Posted inଖେଳ

ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍‌) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍‌ ଡିଭିଜନ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଆଥଲେଟ୍‌ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିବେ। ହୁବାର୍ଡଙ୍କୁ ବର୍ତ୍ତମାନ ୪୩ ବର୍ଷ ବୟସ। ଗେମ୍ସରେ ସେ ସବୁଠାରୁ ବୟସ୍କା ଭାରୋତ୍ତୋଳିକା ବିବେଚିତ ହେବେ। ଅଗଷ୍ଟ ୨ ବେଳକୁ ମହିଳା ୮୭ କେଜି (୧୯୨ ପାଉଣ୍ଡ)ରୁ ଊର୍ଦ୍ଧ୍ୱ କାଟାଗୋରି ପ୍ରତିଯୋଗିତା ପାଇଁ ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥ ସ୍ଥାନରେ ରହିବେ। ହୁବାର୍ଡ ୨୦୧୭ ବିଶ୍ୱଚାମ୍ପିୟନଶିପ୍‌ରେ ରୌପ୍ୟ, ସାମୋଆରେ ୨୦୧୯ ପ୍ୟାସିଫିକ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୨୦୧୮ରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ। କିନ୍ତୁ ଆଘାତପ୍ରାପ୍ତ ହେବାରୁ ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ହଜାର ଛୁଇଁଲେ କୋହଲି

ପୁଣେ,୨୬।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ହାସଲ କରିଛନ୍ତି ଆଉ ଏକ ସ୍ବତନ୍ତ୍ର ମାଇଲଷ୍ଟୋନ। ଦିନିକିଆରେ ୩ୟ ପୋଜିଶନରେ ବ୍ୟାଟିଂ କରି ୧୦ ହଜାର...

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ...

ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲୁଥିବା ସମୟରେ ଗାଧୋଇବାକୁ ଯାଇଥିଲେ ଏହି କ୍ରିକେଟର, ପରେ ଘଟିଲା ଏମିତି

୨୦୦୭ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କେପଟାଉନ ଟେଷ୍ଟରେ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି ଭାରତର ପୂର୍ବତନ ଓପନର୍‌ ଆକାଶ ଚୋପ୍ରା। ଏହି...

ଭାରତକୁ କେହି ଧୋକା ଦେଇପାରିବେ ନାହିଁ, କାହିଁକି ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୨।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଦଳ ଦ୍ୱାରା ପାକିସ୍ତାନ ଗସ୍ତକୁ ବାତିଲ କରି ନିରାଶ...

ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌: ଶିବ କପୁର ବ୍ରାଣ୍ଡ ଆମ୍ବାସାଡର

ଦୁବାଇ, ୨ା୩ (ପି.ଟି.)- ଭାରତର ଅନ୍ୟତମ ପ୍ରଫେଶନାଲ ଗଲ୍ଫ ଖେଳାଳି ଶିବ କପୁର ନବଗଠିତ ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌ (ଇଗଲ) ବ୍ରାଣ୍ଡ ଆମ୍ବାସାଡର ଭାବେ...

ଆର୍‌ଆର୍‌ ୮ ଓଭରରେ ୭୫…

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମଧ୍ୟରେ ମୁକାବିଲ ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ...

ବିବାଦରେ ଧୋନୀଙ୍କ ରନ୍‌ଆଉଟ୍‌

ନୂଆଦିଲ୍ଲୀ, ୧୧।୭- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇସାରିଛି। କିନ୍ତୁ...

ଫିଞ୍ଚ୍‌, ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ବିଜୟୀ, ପ୍ରଥମ ଦିନିକିଆରେ ଭାରତ ପରାସ୍ତ

ସିଡନୀ, ୨୮।୧୧(ପି.ଟି.)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଖେଳିଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରି...

Advertisement
Archives

Model This Week