ବିକାଶ କେତେଦୂର

ଇଂ. ଶକ୍ତି ପ୍ରସାଦ ଦାସ

ଏକ ଜନ କଲ୍ୟାଣକାରୀ ରାଷ୍ଟ୍ର ହିସାବରେ ଭାରତର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବରେ ବିକାଶମୂଳକ ନୀତି ଘୋଷଣା କରୁଛନ୍ତି ଓ ମାଳ ମାଳ ଯୋଜନା ଆଣୁଛନ୍ତି। କିନ୍ତୁ ଜାତିସଙ୍ଘର ‘ବିଶ୍ୱ ମାନବ ବିକାଶ ସୂଚକାଙ୍କ-୨୦୨୦’ ଦର୍ଶାଉଛି କି ଭାରତ ୧୮୯ଟି ଦେଶ ମଧ୍ୟରେ ୧୩୧ତମ ସ୍ଥାନରେ ଥିବାବେଳେ ସ୍ବାଧୀନତା ଦୃଷ୍ଟିରୁ ସମସାମୟିକ ଦେଶ ଦକ୍ଷିଣ କୋରିଆ(୨୩ତମ), ମାଲୟେସିଆ(୬୨ତମ) ଓ ଶ୍ରୀଲଙ୍କା(୭୨ତମ) ଖୁବ୍‌ ଭଲ ପ୍ରଦର୍ଶନ କରିଛନ୍ତି।
ଯୋଜନା ଜିଲ୍ଲା ଓ ବ୍ଲକସ୍ତରରେ କାର୍ଯ୍ୟକାରୀ ହେବା ବେଳକୁ ଅନେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଅପ୍ରତ୍ୟାଶିତ ଭାବରେ ମୁଣ୍ଡ ଟେକୁଛନ୍ତି। ଯୋଜନାଗୁଡ଼ିକ ଏମାନଙ୍କ ପଞ୍ଝାରେ ପଡ଼ି ବାଟବଣା ହୋଇଯାଉଛି। ବିଡ଼ମ୍ବନା ହେଉଛି, ନୀତିଗୁଡ଼ିକ କାହିଁକି କାମ କରୁନାହିଁ, ଏହାର ବିଶ୍ଳେଷଣ ପ୍ରାୟତଃ କରାଯାଉ ନାହିଁ। ଏଥିପାଇଁ ମୁଖ୍ୟତଃ ତିନୋଟି କାରଣ ଦାୟୀ ବୋଲି ଅନୁଭବ କରାଯାଏ। ଏଗୁଡ଼ିକ ହେଲା ଅପରିପକ୍ୱ ନୀତି ନିର୍ମାଣ ଓ ତଜ୍ଜନିତ ଯୋଜନାଗୁଡ଼ିକର କାର୍ଯ୍ୟାନ୍ବୟନରେ ପ୍ରତିବନ୍ଧକ ଏବଂ କାର୍ଯ୍ୟକାରିତାର ଅବ୍ୟବସ୍ଥିତ ମୂଲ୍ୟାଙ୍କନ। ଅନୁଷ୍ଠାନ, ଆଦର୍ଶ, ମୂଲ୍ୟବୋଧ ଓ ଆଇନକୁ ବ୍ୟବହାର କରି, ଇଚ୍ଛିତ ଲକ୍ଷ୍ୟ ହାସଲ କରିବା ପାଇଁ ନୀତି ତିଆରି କରାଯାଏ। ରାଜନୈତିକ ବିଚାରଧାରା, ଜନମତ ଏହାକୁ ପ୍ରଭାବିତ କରିଥାଆନ୍ତି। ନୀତିଗୁଡ଼ିକ ଅନିବାର୍ଯ୍ୟ ଭାବରେ ସମସ୍ୟା ଅନୁଭୂତିରୁ ଆସିଥାଏ ଏବଂ ତା’ପରେ ପରିଭାଷିତ ହୋଇଥାଏ। ଉପରଠାଉରିଆ ଧାରଣାରୁ ସମସ୍ୟାଗୁଡ଼ିକୁ ଭୁଲ୍‌ ଭାବରେ ବ୍ୟାଖ୍ୟା କରାଯିବାର ଭୟ ରହିଛି।
‘ଅପରେଶନ ବ୍ଲାକ୍‌ବୋର୍ଡ’ ଯୋଜନା କଥା ଦେଖାଯାଉ। ନୀତି ନିର୍ମାତାମାନେ ପ୍ରାଥମିକ ଶିକ୍ଷାକୁ କେବଳ ପରିମାଣଗତ ସମସ୍ୟା ବୋଲି ଚିନ୍ତା କରି ଏହାର ଗୁଣାତ୍ମକ ଦିଗଟିକୁ ଭୁଲିଗଲେ। ଗଁା ଗଣ୍ଡାରେ ମାଳ ମାଳ ସରକାରୀ ସ୍କୁଲ ଖୋଲିଗଲା। ଶିକ୍ଷକମାନେ ଅନୁପସ୍ଥିତ ରହିଲେ। ଯୋଗ୍ୟ ଶିକ୍ଷକ ଅଭାବରୁ ନିମ୍ନ ମାନର ଶିକ୍ଷାଦାନ ଯୋଗୁ ଅଭିଳଷିତ ଫଳ ନ ପାଇ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲକୁ ପଠାଇଲେ ନାହିଁ। ବହୁ ବିଳମ୍ବରେ ଆମେ ଏହି ସମସ୍ୟାକୁ ବୁଝିବାକୁ ସକ୍ଷମ ହେଲୁ। ଥରେ ସମସ୍ୟାର ପରିଭାଷା ଭୁଲ ହୋଇଗଲେ, ନୀତି ନର୍ମାଣରେ ଅନେକ ସମସ୍ୟା ମୁଣ୍ଡଟେକେ। ତେଣୁ, ନୀତିକୁ ତାଳିପକା କାମ କିମ୍ବା ଉତ୍ତମ ନୀତିର ନକଲ ଭାବରେ ଦେଖିଲେ ଚଳିବନାହିଁ, ଏହାକୁ ଡିଜାଇନ କରିବାକୁ ହେବ। ପର୍ଯ୍ୟାପ୍ତ ସୂଚନା ଓ ତଥ୍ୟର ଅଭାବ ସତ୍ତ୍ୱେ ନୀତିକୁ ସହଳ ଲାଗୁ କରିବାର ଲୋଭ ଡିଜାଇନକୁ ତ୍ରୁଟିପୂର୍ଣ୍ଣ କରିଥାଏ। ଏହା ନୀତି ପ୍ରକ୍ରିୟାକୁ ଜଟିଳ କରିଥାଏ ଏବଂ ଏଭଳି ନୀତିରୁ ଈପ୍ସିତ ଫଳ ମିଳିନଥାଏ।
ଥରେ ଯୋଜନା ଲାଗୁ ହୋଇଗଲେ କେଉଁ ନୀତି କାମ କରୁଛି, କେଉଁ ନୀତି କାମ କରିବାର ସମ୍ଭାବନା ଅଛି ଏବଂ କେଉଁ ନୀତି ଆଦୌ କାମ କରୁନାହିଁ, ଏ ସବୁକୁ ମୂଲ୍ୟାଙ୍କନ କରି ନୀତିର ଦକ୍ଷତା ମାପିବାର ଅଛି। ଏହିସବୁ ସୂଚନାକୁ ଆଧାର କରି ଆବଶ୍ୟକ ହେଲେ ନୀତିରେ ପରିବର୍ତ୍ତନ ଅଣାଯାଇପାରେ। କିନ୍ତୁ, କାର୍ଯ୍ୟକ୍ଷେତ୍ରରେ ମୂଲ୍ୟାଙ୍କନ ପ୍ରକ୍ରିୟା ଖୁବ୍‌ ମନ୍ଥର ଓ କ୍ଷୀଣ ହୋଇଥାଏ। ଦୁର୍ବଳତାକୁ ସ୍ବୀକାର କରିବାର ମାନସିକତା ପ୍ରାୟତଃ ନଥାଏ। ଗୋଟିଏ ପଟେ ରାଜନେତା, ଅମଲାତନ୍ତ୍ର ଏବଂ ଅନ୍ୟ ପଟେ ରାଜନୀତି ଓ ସମାଜ ମଧ୍ୟରେ ଥିବା ସମ୍ପର୍କରେ ସଚ୍ଚୋଟତା ଅଭାବ ଅନୁଭୂତ ହୁଏ। ସମସ୍ତେ ଏହାକୁ ଜାଣି ନ ଜାଣିଲା ଭଳି ଅଭିନୟ କରନ୍ତି।
ସେହିପରି ପ୍ରସ୍ତୁତ ନୀତିର କାର୍ଯ୍ୟାନ୍ବୟନରେ ଅନେକ ସମସ୍ୟା ପରିଲକ୍ଷିତ ହୁଏ। ଓଡ଼ିଶା ପରି ଏକ ପଛୁଆ ରାଜ୍ୟରେ ଗୋଟିଏ ପଟେ ପ୍ରୋତ୍ସାହନ, ଉତ୍ତରଦାୟିତ୍ୱ, କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ, ଦଣ୍ଡ ବ୍ୟବସ୍ଥାର ଅଭାବ ଏବଂ ଅନ୍ୟ ପଟେ ଦୁର୍ନୀତି, ଅପାରଗ କାର୍ଯ୍ୟାନ୍ବୟନର ମୁଖ୍ୟ କାରଣ ଭାବରେ ଛିଡ଼ା ହୋଇଛି। କମ କର୍ମଚାରୀଙ୍କ ସହିତ ଯଥେଷ୍ଟ ତଦାରଖ ଅଭାବରୁ ଓ ସୀମିତ ଉତ୍ତରଦାୟିତ୍ୱ କାରଣରୁ କାର୍ଯ୍ୟକର୍ତ୍ତାମାନେ ସ୍ବେଚ୍ଛାଚାରୀ ହୋଇଯାଉଛନ୍ତି। ଉଦାହରଣ ସ୍ବରୂପ, ରାଜ୍ୟର ‘ଅକ୍ଷୟ ଶକ୍ତି ନୀତି-୨୦୧୬’ ଅନୁଯାୟୀ ୨୦୨୨ ସୁଦ୍ଧା ଅତିରିକ୍ତ ୨୭୫୦ ମେଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ଯୋଡ଼ିବାର ଲକ୍ଷ୍ୟ ସ୍ଥିର କରାଯାଇଛି। ସିଏଜିଙ୍କ ଅଡିଟ୍‌ ରିପୋର୍ଟରୁ ଜଣାଯାଏ ଯେ, ୨୦୧୮ ଶେଷ ସୁଦ୍ଧା ମାତ୍ର ୧୯୫ ମେଗାୱାଟ (୭ ପ୍ରତିଶତ) କ୍ଷମତା ହାସଲ ହୋଇପାରିଛି। ‘କ୍ଷମତାସମ୍ପନ୍ନ କମିଟି’ କାର୍ଯ୍ୟାନ୍ବୟନ ସମୀକ୍ଷା କରିବା ପାଇଁ ଥରେ ମଧ୍ୟ ବସିନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ସମୟୋଚିତ ପର୍ଯ୍ୟାଲୋଚନା ଓ କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ କରାଯାଉ ନାହିଁ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପରସ୍ପର ବିରୋଧୀ ପ୍ରାଥମିକତା କାରଣରୁ ସାର୍ବଜନୀନ ପାଣ୍ଠିର ସଠିକ ବିନିଯୋଗ ହୋଇପାରୁନାହିଁ। କେନ୍ଦ୍ରର ଏନ୍‌ଡିଏ ସରକାର ୨୦୧୮ରେ ଦେଶର ନିମ୍ନ ଆୟକାରୀ ପରିବାରଙ୍କ ପାଇଁ ‘ଆୟୁଷ୍ମାନ୍‌ ଭାରତ ଯୋଜନା’ ନାମରେ ଏକ ମାଗଣା ଜାତୀୟ ସ୍ବାସ୍ଥ୍ୟବୀମା ଯୋଜନା ଆଣିଲାବେଳେ ପାଖାପାଖି ସେହି ସମୟରେ ଉଭୟ ନିମ୍ନ ଆୟକାରୀ ଓ ଦାରିଦ୍ର୍ୟ ସୀମାରେଖା ଉପରେ ଥିବା ପରିବାରଙ୍କ ପାଇଁ ରାଜ୍ୟ ସରକାର ତଦନୁରୂପ ଆଉ ଏକ ମାଗଣା ସ୍ବାସ୍ଥ୍ୟବୀମା ଯୋଜନା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ଆଣିଲେ। ସମାନ ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ଦୁଇ ଦୁଇଟି କାର୍ଯ୍ୟକ୍ରମ ଚାଲିବାର କୌଣସି ଅର୍ଥ ନାହିଁ। ସମକାଳୀନ ଦୋହରା ଯୋଜନା କାରଣରୁ ଦେଶ ଅନ୍ୟ କୌଣସି ସମ୍ଭାବ୍ୟ ବିକାଶ କାର୍ଯ୍ୟକ୍ରମ ହାତକୁ ନେବାରୁ ବଞ୍ଚତ୍ତ ହେଲା ବୋଲି ବୁଝିବାକୁ ହେବ।
କେନ୍ଦ୍ର ସରକାରଙ୍କ ‘କୌଶଳ ବିକାଶ ଓ ଉଦ୍ୟୋଗ’ ମନ୍ତ୍ରଣାଳୟ ସ୍ବୀକାର କରନ୍ତି ଯେ, ଦେଶରେ ସମୁଦାୟ ଶ୍ରମବଳ ମଧ୍ୟରୁ ମାତ୍ର ପାଞ୍ଚ ପ୍ରତିଶତ ଔପଚାରିକ ଦକ୍ଷତା ତାଲିମ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜର୍ମାନୀରେ ୭୫%, ଜାପାନରେ ୮୦% ଓ ଦକ୍ଷିଣ କୋରିଆରେ ୯୬% ଶ୍ରମବଳ କୁଶଳ ଅଛନ୍ତି। ଏପରି ଅବସ୍ଥାରେ ‘ମେକ୍‌ ଇନ୍‌ ଇଣ୍ଡିଆ’/ ‘ଡିଜିଟାଲ ଇଣ୍ଡିଆ’ ଭଳି ମହତ୍ତ୍ୱାକାଂକ୍ଷୀ ଯୋଜନାର ଭବିଷ୍ୟତ ଜଳ ଜଳ ହୋଇ ଦେଖାଯାଉଛି। ଏହାକୁ ଇଚ୍ଛାଶକ୍ତିର ଅଭାବ କହିବା ନାହିଁ ତ ଆଉ କ’ଣ କହିବା!
ଚାଲୁ ରହିଥିବା ଶହେ କାର୍ଯ୍ୟକ୍ରମ ମଧ୍ୟରୁ କେନ୍ଦ୍ର ସରକାରଙ୍କ ‘ଏମ୍‌ଜିଏନ୍‌ଆରଇଜିଏ’ ଓ ‘ସର୍ବଶିକ୍ଷା ଅଭିଯାନ’ ଏବଂ ରାଜ୍ୟ ସରକାରଙ୍କ ‘ବିଜୁ ପକ୍କା ଘର’ ଓ ‘କାଳିଆ’ ଭଳି କିଛି ପ୍ରମୁଖ ଯୋଜନାରେ ୯୦% ସଂଶାଧନ ବିନିଯୋଗ ହୁଏ। ଫଳପ୍ରଦ କାର୍ଯ୍ୟାନ୍ବୟନ ପାଇଁ ପ୍ରାଥମିକତା ଭିତ୍ତିରେ ବଡ଼ ବଡ଼ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାର ଅଛି।
ଯୋଜନାସବୁକୁ ସ୍ଥାନୀୟ ଆବଶ୍ୟକତାକୁ ଚାହିଁ ଲାଗୁ କରିବାକୁ ହେବ। ଉଦାହରଣ ସ୍ବରୂପ, ଓଡ଼ିଶା ଭଳି ରାଜ୍ୟରେ ଶିଳ୍ପ, ବିଶେଷକରି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସେଭଳି ଆଖିଦୃଶିଆ ଅଭିବୃଦ୍ଧି ଘଟିନାହିଁ । ତେଣୁ, ଏହି କ୍ଷେତ୍ରକୁ ପ୍ରାଥମିକତା ଦିଆଗଲେ ଆମ ଓଡିଆ ପୁଅ ଆମ ରାଜ୍ୟ ଭିତରେ କାମ କରନ୍ତେ। ସାର୍ବଜନୀନ ନୀତି ନିର୍ମାଣର ପାରଦର୍ଶିତା, ଉତ୍କର୍ଷତା ଓ ପ୍ରଭାବରେ ଉନ୍ନତି ଆଣିବା ପାଇଁ ନାଗରିକ ସମାଜ, ଏନ୍‌ଜିଓ, ଘରୋଇ ସଂସ୍ଥା ଓ ସରକାରଙ୍କ ମଧ୍ୟରେ ଅଧିକତର ସମନ୍ବୟର ଆବଶ୍ୟକତା ରହିଛି।
ଉତ୍ତମ ଶାସନ ଆକସ୍ମିକ ଭାବରେ ଆସେନାହିଁ। ଏଥିପାଇଁ ନାଗରିକମାନେ ନିଜର ସ୍ବର ଶାଣିତ କରିବାର ଅଛି। ରାଷ୍ଟ୍ର ଏହାକୁ ସ୍ପଷ୍ଟ ଓ ସଚେତନ ଭାବରେ ପୋଷଣ କରିବାର ଅଛି। ତେବେ ଯାଇଁ ନାଗରିକ-ଅନୁକୂଳ ନୀତି ପ୍ରସୂତ ଯୋଜନାରୁ ଅଭିଳଷିିତ ବିକାଶ ସମ୍ଭବ।
ଶ୍ରୀଜଗନ୍ନାଥ ବିହାର,ବରମୁଣ୍ଡା,ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?