Posted inଜାତୀୟ

ଜଣେ ପୁଅ ନେତା, ଆଉ ଜଣେ ବଡ଼ ଅଧିକାରୀ; ରାସ୍ତାକଡ଼ରୁ ଏମିତି ଉଦ୍ଧାର ହେଲେ ବୃଦ୍ଧା ମା’

ଚଣ୍ଡୀଗଡ଼,୧୯ା୮:  ପଞ୍ଜାବର ଶ୍ରୀମୁକ୍ତସର ସାହିରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କାଦୁଅରେ ନିର୍ମିତ ଦୁଇ ଫୁଟର କାନ୍ଥରେ ଦୁଇ ଖଣ୍ଡ ପ୍ଲାଇରୁ ବୃଦ୍ଧାଜଣଙ୍କୁ ଉଦ୍ଧାର କରାଯାଇ ଗୁଜରାଟ ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧାଙ୍କ ଦେହରେ ବସ୍ତ୍ର ମଧ୍ୟ ନ ଥିଲା। ତାଙ୍କ ମୁଣ୍ଡରେ ପୋକ ସାଲୁବାଲୁ ହେଉଥିଲେ। ଜଣେ ଯାତ୍ରୀ ଏହି ଅବସ୍ଥାରେ ବୃଦ୍ଧାଙ୍କୁ ଦେଖି ସାମାଜିକ ସେବା ସଂଗଠନକୁ ଖବର ଦେଇଥିଲେ। ପୋଲିସ ସହାୟତାରେ ବୃଦ୍ଧା ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
କୁହାଯାଉଛି, ମହିଳାଙ୍କର ଦୁଇଟି ପୁଅ ଅଛନ୍ତି। ଗୋଟିଏ ପୁଅ ନେତା ଆଉ ଜଣେ ବଡ଼ ଅଧିକାରୀ। ଏଥିସହିତ ନାତୁଣୀ ମଧ୍ୟ ଜଣେ ପିସିଏସ୍‌, ଅଧିକାରୀ। କିନ୍ତୁ ପୁଅମାନେ ଏହି ଅବସ୍ଥାରେ ମା’ଙ୍କୁ ଏକାକୀ ଛାଡ଼ି ଚାଲିଯାଇଥିଲେ।
ଯେତେବେଳେ ଡାକ୍ତରମାନେ ବୃଦ୍ଧାଙ୍କୁ ଯାଞ୍ଚ କରିଥିଲେ, ତାଙ୍କ ମୁଣ୍ଡରେ ତ୍ରୁଟି ଦେଖାଦେଇଥିଲା। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିଲା। ପୁଅ ଯେତେବେଳେ ମା’ଙ୍କ ଅବସ୍ଥା ବିଷୟରେ ଜାଣିଲେ ସେଠାରେ ପହଞ୍ଚି ମା’ଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କଲେ। ମାତ୍ର ସେଠାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା।
ଏ ସମ୍ପର୍କରେ ଆଇଏସ ଦିଲବାଗ ସିଂ କହିଛନ୍ତି ଯେ, ଅନୁସନ୍ଧାନ ବେଳେ ବୃଦ୍ଧା ଜଣଙ୍କ କୋଟଲି ରୋଡର ବାସିନ୍ଦା ବୋଲି ଜଣାପଡ଼ିଛି। କୁହାଯାଉଛି, ପିଲାମାନେ ବୃଦ୍ଧାଙ୍କ ଯତ୍ନ ନେବାକୁ କାହାକୁ ଜଣଙ୍କୁ ଦାୟିତ୍ୱ ଦେଇଥିଲେ। ସେ ପ୍ରତି ମାସରେ ଯତ୍ନ ନେବା ପାଇଁ ପାରିଶ୍ରମିକ ମଧ୍ୟ ନେଉଥିଲେ। କିନ୍ତୁ ପିଲାମାନେ ପ୍ରତ୍ୟକ୍ଷ ଭାବରେ କିଛି ଦାୟିତ୍ୱ ନେଉ ନ ଥିଲେ। ଫଳରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଜିଲା ଡେପୁଟୀ କମିଶନର ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri