Posted inଫୁରସତ

ଗୋଟିଏ ଡ୍ରେସ୍‌ ୧୦୦ ଦିନ

ଯଦି ଆପଣଙ୍କୁ ପଚରାଯାଏ ଗୋଟିଏ ଡ୍ରେସ୍‌ କେତେଦିନ ପିନ୍ଧିପାରିବେ? ଉତ୍ତର ହେବ ଗୋଟିଏ କି ଦୁଇଦିନ। ତା’ଠୁ ବେଶି ହୋଇ ନ ପାରେ। କିନ୍ତୁ ଜଣେ ମହିଳା ଗୋଟିଏ ଡ୍ରେସ୍‌କୁ ତିନି ମାସରୁ ଊର୍ଦ୍ଧ୍ୱ ପିନ୍ଧି ରେକର୍ଡ କରିଛନ୍ତି। ବୋଷ୍ଟନରେ ରହୁଥିବା ସାରା ରବିନ୍ସ ହେଉଛନ୍ତି ଏହି ମହିଳା। ସେ ଗୋଟିଏ ଡ୍ରେସ୍‌କୁ ୧୦୦ ଦିନ ପର୍ଯ୍ୟନ୍ତ ପିନ୍ଧି ଚର୍ଚ୍ଚାର ବିଷୟ ପାଲଟିବା ସହ ରେକର୍ଡ ଧାରଣ କଲେ। ସେ ଗୋଟିଏ ପୋଷାକ ପିନ୍ଧିଥିଲେ, ହେଲେ ଭିନ୍ନ ଭିନ୍ନ ଢଙ୍ଗରେ। ଉକ୍ତ ଡ୍ରେସକୁ ସେ କେବେ ସ୍କର୍ଟ, କେବେ ଜିନ୍ସ ତ ଆଉ କେବେ ଜ୍ୟାକେଟ୍‌ ସହ ପିନ୍ଧିଥିଲେ। ୧୬ ସେପ୍ଟେମ୍ବର ୨୦୨୦ରେ ସେ ଏହି ଚ୍ୟାଲେଞ୍ଜରେ ଅଂଶ ଗ୍ରହଣ କରିଥିଲେ। ସେ ସେହି ଡ୍ରେସ୍‌କୁ ପିନ୍ଧି ନିଜର ବିଭିନ୍ନ କାମ କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମକୁ ଯାଇଛନ୍ତି। ତେବେ ପ୍ରତିଥର ସେହି ଡ୍ରେସ୍‌କୁ ସେ ଭିନ୍ନ ଢଙ୍ଗରେ ପିନ୍ଧୁଥିଲେ। ତେଣୁ ଗୋଟିଏ ପୋଷାକ ବୋଲି ଜଣାପଡୁ ନ ଥିଲା। ସାରା ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତିଦିନ କପଡା ଧୋଇବା ଦ୍ୱାରା ହେଉଥିବା ଅଯଥା ଜଳ ଅପଚୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା। ୧୦୦ ଦିନ ପୋଷାକ ପିନ୍ଧିବାର ଚ୍ୟାଲେଞ୍ଜ କପଡା ବ୍ରାଣ୍ଡ ଉଲ୍‌ ଆଣ୍ଡ କରିଥିଲା। ଏହି ଚ୍ୟାଲେଞ୍ଜ ଜିତିଥିବା ବ୍ୟକ୍ତିଙ୍କୁ ୧୦୦ ଆମେରିକୀୟ ଡଲାର ଭାଉଚର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri