Posted inଫୁରସତ

ଗୋଟିଏ ଡ୍ରେସ୍‌ ୧୦୦ ଦିନ

ଯଦି ଆପଣଙ୍କୁ ପଚରାଯାଏ ଗୋଟିଏ ଡ୍ରେସ୍‌ କେତେଦିନ ପିନ୍ଧିପାରିବେ? ଉତ୍ତର ହେବ ଗୋଟିଏ କି ଦୁଇଦିନ। ତା’ଠୁ ବେଶି ହୋଇ ନ ପାରେ। କିନ୍ତୁ ଜଣେ ମହିଳା ଗୋଟିଏ ଡ୍ରେସ୍‌କୁ ତିନି ମାସରୁ ଊର୍ଦ୍ଧ୍ୱ ପିନ୍ଧି ରେକର୍ଡ କରିଛନ୍ତି। ବୋଷ୍ଟନରେ ରହୁଥିବା ସାରା ରବିନ୍ସ ହେଉଛନ୍ତି ଏହି ମହିଳା। ସେ ଗୋଟିଏ ଡ୍ରେସ୍‌କୁ ୧୦୦ ଦିନ ପର୍ଯ୍ୟନ୍ତ ପିନ୍ଧି ଚର୍ଚ୍ଚାର ବିଷୟ ପାଲଟିବା ସହ ରେକର୍ଡ ଧାରଣ କଲେ। ସେ ଗୋଟିଏ ପୋଷାକ ପିନ୍ଧିଥିଲେ, ହେଲେ ଭିନ୍ନ ଭିନ୍ନ ଢଙ୍ଗରେ। ଉକ୍ତ ଡ୍ରେସକୁ ସେ କେବେ ସ୍କର୍ଟ, କେବେ ଜିନ୍ସ ତ ଆଉ କେବେ ଜ୍ୟାକେଟ୍‌ ସହ ପିନ୍ଧିଥିଲେ। ୧୬ ସେପ୍ଟେମ୍ବର ୨୦୨୦ରେ ସେ ଏହି ଚ୍ୟାଲେଞ୍ଜରେ ଅଂଶ ଗ୍ରହଣ କରିଥିଲେ। ସେ ସେହି ଡ୍ରେସ୍‌କୁ ପିନ୍ଧି ନିଜର ବିଭିନ୍ନ କାମ କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମକୁ ଯାଇଛନ୍ତି। ତେବେ ପ୍ରତିଥର ସେହି ଡ୍ରେସ୍‌କୁ ସେ ଭିନ୍ନ ଢଙ୍ଗରେ ପିନ୍ଧୁଥିଲେ। ତେଣୁ ଗୋଟିଏ ପୋଷାକ ବୋଲି ଜଣାପଡୁ ନ ଥିଲା। ସାରା ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତିଦିନ କପଡା ଧୋଇବା ଦ୍ୱାରା ହେଉଥିବା ଅଯଥା ଜଳ ଅପଚୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା। ୧୦୦ ଦିନ ପୋଷାକ ପିନ୍ଧିବାର ଚ୍ୟାଲେଞ୍ଜ କପଡା ବ୍ରାଣ୍ଡ ଉଲ୍‌ ଆଣ୍ଡ କରିଥିଲା। ଏହି ଚ୍ୟାଲେଞ୍ଜ ଜିତିଥିବା ବ୍ୟକ୍ତିଙ୍କୁ ୧୦୦ ଆମେରିକୀୟ ଡଲାର ଭାଉଚର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri