Posted inଜାତୀୟ

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ ଦେଶର ୧୦୮ଟି ବିଦ୍ୟାଳୟର ୬ହଜାର କିଶୋରୀକିଶୋରଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ୫ଜଣରେ ଜଣେ କିଶୋର ମଧ୍ୟମ କିମ୍ବା ଅଧିକ ବିପଦାତ୍ମକ ନିଶା ସେବନ କରୁଛନ୍ତି।
ଦି ଲାନ୍‌ସେଟ ରିଜିଓନାଲ ହେଲ୍‌ଥ-ସାଉଥଇଷ୍ଟ ଏସିଆ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନଟି ଉତ୍ତରପ୍ରଦେଶର ଗୋରଖପୁର, ଆସାମର କାମରୂପ, ମହାରାଷ୍ଟ୍ରର ନାଗପୁର, ଗୁଜରାଟର ରାଜକୋଟ, ଝାଡ଼ଖଣ୍ଡର ଦେବଘର ଏବଂ ପୁଡୁଚେରୀରେ କେତେକ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ୨୧.୪ ପ୍ରତିଶତ କିଶୋରୀକିଶୋରଙ୍କ ମଧ୍ୟରେ ମଧ୍ୟମ କିମ୍ବା ଉତ୍କଟ ନିଶା ସେବନ କରୁଥିବା ଜଣାପଡିଛି, ଯେଉଁଥିରେ ୧୦.୩ ପ୍ରତିଶତ ମଧ୍ୟମ ଏବଂ ୧୧.୧ ପ୍ରତିଶତ ଉତ୍କଟ ବିପଦରେ ଅଛନ୍ତି। ଅବଶିଷ୍ଟ ୭୮.୬ % କିଶୋରମାନେ କମ୍‌ ବିପଦ ବର୍ଗରେ ଥିବା ଜଣାପଡିଛି। ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏଏମ୍‌ସ) ଗୋରଖପୁର ଏବଂ ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଜେଆଇପିଏମ୍‌ଇଆର) ପୁଡୁଚେରୀର ଗବେଷକମାନେ ଏହା ଜାଣିବାକୁ ପାଇଛନ୍ତି।
ଗୁଆହାଟି ଏବଂ ଦେବଘରର ବିଦ୍ୟାଳୟଗୁଡିକରେ ସର୍ବାଧିକ ସଂଖ୍ୟକ କିଶୋର ଉଚ୍ଚ ଏବଂ ମଧ୍ୟମ ବିପଦ ବର୍ଗରେ ଥିବାବେଳେ ନାଗପୁର ଏବଂ ପୁଡୁଚେରୀର ବିଦ୍ୟାଳୟଗୁଡ଼ିକରେ ମୁଖ୍ୟତଃ କମ୍‌ ବିପଦର ନିଶା ସେବନ କରୁଥିତ୍ବା ଦେଖିବାକୁ ମିଳିଛି। ଗୁଆହାଟି ଏବଂ ନାଗପୁର ମଧ୍ୟରେ ପ୍ରଭାବର ବ୍ୟବଧାନ ୩୫.୧ ପ୍ରତିଶତ ରହିଛି। ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୪୦% କିଶୋର ସାମ୍ପ୍ରତିକ ସ୍ଥିତି ବିଶେଷକରି ବିଦ୍ୟାଳୟର ବୈଶିଷ୍ଟ୍ୟ, ସାମାଜିକ-ଜନସଂଖ୍ୟାଗତ ଏବଂ ଆର୍ଥିକ ଅବସ୍ଥା ଏବଂ ବ୍ୟକ୍ତିଗତ ଗୁଣ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ସେହିପରି ମାତ୍ରାଧିକ ଡିଜିଟାଲ ସଂସ୍ପର୍ଶ ମଧ୍ୟ ନିଶାସେବନର ବିପଦକୁ ବଢ଼ାଇଥାଏ ବୋଲି ଜଣାପଡ଼ିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଆଲ୍‌କୋହଲ, ସ୍ମୋକିଂ ଆଣ୍ଡ ସବ୍‌ଷ୍ଟାନ୍ସ ଇନ୍‌ଭଲ୍‌ଭମେଣ୍ଟ ସ୍କ୍ରିନିଂ ଟେଷ୍ଟ (ଏଏସ୍‌ଏସ୍‌ଏସ୍‌ଟି)ର ପ୍ରତିକ୍ରିୟାଗୁଡ଼ିକୁ ବିଶ୍ଳେଷଣ କରି ଗବେଷକମାନେ ନିଶା ସେବନର ବିପଦ ଆକଳନ କରିଥିଲେ। ସବଷ୍ଟାନ୍ସ ୟୁଜ୍‌ ରିସ୍କ ପ୍ରୋଫାଇଲ ସ୍କେଲ ବ୍ୟବହାର କରି ବ୍ୟକ୍ତିଗତ ଗୁଣଗୁଡ଼ିକର ଆକଳନ କରାଯାଇଥିଲା। ନିଶା ସେବନର ଅଧିକ ବିପଦ ସହିତ ଜଡିତ ପ୍ରମୁଖ ପରିବର୍ତ୍ତନଶୀଳ କାରକଗୁଡ଼ିକ ମଧ୍ୟରେ ନିଶା ଦ୍ରବ୍ୟର ଉପଲବ୍ଧତା, ଡିଜିଟାଲ ସଂସ୍ପର୍ଶ ଏବଂ ବିପଜ୍ଜନକ ଆଚରଣଗତ ପରିବେଶ ଅନ୍ତର୍ଭୁକ୍ତ ବୋଲି ଗବେଷକମାନେ କହିଛନ୍ତି।
ନିଶା ସାମଗ୍ରୀର ଉପଲବ୍ଧତାକୁ ହ୍ରାସ କରିବା ନିମନ୍ତେ କଠୋର ନିୟମ ଲାଗୁ କରିବା, ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି ସହ ଡିଜିଟାଲ ବ୍ୟବହାରକୁ ସମାଧାନ କରିବା ଏବଂ ବିଦ୍ୟାଳୟରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇପାରିଲେ ଏଭଳି ନିଶା ଅଭ୍ୟାସରୁ କିଶୋରୀକିଶୋରଙ୍କୁ ଭଲ ବାଟକୁ ଅଣାଯାଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?