Posted inଖେଳ

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି। ଏହି ଦୁଇ ରୋୟର ପୁରୁଷ ଲାଇଟ ଓ୍ବେଟ ଡବଲ୍ସ ସ୍କଲ ଇଭେଣ୍ଟ ପାଇଁ କ୍ୱାଲିଫାଏ କରିଛନ୍ତି। ଟୋକିଓରେ ଚାଲିଥିବା ଏସିଆ/ଓସେନିଆ କଣ୍ଟିନେଣ୍ଟାଲ କ୍ୱାଲିଫାଇଂ ରେଗାଟାର ଫାଇନାଲ ରେସ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଦୁଇ ରୋୟର ଏହି ସଫଳତା ପାଇଛନ୍ତି।
ଆଉ ଜଣେ ଭାରତୀୟ ରୋୟର ଜାକାର ଖାଁ ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ୫ଟି ଅଲିମ୍ପିକ୍‌ କୋଟ ରହିଥିଲା। ତେବେ ଏହି ରିଗେଟାରେ ଗୋଟିଏ ଦେଶ ପାଇଁ ଗୋଟିଏ କ୍ୱାଲିଫାଇଂ ସ୍ଥାନ ରହିବାର ନିୟମ ରହିଛି। ଫଳରେ ଜାକାର ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ପୁରୁଷ ଲାଇଟ୍‌ଓ୍ବେଟ ଡବଲ ସ୍କଲ୍ସ ଇଭେଣ୍ଟରେ ଶ୍ରେଷ୍ଠ ୩ ସ୍ଥାନ ଅଧିକାର କରିଥିବା ଖେଳାଳି ଅଲିମ୍ପିକ ଯୋଗ୍ୟତା ହାସଲ କରିଥାନ୍ତି। ଅର୍ଜୁନ ଓ ଅରବିନ୍ଦଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ରୋୟର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। କୋଭିଡ୍‌-୧୯ କାରଣରୁ ଅନ୍ୟ କୌଣସି ରୋୟର ଅଲିମ୍ପିକ୍ସ କ୍ୱାଲିଫାୟରରେ ଅଂଶଗ୍ରହଣ କରିବେ ନାହିଁ। ଫଳରେ କେବଳ ଏହି ଦୁଇ ରୋୟର ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଇଟାଲୀରେ ଆଉ ଏକ ଅଲିମ୍ପିକ କ୍ୱାଲିଫାୟର ଆୟୋଜନ ହେବ। ତେବେ ଭାରତ କରୋନା କାରଣରୁ ଆଉ କାହାକୁ ସେଠାକୁ ପଠାଇବ ନାହିଁ। ଫଳରେ ଆଉ କୌଣସି ରୋୟର ଅଲିମ୍ପିକ୍ସରେ ଅଂଶଗ୍ରହଣ ନ କରିବା ନିଶ୍ଚିତ ହୋଇଛି। ଟୋକିଓ ବେସ୍ଥିତ ସି ଫରେଷ୍ଟ ଓ୍ବାଟରଓ୍ବେଠାରେ ଚାଲିଥିବା ଏହି ଇଭେଣ୍ଟରେ ଏକ ୧୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୨୧୭ …

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ଟସ ଜିତି ପ୍ରଥମେ...

ଜନ୍ତର ମନ୍ତରେ ଟିକେଟ ବଣ୍ଟା ଯାଉନି ଯାହାକୁ ନେଇ ରାଜନୀତି ହେବ: ରାକେଶ ଟିକାଏତ

ନୂଆଦିଲ୍ଲୀ,୭।୫: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।...

ଇଦ୍‌ରେ ସ୍ତ୍ରୀଙ୍କୁ ମର୍ସିଡିଜ୍‌-ବେଞ୍ଜ କାର୍‌ ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧।୮: ବାଂଲାଦେଶ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ତଥା ଅଭିଜ୍ଞ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଇଦ୍‌ ଅବସରେ ସ୍ତ୍ରୀ ଉମି ଅହମ୍ମଦ ଶିଶିରଙ୍କୁ...

ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ: ଓଡ଼ିଶାର ସେମିଫାଇନାଲ ଆଶା ଧୂଳିସାତ

କଟକ ଅଫିସ,୨୪ା୨-  ଓଡ଼ିଶାର ରଣଜୀ ଟ୍ରଫି ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। କ୍ବାର୍ଟର ଫାଇନାଲ ରାଉଣ୍ଡରୁ ଅଭିଯାନ ଶେଷପଥରେ ରହିଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ।...

‘ଧୋନୀଙ୍କ ପାଖରେ ଏବେ ବହୁତ କ୍ରିକେଟ ବାକି ଅଛି’

ନୂଆଦିଲ୍ଲୀ,୧୨।୭(ପି.ଟି.)- ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲେ ମଧ୍ୟ ଭାରତୀୟ ଦଳକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ଜାତୀୟ କରାଟେ ପ୍ରତିଯୋଗିତା, ଓଡ଼ିଶାକୁ ୪ ପଦକ

ଭୁବନେଶ୍ୱର, ୧୯ା: ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଚାଲିଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଶା କରାଟେକାମାନେ ପ୍ରଥମ ଦିବସରେ ଗୋଟିଏ ଲେଖାଏଁ...

୨୦୨୩ ହକି ବିଶ୍ୱକପ୍‌ ଆୟୋଜନ: ବିଡ୍‌ ଦାଖଲ କଲା ଭାରତ

ଲାଉସେନ,୧୮।୧୦(ପି.ଟି.)- ୨୦୨୩ରେ ଆୟୋଜନ ହେବାକୁଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ଆୟୋଜନ କରିବାକୁ ଭାରତ ଦାବି ଉପସ୍ଥାପନା କରିଛି। ଭାରତ ସମେତ ୩ଟି ଦେଶ ଏ...

କୋହଲିଙ୍କୁ ନେଇ ଏପରିି ବଡ଼ କଥା କହିଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ରବିବାରଠାରୁ ଖେଳାଯିବ। ଏହି ବକ୍ସିଂ ଡେ ଟେଷ୍ଟ ସେଞ୍ଚୁରିଆନର ସୁପରପୋର୍ଟ...

Advertisement
Archives

Model This Week