ଦେଢ଼କୋଟି ଆତ୍ମସାତ୍‌ କରିଛନ୍ତି ମହିଳା ଡାକ ଏଜେଣ୍ଟ

ଭୁବନେଶ୍ୱର,୮।୪(ବ୍ୟୁରୋ): ପୋଷ୍ଟାଲରେ ଜମା କରିବା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଘଟଣାରେ ଶ୍ରୀ ଲିଙ୍ଗରିଜ ଥାନା ପୋଲିସ ଅଭିଯୁକ୍ତା ମହିଳା ଡାକ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ କୋର୍ଟ ଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଛି। ତାଙ୍କଠାରୁ ୯୮ଜଣଙ୍କ ୧୨୯ଟି ପାସ୍‌ବୁକ୍‌ ଜବତ କରିବା ସହ ପଚରାଉଚରାବେଳେ ପୋଲିସ ବଡ଼ ଠକେଇର ସୂଚନା ପାଇଛି। ସେ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ପୋଲିସ ଅନୁମାନ କରୁଛି। ଅନ୍ୟପଟେ ଏହି ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତା ମହିଳାଙ୍କ ନାଁରେ ଶୁକ୍ରବାର ୩୦ରୁ ଅଧିକ ମହିଳା ଥାନାରେ ଠକେଇ ଅଭିଯୋଗ କରିଛନ୍ତି। ଏପରିକି ଜଣେ ବୃଦ୍ଧାଙ୍କଠାରୁ ମଧ୍ୟ ୩୦ହଜାର ଟଙ୍କା ଠକିନେଇଛନ୍ତି। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଖୋଳତାଡ ଚଳାଇଛନ୍ତି। ଅଭିଯୁକ୍ତା ସ୍ବର୍ଣ୍ଣପ୍ରଭା ଉକ୍ତ ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, କାହା ଆକାଉଣ୍ଟକୁ ପଠାଇଛନ୍ତି, ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି, ତାହା ଜାଣିବାକୁ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।
ଅଭିଯୁକ୍ତା ସ୍ବର୍ଣ୍ଣପ୍ରଭା ଭୀମ ଟାଙ୍ଗୀ ପୋଷ୍ଟ ଅଫିସ୍‌ରେ ଡାକ ଏଜେଣ୍ଟ ଭାବେ କାମ କରନ୍ତି। ତେଣୁ ପୋଷ୍ଟାଲରେ ଆକାଉଣ୍ଟ ଖୋଲିଥାନ୍ତି। ହେଲେ ଲୋକେ ଆକାଉଣ୍ଟ ଖୋଲିବା ଓ ଜମା ବାବଦକୁ ଦେଉଥିବା ଟଙ୍କାକୁ ସେ ଜମା ବଦଳରେ ଆତ୍ମସାତ କରିଦେଉଥିଲେ। ଏପରିକି ଧରା ନ ପଡିବା ଲାଗି ପାସ୍‌ବୁକ ଓ ପୋଷ୍ଟାଲ ସେଭିଙ୍ଗ୍‌ ଆକାଉଣ୍ଟ ଖାତାକୁ ନିଜ ପାଖରେ ରଖୁଥିଲେ। ଲୋକେ ତାହାକୁ ମାଗିଲେ ସେ ବାହାନା କରି ଦିନ ପରେ ଦିନ ଗଡ଼ାଉଥିଲେ। ଲିଙ୍ଗରାଜ ମନ୍ଦିରରେ ଅଭଡା ପ୍ରସ୍ତ୍ରୁତ କରୁଥିବା ଜଣେ ମହିଳା ଖାତା ମାଗିବାକୁ ଅଭିଯୁକ୍ତାଙ୍କ ପାଖକୁ ଯାଇଥିବାବେଳେ ସେ ଅଶ୍ରାଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ତେଣୁ ସେ ଥାନାର ଦ୍ୱାରସ୍ଥ ହେବା ସହ ୧୫ ଲକ୍ଷ ଟଙ୍କାର ଆତ୍ମସାତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତା ସ୍ବର୍ଣ୍ଣପ୍ରଭାଙ୍କୁ ଗୁରୁବାର ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri