ଦେଢ଼କୋଟି ଆତ୍ମସାତ୍‌ କରିଛନ୍ତି ମହିଳା ଡାକ ଏଜେଣ୍ଟ

ଭୁବନେଶ୍ୱର,୮।୪(ବ୍ୟୁରୋ): ପୋଷ୍ଟାଲରେ ଜମା କରିବା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଘଟଣାରେ ଶ୍ରୀ ଲିଙ୍ଗରିଜ ଥାନା ପୋଲିସ ଅଭିଯୁକ୍ତା ମହିଳା ଡାକ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ କୋର୍ଟ ଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଛି। ତାଙ୍କଠାରୁ ୯୮ଜଣଙ୍କ ୧୨୯ଟି ପାସ୍‌ବୁକ୍‌ ଜବତ କରିବା ସହ ପଚରାଉଚରାବେଳେ ପୋଲିସ ବଡ଼ ଠକେଇର ସୂଚନା ପାଇଛି। ସେ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ପୋଲିସ ଅନୁମାନ କରୁଛି। ଅନ୍ୟପଟେ ଏହି ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତା ମହିଳାଙ୍କ ନାଁରେ ଶୁକ୍ରବାର ୩୦ରୁ ଅଧିକ ମହିଳା ଥାନାରେ ଠକେଇ ଅଭିଯୋଗ କରିଛନ୍ତି। ଏପରିକି ଜଣେ ବୃଦ୍ଧାଙ୍କଠାରୁ ମଧ୍ୟ ୩୦ହଜାର ଟଙ୍କା ଠକିନେଇଛନ୍ତି। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଖୋଳତାଡ ଚଳାଇଛନ୍ତି। ଅଭିଯୁକ୍ତା ସ୍ବର୍ଣ୍ଣପ୍ରଭା ଉକ୍ତ ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, କାହା ଆକାଉଣ୍ଟକୁ ପଠାଇଛନ୍ତି, ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି, ତାହା ଜାଣିବାକୁ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।
ଅଭିଯୁକ୍ତା ସ୍ବର୍ଣ୍ଣପ୍ରଭା ଭୀମ ଟାଙ୍ଗୀ ପୋଷ୍ଟ ଅଫିସ୍‌ରେ ଡାକ ଏଜେଣ୍ଟ ଭାବେ କାମ କରନ୍ତି। ତେଣୁ ପୋଷ୍ଟାଲରେ ଆକାଉଣ୍ଟ ଖୋଲିଥାନ୍ତି। ହେଲେ ଲୋକେ ଆକାଉଣ୍ଟ ଖୋଲିବା ଓ ଜମା ବାବଦକୁ ଦେଉଥିବା ଟଙ୍କାକୁ ସେ ଜମା ବଦଳରେ ଆତ୍ମସାତ କରିଦେଉଥିଲେ। ଏପରିକି ଧରା ନ ପଡିବା ଲାଗି ପାସ୍‌ବୁକ ଓ ପୋଷ୍ଟାଲ ସେଭିଙ୍ଗ୍‌ ଆକାଉଣ୍ଟ ଖାତାକୁ ନିଜ ପାଖରେ ରଖୁଥିଲେ। ଲୋକେ ତାହାକୁ ମାଗିଲେ ସେ ବାହାନା କରି ଦିନ ପରେ ଦିନ ଗଡ଼ାଉଥିଲେ। ଲିଙ୍ଗରାଜ ମନ୍ଦିରରେ ଅଭଡା ପ୍ରସ୍ତ୍ରୁତ କରୁଥିବା ଜଣେ ମହିଳା ଖାତା ମାଗିବାକୁ ଅଭିଯୁକ୍ତାଙ୍କ ପାଖକୁ ଯାଇଥିବାବେଳେ ସେ ଅଶ୍ରାଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ତେଣୁ ସେ ଥାନାର ଦ୍ୱାରସ୍ଥ ହେବା ସହ ୧୫ ଲକ୍ଷ ଟଙ୍କାର ଆତ୍ମସାତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତା ସ୍ବର୍ଣ୍ଣପ୍ରଭାଙ୍କୁ ଗୁରୁବାର ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri