ଉଦ୍ଦେଶ୍ୟମୂଳକ ଭାବେ ଦିଆଯାଉଛି ନିର୍ଯାତନା

ଢେଙ୍କାନାଳ ଅଫିସ,୨୩ା୮: ଢେଙ୍କାନାଳ ଜିଲା ସଦର ବ୍ଲକର କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର (ସିଆର୍‌ସିସି) ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦିଆଯାଉଥିବା ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ କରା ନ ଗଲେ ସିଆର୍‌ସିସିମାନେ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏ ସମ୍ପର୍କରେ ସେମାନେ ଜିଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ସୂଚନା ଦେଇଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ସିଆର୍‌ସିସିମାନେ ବିଦ୍ୟାଳୟ ମନିଟରିଂ, ବିଦ୍ୟାଳୟ ପରିସର ଓ ଶୌଚାଳୟ ସଫାସୁତରା, ପାନୀୟ ଓ ପରିମଳ ବ୍ୟବସ୍ଥା, ଜମିପଟ୍ଟା ପାଇଁ ଆବେଦନ, ଫାଇଲେରିଆ ଔଷଧ ବଣ୍ଟନ, ମୋ ସ୍କୁଲ ଅଭିଯାନ ପାଇଁ ସଚେତନତା ସହ ପାଣ୍ଠି ସଂଗ୍ରହ, ମଧ୍ୟାହ୍ନ ଭୋଜନ, ନ୍ୟୁଟ୍ରିଶନ ବଗିଚା ପ୍ରସ୍ତୁତି, କ୍ୱାଲିଟି ୟୁନିଫର୍ମ ବଣ୍ଟନ, ୟୁସି ସଂଗ୍ରହ, ପାଠ୍ୟ ପୁସ୍ତକ, ଲାଇବ୍ରେରି ବହି ଓ ବିଜ୍ଞାନ କିଟ୍‌ ବଣ୍ଟନ, ୫-ଟି ବିଦ୍ୟାଳୟ ପାଇଁ ସର୍ଭେ ଓ ମନିଟରିଂ, ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ମୂଲ୍ୟାୟନ, ଶ୍ରେଷ୍ଠ ସ୍କୁଲ ପୁରସ୍କାର ପାଇଁ ସର୍ଭେ, ୯ମ ଓ ୧୦ମ ଶ୍ରେଣୀ ପରୀକ୍ଷାରେ ପର୍ଯ୍ୟବେକ୍ଷକ କାର୍ଯ୍ୟ, ନିର୍ବାଚନ ସମୟରେ ନୋମିନେଶନ ଗ୍ରହଣ କାର୍ଯ୍ୟ, ଇଚ୍‌ ୱାନ ଟିଚ୍‌ ୱାନ ପାଇଁ ମନିଟରିଂ, ସ୍କୁଲ ଆସୁ ନ ଥିବା ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅଭିଭାବକମାନଙ୍କୁ ପ୍ରବର୍ତ୍ତାଇବା, ପ୍ରଥମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଦିନ ପିଲାଙ୍କ ଉପସ୍ଥାନ ସଂଗ୍ରହ, ବିଦ୍ୟାଳୟକୁ ମିଳୁଥିବା ବିଭିନ୍ନ ଅନୁଦାନର ବିନିଯୋଗ, ବିଦ୍ୟାଳୟର ଶୁଖିଲା ଖାଦ୍ୟ ଓ ରନ୍ଧନ ଖର୍ଚ୍ଚ ବଣ୍ଟନ, ଛାତ୍ରୀଛାତ୍ରଙ୍କ ଆଧାରକାର୍ଡ ପଞ୍ଜୀକରଣ, ବେସ୍‌ଲାଇନ ଓ ଏଣ୍ଡ୍‌ ଲାଇନ ଆସେସମେଣ୍ଟର ତଦାରଖ, ଭ୍ୟାକ୍ସିନେଶନ ରିପୋର୍ଟ ପ୍ରଦାନ, ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମର ସହଯୋଗ ଓ ଅନୁଦାନର ପିପିଏ ପ୍ରସ୍ତୁତି ସୂଚାରୁରୂପେ କରୁଛନ୍ତି। ଏସସବୁ ସତ୍ତ୍ୱେ କୌଣସି ଦୋଷ ନ ଥାଇ ଜିଲା ଶିକ୍ଷା ଅଧିକାରୀ ଆକ୍ରୋଶମୂଳକ ଓ ଉଦ୍ଦେଶ୍ୟମୂଳକ ଭାବେ ସିଆର୍‌ସିସିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କିରାଣିଙ୍କ ଠାରୁ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କୁତ୍ସିତ ଭାଷାରେ ସମାଲୋଚନା କରୁଛନ୍ତି। ଏପରିକି ବିଦ୍ୟାଳୟସ୍ତରରୁ କୌଣସି ଭୁଲ ପାଇଁ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହୋଇ ସିଆର୍‌ସିସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦୁଇଜଣ କିରାଣି ସିଆର୍‌ସିସିମାନଙ୍କୁ ତାତ୍ସଲ୍ୟ କରିବା ସହିତ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର କାମ ଲଦି ଦିଆଯାଇଛି। ଗତ ମାଟ୍ରିକ ପରୀକ୍ଷାରେ ସିଆର୍‌ସିସିମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଗେଙ୍ଗୁଟିଆ ସିଆର୍‌ସିସିଙ୍କୁ ୪୦ କିଲୋମିଟର ଦୂରରେ ଦାୟିତ୍ୱ ଦିଆଯାଇ ଉଦ୍ଦେଶ୍ୟମୂଳକ ଭାବେ ନିଲମ୍ବିତ କରାଯାଇଥିଲା। ସପ୍ତଶଯ୍ୟା କ୍ଲଷ୍ଟର ସିଆର୍‌ସିସି ରବି ନାରାୟଣ ନାୟକ ଓ ମଙ୍ଗଳପୁର କ୍ଲଷ୍ଟର ସିଆର୍‌ସିସି ଇଚ୍ଛାବତୀ ରାଉତଙ୍କ ଦରମା ବନ୍ଦ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଉଛି। ନିକଟ ଅତୀତରେ ମାନସିକ ଅଶାନ୍ତି ଯୋଗୁ ସୋଗରପଶି କ୍ଲଷ୍ଟରର ୩ଜଣ ସିଆର୍‌ସିସିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନର ତୁରନ୍ତ ସମାଧାନ ଓ ନିଲମ୍ବିତ ସମୟକୁ ରେଗୁଲାର କରିବାକୁ ସିଆର୍‌ସିସିମାନେ ଦାବି କରିଛନ୍ତି। ସପ୍ତାହକ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ସାମୂହିକ ଭାବେ କାର୍ଯ୍ୟରୁ ଇସ୍ତଫା ଦେବେ ବୋଲି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ଭାପୁର ସିଆର୍‌ସିସି ନୃସିଂହ ଚରଣ ପତି, ବେଲଟିକିରି ସିଆର୍‌ସିସି ରସାନନ୍ଦ ମହାରଣା, ସପ୍ତଶଯ୍ୟା ସିଆର୍‌ସିସି ରବି ନାରାୟଣ ନାୟକ, ଗେଙ୍ଗୁଟିଆ ସିଆର୍‌ସିସି ରାଜେନ୍ଦ୍ର କୁମାର ନାୟକ ପ୍ରମୁଖ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କହିଛନ୍ତି, ସିଧାସଳଖ ସିଆର୍‌ସିସିମାନଙ୍କ ସହିତ କୌଣସି ଲିଙ୍କ୍‌ ନାହିଁ। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ସେମାନେ ରହିଛନ୍ତି। ସମସ୍ତ କାର୍ଯ୍ୟ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ହେଉଛି। ମୋ ନିକଟକୁ ମଧ୍ୟ କୌଣସି ଅଭିଯୋଗ ଆସିନାହିଁ। ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ମାଟ୍ରିକ ପରୀକ୍ଷାକୁ ନେଇ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା ଯୋଗୁ ଦୁଇ ସିଆର୍‌ସିସିଙ୍କ ଦରମା ବନ୍ଦ କରାଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସାମୁହୂିକ ଇସ୍ତଫା ଦେବା ସମ୍ପର୍କରେ ମୋ ନିକଟକୁ ଅଭିଯୋଗ ଆସିନାହିଁ। ଟୁର୍‌ରେ ବାହାରକୁ ଯାଇଥିଲି। ମଙ୍ଗଳବାର ସିଆର୍‌ସିସିମାନଙ୍କ ସହିତ ଆଲୋଚନା କରିବି ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri