୬ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩୦।୧୦(ବ୍ୟୁରେ): ଆସନ୍ତା ୩୧ ତାରିଖରେ ଓଡ଼ିଶା କ୍ୟାଡର ୩ ବରିଷ୍ଠ ଆଇଏଏସ୍‌ ଅଫିସର ତଥା ବୋର୍ଡ ଅଫ୍‌ ରେଭିନ୍ୟୁ ମେମ୍ବର ଜିଭିଭି ଶର୍ମା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ଉପେନ୍ଦ୍ର ପ୍ରସାଦ ସିଂ ଅବସର ଗ୍ରହଣ କରିବେ। ଏଥିସହିତ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେଶନକୁ ଯିବେ। ଏହା ପୂର୍ବରୁ ରାଜ୍ୟ ସରକାର ଶନିବାର ୬ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି।
୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଗୋପବନ୍ଧୁ ଏକାଡେମୀ ଡିଜି ଥିବା ଆର୍‌.କେ. ଶର୍ମାଙ୍କୁ କଟକ ବୋର୍ଡ ଅଫ୍‌ ରେଭିନ୍ୟୁ ସଦସ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କୁ କୃଷି ଉତ୍ପାଦନ କମିଶନର, ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶାଶ୍ୱତ ମିଶ୍ରଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗ, ୨୦୦୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ରୂପା ରୋଶନ ସାହୁଙ୍କୁ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri