Posted inଫୁରସତ

ହିରୋଶିମାକୁ ଧ୍ୱଂଶ କରି ଦେଇଥିଲା ‘ଲିଟ୍‌ଲ ବୟ’

ଠିକ୍‌ ୭୬ ବର୍ଷ ତଳେ ଆମେରିକା ଏହାର ପ୍ରଥମ ପରମାଣୁ ବୋମା ପକାଇଥିଲା ଜାପାନର ହିରୋଶିମାରେ। ଚାହୁଁଚାହୁଁ ଚାଲି ଯାଇଥିଲା ୭୦ରୁ ୮୦ ହଜାର ଲୋକଙ୍କ ଜୀବନ। ଏହାର ୩ ଦିନ ପରେ ନାଗାସାକିରେ ପଡ଼ିଥିଲା ଦ୍ୱିତୀୟ ପରମାଣୁ ବୋମା। ଏଥିସହ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ।

ହିରୋଶିମାରେ କ’ଣ ଘଟିଥିଲା

୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୫। ରାସ୍ତା ଚଳଚଞ୍ଚଳ ଥାଏ। ଛୁଆମାନେ ସ୍କୁଲରେ ଥାନ୍ତି। କର୍ମସ୍ଥଳରେ ପହଞ୍ଚି ସାରିଥାନ୍ତି କର୍ମଚାରୀ। ବି-୧୯ ବମ୍ବର ଏନୋଲା ଗେ ପକାଇଥିଲା ‘ଲିଟ୍‌ଲ ବୟ’ ନାମକ ପରମାଣୁ ବୋମା, ଯାହାକି ୨୦ ହଜାର ଟନ୍‌ର ବଳ ସହ ହିରୋଶିମାରେ ମାଡ଼ ହୋଇଥିଲା।

୧୯୪୬ର ୟୁଏସ୍‌ ଷ୍ଟ୍ରାଟେଜିକ ବମ୍ବିଂ ସର୍ଭେ ଅନୁଯାୟୀ, ବିସ୍ଫୋରଣରେ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସମାନ ସଂଖ୍ୟକ ଲୋକେ ଆହତ ହୋଇଥିଲେ। କିନ୍ତୁ ବିସ୍ଫୋରଣର ପ୍ରଭାବ ଦୀର୍ଘ ଦିନ ଧରି ରହିଥିଲା। ଏହାର ରେଡିଏଶନ କାରଣରୁ ହଜାର ହଜାର ଲୋକେ ପ୍ରାଣ ହରାଇଥିଲେ।

କାହିଁକି ପରମାଣୁ ବୋମା ପକାଇଲା ଆମେରିକା

ଆମେରିକା ଓ ତା’ର ସହଯୋଗୀ ଦେଶ ବ୍ରିଟେନ, ଚାଇନା ଓ ସୋଭିଏଟ୍‌ ୟୁନିଅନ ପ୍ରତି ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ସବୁଠୁ ବଡ଼ ଶତ୍ରୁ ଥିଲା ଜାପାନ। ୧୯୪୫ରେ ଯୁଦ୍ଧ ଶେଷ ହେବା ପରେ ଆମେରିକା ଓ ଜାପାନ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାର ମୁଖ୍ୟ କାରଣ ଥିଲା ଜାପାନ ସେନା ତୈଳରେ ଭରପୂର ଇଷ୍ଟ ଇଣ୍ଡିଜ ଅଞ୍ଚଳକୁ ଅଧିକାର କରିବାକୁ ନିଷ୍ପତ୍ତି ନେଇଥିଲା। ଆକ୍ରମଣ ସମ୍ପର୍କରେ ସେନା ଅଧିକାରୀମାନେ ଖୋଲାଖୋଲି ଭାବେ ଘୋଷଣା କରିଥିଲେ। ଏଣୁ ପରମାଣୁ ବୋମା ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁମ୍ୟାନ। ଏହାପରେ ବାଧ୍ୟ ହୋଇ ଆମେରିକା ଆଗରେ ଆତ୍ମସମର୍ପଣ କରିଥିଲା ଜାପାନ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଏମିତି ସମୟ ବିତାଉଛନ୍ତି କୋଟିପତି

କରୋନା ଭାଇରସ ସହ ସମଗ୍ର ବିଶ୍ୱ ଏବେ ଲଢ଼େଇ କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପରି ପଦକ୍ଷେପ ନିଆଯାଉଛି। ଏଥିସହ...

କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ...

ଅଭିନୟ ମାୟାରେ ମଞ୍ଜୁଲତା

ଦୀର୍ଘ ୬ଦଶନ୍ଧି ଧରି ମଞ୍ଚକଳାକୁ ନେଇ ତାଙ୍କର ଦୁନିଆ, ତାଙ୍କ ଜୀବନ ଓ ସ୍ବପ୍ନ। ଥିଏଟର, ଅପେରା, ରେଡିଓ, ଟିଭି ଓ ସିନେମା ଆଦି ବିଭିନ୍ନ...

କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବାରୁ ଝରକା ଦେଇ ଓହ୍ଲାଇଲେ ପାଇଲଟ

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି କେହି ଛିଙ୍କୁଛନ୍ତି ତେବେ...

ହସ ଫୁଟାଇଛି ‘ପଦ୍ମା’

୨୦୨୧ ମେ ୧୩। କପିଳାସ ଚିଡ଼ିଆଖାନା ପାଇଁ ଏହି ଦିନ ଥିଲା ବେଶ୍‌ ଦୁଃଖଦ। କାରଣ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବା ହାତୀ ଶାବକ ‘ହୀରୋ’ ସବୁଦିନ...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ...

ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ...

ରହସ୍ୟମୟ ସ୍ମାରକ

ଆୟର୍ଲାଣ୍ଡର କାଉଣ୍ଟି ମଥ୍‌ରେ ଅଛି ଏକ ରହସ୍ୟମୟ ସ୍ମାରକ। ଏହା ଏକ ପ୍ରାଗ୍‌ଐତିହାସିକ ସ୍ମାରକ ଅଟେ, ଯାହାକି ବାୟରନ ନଦୀର ଉତ୍ତରରେ ଡ୍ରୋଘେଡାଠାରୁ ୮ କି.ମି....

Advertisement
Archives

Model This Week