Advertisement

ପ୍ରଥମ ଦିନରେ ୭୯ ପ୍ରତିଶତ ନେଲେ ଟିକା

ଭୁବନେଶ୍ୱର,୧୬।୧: ରାଜ୍ୟରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଯାଇଛି। ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬୩୩୦ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୨୯୪୧ଜଣ ଅର୍ଥାତ ୭୯ ପ୍ରତିଶତ ଟିକା ନେଇଛନ୍ତି। ପୂର୍ବାହ୍ନ ସାଢେ ୧୦ଟାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭରଚୁଆଲ ମାଧ୍ୟମରେ ଟିକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ସଫାଇ କର୍ମଚାରୀ ବରଞ୍ଚି ନାୟକ, ସୁନ୍ଦରଗଡ଼ର ଜଣେ ଷ୍ଟାଫ୍‌ ନର୍ସ ଏବଂ ଗଞ୍ଜାମର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଝାରସୁଗୁଡ଼ାରୁ ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚବି ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତରିକ୍ତ ମୁଖ୍ୟ ଶାସନ ସଚବି(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ) ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅପର୍ପଣ କରିଥିଲେ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ଟିକା କେନ୍ଦ୍ରରେ ଟିକାଦାନ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ପୌରାଞ୍ଚଳର ୬ଟି ଟିକାଦାନ କେନ୍ଦ୍ରରେ ୬୦୦ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ସେହପିରି କଟକର ୨ଟି କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା ହୋଇଥିଲା। ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଳିମ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି, ଅଖିଳ ଭାରତ ଆୟୁରବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବତ୍ମାନାବେନ, କମିସ୍‌ର ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ପଟ୍ଟନାୟକ, ଶୀରାମଚନ୍ଦ୍ରଭଞ୍ଜ ମେଡିକାଲ କେଲଜର ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା, ଯକ୍ଷ୍ମା ଓ ଛାତି ରୋଗ ବଭାଗ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, କ୍ୟାପିଟାଲ ହସ୍ପିିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସହ ଅନ୍ୟ କର୍ମଚାରୀ ପ୍ରମୁଖ ଟିକା ନେଇଥିଲେ। ଟିକା ନେବା ପରେ ସମସ୍ତେ ସୁସ୍ଥ ଅନୁଭବ କରିବା ସହ ଯନ୍ତ୍ରଣା ବିହୀନ ଓ ନିରାପଦ ବୋଲି ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ପ୍ରବେଶ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ସେମାନଙ୍କ ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀ,...

ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଆଠଗଡ, ୧୪।୬(ଡି.ଏନ୍‌.ଏ.): ୮ ଦିନର ସଂଘର୍ଷ ପରେ ଗୁଳିବିଦ୍ଧ ଦନ୍ତାର ମଙ୍ଗଳବାର ମୃତ୍ୟୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି...

ନିଷ୍ଠାର ସହ କାମ କରିବାକୁ ମେୟର, ପୌରାଧ୍ୟକ୍ଷଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଲୋକସେବା ଭବନରେ ସୋମବାର ନବନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ...

ପୂର୍ବ ଶତ୍ରୁତାରୁ ଜେଲ ଫେରନ୍ତାଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): କିଛି ଦିନର ନୀରବତା ପରେ ରାଜଧାନୀ ରାସ୍ତାରେ ରକ୍ତର ଛିଟା ପଡ଼ିଛି। ମଙ୍ଗଳବାର ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବବିହାର ବିଜୁ ପଟ୍ଟନାୟକ କଲେଜ ଛକରେ...

ଆର୍‌ଆର୍‌ବି ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୩।୮(ଡି.ଏନ୍‌.ଏ.):ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୦୪୬/୦୮୦୪୫ ହାତିଆ-କଟକ-ହାତିଆ ୨୨ ଏବଂ ୨୪ ଅଗଷ୍ଟ ଅପରାହ୍ନ ୪ଟା...

ବସ୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ: ମହିଳା ସିଟରେ ପୁରୁଷ ବସିଲେ ଜରିମାନା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଘରୋଇ ବସ୍‌ ଓ ମୋ ବସ୍‌ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍‌ପିଓମାନେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୯୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୫।୭(ବ୍ୟୁରୋ)-ରାଜ୍ୟରେ ରବିବାର ପୁଣି ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୯୯ ଜଣ ଥିବାବେଳେ ଗଜପତିରୁ ୫୬,...

ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ, ୧୮ା୧: ଜଗତ୍‌ସିଂହପୁର ଜିଲାରେ ସୋମବାରଠାରୁ ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା...

Advertisement
Archives

Model This Week