ଓମିକ୍ରନ ହେବ ପରାସ୍ତ: ଏମ-ଆରଏନଏ ଟିକା ଜେମକୋଭାକ-ଓଏମକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୦।୬ : ବାୟୋଟେକ୍ନୋଲୋଜି ବିଭାଗ ମଙ୍ଗଳବାର କହିଛି ମିଶନ କୋଭିଡ ସୁରକ୍ଷଙ୍କ ଅନ୍ତର୍ଗତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ଓମିକ୍ରନ ନିର୍ଦ୍ଦିଷ୍ଟ ଏମ-ଆରଏନଏ ଆଧାରିତ ବୁଷ୍ଟର୍‌ ଟିକାକୁ ଭାରତର ଡ୍ରଗ କଣ୍ଟ୍ରୋଲର୍‌ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ଜେମକୋଭାକ-ଓଏମ ଏମ-ଆରଏନଏ ଆଧାରିତ ଟିକା ଫର୍ମୁଲାକୁ ଉହାନ ଷ୍ଟ୍ରେନ ବିରୁଦ୍ଧରେ ବିକଶିତ ପ୍ରୋଟୋଟାଇପ ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପର୍ଯ୍ୟନ୍ତ ବିକଶିତ କରିଛି।

ଜେମକୋଭାକ-ଓଏମ ହେଉଛି ଏକ ଓମିକ୍ରନ ନିର୍ଦ୍ଦିଷ୍ଟ ଏମ-ଆରଏନଏ ଆଧାରିତ ବୁଷ୍ଟର୍‌ ଟିକା ଯାହା ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ସ୍ବଦେଶୀ ପ୍ଲାଟଫର୍ମ ଟେକ୍ନୋଲୋଜି ବ୍ୟବହାର କରି ବିକଶିତ ହୋଇଛି।
ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ସିଇଓ ସଞ୍ଜୟ ସିଂ କହିଛନ୍ତି, ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ର କାର୍ଯ୍ୟାଳୟରୁ ଜେମକୋଭାକ-ଓଏମ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ଆମ ଁ ପ୍ରସ୍ତୁତ ଏକ ଟେକ୍ନୋଲୋଜିର ପରିଚୟ ପ୍ରଦାନ କରିଛି। ଏହା ଆମର ଅଗ୍ରଗତି ଏବଂ ପ୍ରୟାସର ଏକ ପ୍ରମାଣ।

ବାୟୋଟେକ୍ନୋଲୋଜି ବିଭାଗର ସଚିବ ରାଜେଶ ଏସ ଗୋଖଲେ କହିଛନ୍ତି ଏହା ଅନ୍ୟ ଟିକା ତୁଳନାରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ସାବିତ୍ରୀ, ଜମୁଛି ଆମ୍ବ-ପଣସ ଆସର

ଗଞ୍ଜାମ,୧୪।୫(ବିଦ୍ୟାଧର ସାହୁ): ଦିନକ ପରେ ଅର୍ଥାତ ଶନିବାର ସମଗ୍ର ରାଜ୍ୟରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା l କେଉଁ ଆବାହନ କାଳରୁ ବାପାମା’ ଝିଅ ପାଇଁ ଭାର…

ଗୋଟିଏ ବୁନ୍ଦା ନାହିଁ ପେଟ୍ରୋଲ: ସାରା ଦେଶରେ ବ୍ଲାକ୍‌ଆଉଟ୍‌ ଘୋଷଣା କଲେ ସରକାର, ରାଜଧାନୀରେ…

ହାଭାନା,୧୪।୫: କ୍ୟୁବା ବର୍ତ୍ତମାନ ଏକ ଗମ୍ଭୀର ଇନ୍ଧନ ସଙ୍କଟର ସମ୍ମୁଖୀନ ହେଉଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦେଶରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଡିଜେଲ ଓ…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ଓ଼୍ବାର୍କ ଫର୍ମ ହୋମ୍‌ ନେଇ ବଡ଼ ଘୋଷଣା କଲେ ରାଜ୍ୟ ସରକାର, କେବଳ ୫୦% କର୍ମଚାରୀ ଯିବେ ଅଫିସ୍‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୪।୫: ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନ୍ଧନ ସଂରକ୍ଷଣ ପାଇଁ ଆହ୍ୱାନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ତ୍ରିପୁରା ସରକାର ଏହାର 50% କର୍ମଚାରୀଙ୍କ ପାଇଁ…

ଟ୍ରମ୍ପଙ୍କୁ ଭେଟି ବଡ଼ ଘୋଷଣା କଲେ ଚାଇନା ରାଷ୍ଟ୍ରପତି: ଚାହିଁ ରହିଗଲା ସାରା ବିଶ୍ୱ

ବେଜିଂ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କର ଐତିହାସିକ ଶିଖର ସମ୍ମିଳନୀ ପାଇଁ ବେଜିଂରେ ପହଞ୍ଚିଛନ୍ତି। ଗୁରୁବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଟ୍ରମ୍ପଙ୍କୁ ସ୍ବାଗତ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri