ରାଖୀ ପୂର୍ଣ୍ଣିମାରେ ଭଉଣୀକୁ କିଡ୍‌ନୀ ଦେଲେ ଭାଇ

ନୂଆଦିଲ୍ଲୀ, ୨୩ା୮: ରାଖୀ ପୂର୍ଣ୍ଣିମାରେ ଭଉଣୀକୁ ଉପହାରରେ ନୂଆ ଜୀବନ ଦେଇଛନ୍ତି ଭାଇ। କିଡ୍‌ନୀଜନିତ ରୋଗରେ ପୀଡ଼ିତ ଭଉଣୀକୁ ତାଙ୍କ ସାନଭାଇ ନିଜର ଏକ କିଡ୍‌ନୀ ଦାନ କରି ଜୀବନ ରକ୍ଷା କରିଛନ୍ତି। ସୂଚନା ମୁତାବକ, ହରିୟାଣା ରୋହତକ୍‌ର ଜଣେ ୩୧ ବର୍ଷୀୟା ମହିଳା ୫ ବର୍ଷ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିଡ଼୍‌ନୀ ରୋଗ ସମେତ ସେ ଟିବିରେ ଆକ୍ରାନ୍ତ ହେବା ସହ ତାଙ୍କ ହୃତ୍‌ପିଣ୍ଡ ଦୁର୍ବଳ ହେବା ଯୋଗୁ ଫୁସ୍‌ଫୁସ୍‌ରେ ପାଣି ଜମା ହୋଇଯାଇଥିଲା। ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ସୁଧୁରିବାରୁ ଡାକ୍ତର ତାଙ୍କୁ କିଡ୍‌ନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ସ୍ବାମୀଙ୍କ ସହ ରକ୍ତ ଗ୍ରୁପ୍‌ ମ୍ୟାଚ୍‌ ନ କରିବାରୁ ସେ କିଡ୍‌ନୀ ଦେଇପାରି ନ ଥିଲେ। ପରେ ତାଙ୍କ ସାନଭାଇଙ୍କ ବ୍ଲଡ୍‌ଗ୍ରୁପ୍‌ ମ୍ୟାଚ୍‌ କରୁଥିବା ଜଣାପଡ଼ିବା ପରେ ସେ ଭଉଣୀକୁ କିଡ୍‌ନୀ ଦେଇଥିଲେ। ଏହି ପ୍ରତିରୋପଣ ସଫଳ ହୋଇଥିବା ଦ୍ୱାରକାସ୍ଥିତ ଆକାଶ ହେଲ୍‌ଥ କେୟାର ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଆଜି, ବିରୋଧରେ ଚଣ୍ଡିଗଡ଼ରେ ଭାଜପାର ଜନତା ବିଧାନସଭା

ଚଣ୍ଡିଗଡ଼,୨୭ ।୯: ପଞ୍ଜାବ ବିଧାନସଭାର ବିଶେଷ ଅଧିବେଶନ ଆଜି ଡକା ଯାଇଛି । ଗୃହର କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହେବ । ଭଗୱନ୍ତ ମାନଙ୍କ...

କରୋନା ସଂକ୍ରମଣ ପୁଣି ବଢ଼ିଲା: ଗୋଟିଏ ଦିନରେ ୩ ଲକ୍ଷ ୬୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

ଆତ୍ମ ସମର୍ପଣ କଲେ ଏନ୍‌ଡିଏଫ୍‌ବିର ୧,୬୧୫ କ୍ୟାଡର

ଗୁଆହାଟି,୩୦।୧: ଆସାମ ଗୁଆହାଟିର ଏକ ସମାରୋହରେ ନ୍ୟାଶନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ୍‌ ବୋଡୋଲାଣ୍ଡ(ଏନ୍‌ଡିଏଫ୍‌ବି)ର ବିଭିନ୍ନ ଗ୍ରୁପର ପ୍ରାୟ ୧,୬୧୫ କ୍ୟାଡର ନିଜ ନିଜ ମାରଣାସ୍ତ୍ର ସହ...

ଗଙ୍ଗା ନଦୀକୁ ଖସିପଡିଲା ଜିପ୍‌: ୯ ଜଣଙ୍କ ଜୀବନ ଗଲା

ପାଟନା,୨୩।୪: ବିହାରର ରାଜଧାନୀ ପାଟନା ଦାନାପୁରରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଠାରେ ପିପା ବ୍ରିଜ ଦେଇ ଯାଉଥିବା ଏକ ଜିପ ଗଙ୍ଗା ନଦୀକୁ ଖସିପଡିଛି।...

ଡରୁଛି ଭାଜପା!

ଲକ୍ଷ୍ନୌ,୨୮ ।୧: ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ବେଳକୁ ବେଳ ରାଜନୀତି ମଇଦାନରେ ସରଗରମ ଦେଖିବାକୁ ମିଳୁଛି । ଏବେ...

ଗୋଟିଏ ମଣ୍ଡପରେ ସ୍ତ୍ରୀ, ଶାଳୀଙ୍କୁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଭୋପାଳ,୯।୧୨: ମଧ୍ୟ ପ୍ରଦେଶରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଭିଣ୍ଡ୍‌ ଜିଲାର ଜଣେ ଏକ ବିବାହ ମଣ୍ଡପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଭଉଣୀ...

ଦୁଇଦୁଇ ଥର ଜୀବନ ବଞ୍ଚାଇଲା ହେଲ୍‌ମେଟ୍‌ : କାର୍‌କୁ ଧକ୍କା ଦେଇ, ଖୁଣ୍ଟ ଖସିବା ଭିଡିଓ ଦେଖିଲେ…

ବାଇକ୍‌ ଚଲାଇବା ସମୟରେ ହେଲମେଟ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ହେଲ୍‌ମେଟ୍‌ ନ ପିନ୍ଧୁ ତେବେ ଅନେକ ସମସ୍ୟା ହୋଇଥାଏ। ବେଳେ ବେଳେ ଏହା ବ୍ୟକ୍ତିକୁ...

୧୮ ତେଜସ୍‌ ଲଢ଼ୁଆ ବିମାନ ବିକିବ ଭାରତ

ନୂଆଦିଲ୍ଲୀ,୬।୮: ଭାରତ ମାଲେସିଆକୁ ୧୮ଟି ତେଜସ୍‌ ହାଲୁକା ଲଢ଼ୁଆ ବିମାନ(ଏଲ୍‌ସିଏ) ବିକ୍ରି କରିବା ଲାଗି ପ୍ରସ୍ତାବ ଦେଇଛି। ଏହା ବ୍ୟତୀତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଇଜିପ୍ଟ, ଆମେରିକା,...

Advertisement
Archives

Model This Week