Posted inଜାତୀୟ

ଓଲା, ଉବର-ରାପିଡୋ ଭଳି ଆପ୍‌ ଆଧାରିତ ଯାତ୍ରୀ ସେବା ପାଇଁ ନୂଆ ନିୟମ: ସେପ୍ଟେମ୍ବର ୧ରୁ ହେବ ଲାଗୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୯।୮: ଓଲା-ଉବର, ରାପିଡୋ ସମେତ ଆପ୍‌ ଆଧାରିତ ଯାତ୍ରୀ ସେବା ଦେଉଥିବା ଗାଡ଼ିଗୁଡ଼ିକ ଉପରେ ଏବେ ପରିବହନ ବିଭାଗର ନିୟମ କଡ଼ା ହେବାକୁ ଯାଉଛି। ଆପ୍‌ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ନୂଆ ନିୟମାବଳୀ ପ୍ରସ୍ତୁତ କରିଛି। ଏହି ନୂଆ ନିୟମ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ।

ନୂଆ ନିୟମାବଳୀ ଅନୁସାରେ, ଆପ୍‌ ଆଧାରିତ ଯାତ୍ରୀ ସେବା ପ୍ରଦାନ କରୁଥିବା ଏଗ୍ରିଗେଟର୍‌ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ। ସେହିପରି ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ, ବ୍ୟାଚ ଏବଂ ବ୍ୟବହାରିକ ମରାଠୀ ଭାଷା ଜ୍ଞାନ ରହିବା ଆବଶ୍ୟକ।

ବ୍ୟାଚ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭରଙ୍କୁ ମୁମ୍ବାଇ କିମ୍ବା ସେ ଯେଉଁ ସହରରେ ସେବା ଦେବାକୁ ଚାହୁଁଛନ୍ତି, ସେଠାର ୧୫ ବର୍ଷର ବାସସ୍ଥାନ ପ୍ରମାଣପତ୍ର ଏବଂ ପୋଲିସ ଭେରିଫିକେସନ ରିପୋର୍ଟ ଦେବା ବାଧ୍ୟତାମୂଳକ ହେବ।

ନୂଆ ବ୍ୟବସ୍ଥା ଅନୁସାରେ ଡ୍ରାଇଭରମାନେ ଲଗାତାର ୧୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଇପାରିବେ ନାହିଁ। ଏହା ସହ ଡ୍ରାଇଭରଙ୍କୁ ମୋଟ ଭଡ଼ାର ଅତି କମରେ ୮୦ ପ୍ରତିଶତ ଦେବାର ବ୍ୟବସ୍ଥା ରହିବ। ଆପ୍‌ ଆଧାରିତ ଯାତ୍ରୀବାହୀ ଗାଡ଼ିଗୁଡ଼ିକର GPS ଟ୍ରାକିଂ କରାଯିବ। ଡ୍ରାଇଭରଙ୍କ ଭେରିଫିକେସନ ସହ ଗାଡ଼ିଗୁଡ଼ିକ ଉପରେ ପରିବହନ ବିଭାଗ ପକ୍ଷରୁ ଅନଲାଇନ ନଜର ରଖାଯିବ।
ଏହା ବ୍ୟତୀତ ଏଗ୍ରିଗେଟର୍‌ କମ୍ପାନୀଗୁଡ଼ିକର ଆପ ଓ ୱେବସାଇଟ୍‌ରେ ମରାଠୀ, ହିନ୍ଦୀ ଓ ଇଂରାଜୀଏହି ତିନୋଟି ଭାଷାରେ ସେବା ଉପଲବ୍ଧ କରାଇବା ବାଧ୍ୟତାମୂଳକ ହେବ। ନକଲି ଦସ୍ତାବିଜ ଆଧାରରେ ଲାଇସେନ୍ସ ହାସଲ କରୁଥିବା ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ। ଟ୍ୟାକ୍ସି ଓ ଅଟୋରିକ୍ସା ପରେ ଏବେ ଓଲା, ଉବର, ରାପିଡୋ ସମେତ ସମସ୍ତ ଆପ୍‌ ଆଧାରିତ ଯାତ୍ରୀବାହୀ ଯାନ ପାଇଁ ପରିବହନ ବିଭାଗ ନିୟମକୁ ଆହୁରି କଡ଼ା କରିବାକୁ ପ୍ରସ୍ତୁତ ହେଉଛି। ନୂଆ ନିୟମାବଳୀ ସେପ୍ଟେମ୍ବର ୧ରୁ ଲାଗୁ ହେବ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?