨୫ରୁ କମ୍‌ ବୟସ୍କାଙ୍କୁ ଲକ୍ଷେ ରୁବଲ

ମସ୍କୋ: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ ୮୧ ହଜାର ଟଙ୍କା)ର ପ୍ରୋତ୍ସାହନ ରାଶି ଦିଆଯିବ। ‘ଦି ମସ୍କୋ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରେଲିଆର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୨୫ ବର୍ଷ ବୟସ୍କା ଛାତ୍ରୀମାନଙ୍କ ପାଇଁ ଏହି ଯୋଜନା ଲାଗୁ ହେବ। ଦେଶରେ ଲଗାତର ହ୍ରାସ ପାଉଥିବା ଜନ୍ମହାରରେ ଉନ୍ନତି ଆଣିବା ପାଇଁ ଗତ ଜାନୁଆରୀ ୧ରୁ କରେଲିଆ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ତେବେ ମୃତ ପିଲାଙ୍କୁ ଜନ୍ମ ଦେଇଥିବା ମା’ଙ୍କ ପାଇଁ ଏହି ଯୋଜନା ଅନୁଯାୟୀ ପ୍ରୋତ୍ସାହନ ରାଶି ଦିଆଯିବ ନାହିଁ।
ତେବେ ଏପରି ନୀତିକୁ କାର୍ଯ୍ୟକାରୀ କରିବାରେ କାରୋଲିନା ରୁଷିଆର ପ୍ରଥମ ଅଞ୍ଚଳ ନୁହେଁ। ରୁଷିଆର ଅତି କମ୍‌ରେ ୧୧ରୁ ଅଧିକ ଆଞ୍ଚଳିକ ସରକାର ଛାତ୍ରୀମାନଙ୍କୁ ପିଲା ଜନ୍ମ କରିବା ପାଇଁ ପ୍ରୋତ୍ସାହନ ରାଶି ଦେଉଛନ୍ତି। ତେବେ ବିଶେଷଜ୍ଞମାନେ ଏପରି ପଦକ୍ଷେପକୁ ଅନୁପଯୁକ୍ତ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୁହେଁ ବୋଲି କହିଛନ୍ତି। ମା’ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ସେମାନେ ଆର୍ଥିକ ଭାବେ ସ୍ବଚ୍ଛଳ ନ ଥିବା କାରଣରୁ ଏହି ଯୋଜନା ଫଳପ୍ରଦ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
୨୦୨୪ର ପ୍ରଥମ ୬ ମାସ ମଧ୍ୟରେ ରୁଷିଆରେ କେବଳ ୫,୯୯,୬୦୦ ଶିଶୁ ଜନ୍ମ ହୋଇଥିଲେ। ଗତ ୨୫ ବର୍ଷର ରୁଷିଆ ଇତିହାସରେ ଏହି ସଂଖ୍ୟା ସବୁଠୁ କମ୍‌ ଥିଲା। ୧୯୯୦ ଦଶକର ଆରମ୍ଭରେ ରୁଷିଆର ଜନସଂଖ୍ୟା ୧୪.୮ କୋଟି ଥିବା ବେଳେ ଏବେ ଏହା କମି ୧୪.୬ କୋଟିରେ ପହଞ୍ଚିଛି। ଜାତିସଂଘର ଅନୁମାନ ଅନୁଯାୟୀ, ୨୧୦୦ ମସିହା ବେଳକୁ ରୁଷିଆର ଜନସଂଖ୍ୟା ଆହୁରି ହ୍ରାସ ପାଇ ୭.୪ କୋଟିରୁ ୧୧.୨ କୋଟି ମଧ୍ୟରେ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?