Posted inଖେଳ

ଅଲିମ୍ପିକ୍ସ ହକି: ଭାରତୀୟ ମହିଳାଙ୍କ ହ୍ୟାଟ୍ରିକ ପରାଜୟ

ଟୋକିଓ,୨୯।୭(ପି.ଟି.): ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ବୁଧବାର ସକାଳେ ଖେଳାଯାଇଥିବା ପୁଲ୍‌ -ଏ ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ ଗ୍ରେଟ୍‌ ବ୍ରିଟେନଠାରୁ ପରାସ୍ତ ହୋଇଛି। ଏଥିସହ ଭାରତ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। ଫଳରେ ଭାରତର କ୍ୱାର୍ଟର ଫାଇନାଲ ଆଶା ମଉଳିଯାଇଛି।
ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲା। ବ୍ରିଟେନ ବିପକ୍ଷରେ ଭାରତ ଏହି ତ୍ରୁଟିକୁ ପୁଣି ଦୋହରାଇଥିଲା। ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଖେଳାଯାଇଥିତ୍ବା ଏହି ମ୍ୟାଚ୍‌ରେ ବ୍ରିଟେନ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବ୍ରିଟେନ ଏଥିସହ ପୁଲ୍‌ -ଏ’ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ବ୍ରିଟେନ ତରଫରୁ ହାନା ମାର୍ଟିନ ଡବଲ୍‌ ଗୋଲ ସ୍କୋର କରିଥିଲେ। ସେ ଦ୍ୱିତୀୟ ଓ ୧୯ତମ ମିନିଟ୍‌ରେ ଗୋଲ ଦେଇଥିଲେ। ସେହିପରି ଲିଲି ଓସଲି ୪୧ ଓ ଗ୍ରେସ୍‌ ବାଲସ୍‌ଡନ ୫୭ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଅପରପକ୍ଷରେ ଭାରତ ତରଫରୁ ଶର୍ମିଳା ଦେବୀ ୨୩ତମ ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ। ଏବେ ଭାରତକୁ ବାକି ଦୁଇଟି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏହି ମ୍ୟାଚ୍‌ରେ ଅତିକମ୍‌ରେ ଭାରତ ଗୋଟିଏ ପଏଣ୍ଟ ହାସଲ କରିବାର ଥିଲା।
ଏହାପୂର୍ବରୁ ଭାରତ ବିଶ୍ୱର ୧ ନମ୍ବର ଦଳ ନେଦରଲାଣ୍ଡ୍ସଠାରୁ ୧-୫ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀଠାରୁ ୦-୨ ଗୋଲରେ ହାରିଥିଲା। ରାନୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତ ଏବେ ଶୁକ୍ରବାର ଆୟର୍ଲାଣ୍ଡକୁ ଭେଟିବ। ବଡ଼ ବ୍ୟବଧାନରେ ମ୍ୟାଚ୍‌ର ଫଇସଲା ହୋଇଥିଲେ ମଧ୍ୟ ଭାରତ ଓ ବ୍ରିଟେନର ୫ ନମ୍ବର ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ବ୍ରିଟେନ ସୁଯୋଗର ସଦ୍‌ବ୍ୟବହାର କରିଥିଲା। କିନ୍ତୁ ଭାରତ ଏଥିରେ ପଛରେ ପଡିଥିଲା। ୮ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଭାରତ ମାତ୍ର ଗୋଟିଏକୁ ଗୋଲରେ ପରିଣତ କରିଥିଲା। ସେହିପରି ୬ଟି ପେନାଲ୍ଟି କର୍ନରରୁ ବ୍ରିଟେନ ଗୋଟିଏକୁ ଗୋଲରେ ପରିଣତ କରିଥିଲା। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବ୍ରିଟେନ ଭାରତୀୟ ଡିଫେନ୍ସ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲା।
୩ ପରାଜୟ ସହ କୌଣସି ପଏଣ୍ଟ ହାସଲ ନ କରି ଭାରତ ଏବେ ପୁଲ୍‌-ଏ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ନେଦରଲାଣ୍ଡ୍ସ ୩ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଜର୍ମାନୀ ୩ଟି ମ୍ୟାଚ୍‌ ଖେଳି ୯ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଗୋଲ ବ୍ୟବଧାନ ଦୃଷ୍ଟିକୋଣରୁ ଦ୍ୱିତୀୟ, ବ୍ରିଟେନ ୩ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ ହାସଲ କରି ତୃତୀୟ, ଆୟର୍ଲାଣ୍ଡ ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା କୌଣସି ପଏଣ୍ଟ ନ ପାଇ ଅନ୍ତିମ ତଥା ଷଷ୍ଠ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri