Advertisement

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଏହା ୧୬ ଶହରୁ ଅଧିକ ରହିଛି। ଏହା୧,୬୦୧ ରହିଛି। ଗୋଟିଏ ଦିନ ତଳେ ଏହା ୧,୫୬୯ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫ ରହିଛି। ଗୋଟିଏ ଦିନ ତଳେ ଏହା ୪ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୧୮ ହଜାର ୩୧୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୮ ହଜାର ୮୦୨ ଥିଲା। ସେହିପରି ୨୪ ଘଣ୍ଟାରେ ୨ ହଜାର ୮୧ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨ ହଜାର ୧୬୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୯ ହଜାର ୧୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୫୨ ହଜାର ୨୬୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪ ହଜାର ୯୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାକ ଭିତରେ ୨ ଥର ଥରି ଉଠିଲା ଜମ୍ମୁ-କଶ୍ମୀର

ଜମ୍ମୁ,୨୫ ।୮: ଜମ୍ମୁ-କଶ୍ମୀରରେ ବୁଧବାର ବିଳମ୍ବିତ ରାତିରେ ଗାଟିଏ ପରେ ଗୋଟିଏ ଲଗାତାର ୨ଟି ଭୂକମ୍ପ ହୋଇଛି । ଜମ୍ମୁ-କଶ୍ମୀରର ଡୋଡା ଓ କିଶତୱାଡ ଜିଲାରେ...

୫୦%କୁ ବଢ଼ିବ ଅକ୍ଷୟ ଶକ୍ତି କ୍ଷମତା

ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି...

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏ କହିଲା: ପ୍ରମାଣ କର, ନଚେତ୍‌ କ୍ଷମା ମାଗ

ନୂଆଦିଲ୍ଲୀ,୧୭।୧:ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଅନୁଗ୍ରହ ଲାଭ ପାଇଁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ତଥାକଥିତ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ...

ଦିଲ୍ଲୀ ଦଙ୍ଗା: ଦମ୍ପତିଙ୍କ ପରେ ଗିରଫ ହେଲେ ପିଏଫ୍‌ଆଇ ସଦସ୍ୟ ଦାନିଶ

ନୂଆଦିଲ୍ଲୀ,୯।୩: ରାଜଧାନୀ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଦମ୍ପତିଙ୍କୁ ଗିରଫ କରିବା ପରେ ସୋମବାର ଦିଲ୍ଲୀ ପୋଲିସର...

ଚିଦାମ୍ବରମଙ୍କୁ ଘର ଖାଦ୍ୟ ମନା

ନୂଆଦିଲ୍ଲୀ,୧୩-୯(ଆଇଏଏନ୍‌ଏସ୍‌):ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଘରରନ୍ଧା ଖାଦ୍ୟ ଦେବା ପାଇଁ ଦିଲ୍ଲୀ...

କରୋନା ପଜିଟିଭ ଥିବା ସମସ୍ତ ୭୫ ଜିଲା ଲକ୍‌ଡାଉନ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ପଜିଟିଭ ରୋଗୀ ଥିବା ସମସ୍ତ ୭୫ ଜିଲାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ କେବଳ ଜରୁରୀ...

କଶ୍ମୀରରେ ସରକାରୀ ଅଫିସ ଖୋଲିଲା

ନୂଆଦିଲ୍ଲୀ,୧୭ା୮(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଆଖିଆଗରେ ରଖି ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ପର୍ଯ୍ୟାୟକ୍ରମେ ହଟାଇଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।...

୨ କଏଦୀ ବୋର୍ଡ ପରୀକ୍ଷାରେ ହେଲେ ଟପ୍ପର

ଲକ୍ଷ୍ନୌ, ୨୯।୬: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ ଜେଲରେ ଥିବା କଏଦୀମାନେ ସଫଳ ରହିଛନ୍ତି। ଚଳିତ ବର୍ଷ ୨୦୯ କଏଦୀ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା...

Advertisement
Archives

Model This Week