୪ ଦିନ ହେଲା ବଢୁଛି ତେଲ ଦର

ଭୁବନେଶ୍ୱର: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢ଼ି ଲିଟର ପିଛା ଦର ୮୨.୧୩ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ୨୦ ପଇସା ବଢ଼ିବା ଯୋଗୁ ଲୋକଙ୍କୁ ୭୭.୫୯ ଟଙ୍କା ଦେବାକୁ ପଡୁଛି। ସୂଚନାଯୋଗ୍ୟ, ଗତ ୨ ମାସ ହେବ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ପୁଣି ଥରେ ଲଗାତର ତେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ବଢ଼ାଇଛି। ବର୍ତ୍ତମାନ କରୋନା ପାଇଁ ଲୋକମାନେ ଚିନ୍ତାରେ ରହିଛନ୍ତି। ହେଲେ ପୁଣି ଥରେ ତେଲ ଦର ଲଗାତର ବଢିବା ଯୋଗୁ ଏହା ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ଦେଶର ମେଟ୍ରୋ ସହରଗୁଡ଼ିକରେ ପେଟ୍ରୋଲ ଲିଟର ପିଛା ଦର ୬ରୁ ୭ ପଇସା ଏବଂ ଡିଜେଲ ଦର ୧୭ରୁ ୨୦ ପଇସା ବଢିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୫୩ ଟଙ୍କା ଛୁଇଁଛି। ସେହିଭଳି ଚେନ୍ନାଇରେ ଏହାର ଦର ୮୪.୫୯ ଟଙ୍କା, କୋଲକାତାରେ ୮୩.୧୦ ଟଙ୍କା, ମୁମ୍ବାଇରେ ସର୍ବାଧିକ ୮୮.୨୩ ଟଙ୍କା ରହିଛି। ସେହିଭଳି ଏହି ସହରଗୁଡ଼ିକରେ ଡିଜେଲ ଦର ଯଥାକ୍ରମେ ୭୧.୨୫ ଟଙ୍କା, ୭୬.୭୨ ଟଙ୍କା, ୭୪.୮୨ ଟଙ୍କା ଏବଂ ୭୭.୭୩ ଟଙ୍କା ରହିଥିବା ଜଣାପଡିଛି। ଶୁକ୍ରବାରଠାରୁ ତୈଳ ବିପଣନ କମ୍ପାନୀଗୁଡିକ ତେଲ ଦର ବଢ଼ାଇବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ମିଳିବ ଫ୍ରି ହ୍ୟାଣ୍ଡ ସାନିଟାଇଜର

ଭୁବନେଶ୍ୱର,୧୬।୭: ମୁମ୍ବାଇରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କୁ କରୋନା ଭାଇରସ୍‌ ସହ ଲଢିବାର ଏକ ସାଧନ ଉପଲବ୍ଧ ହେବ। ଏହି ଜୋନରେ ଟ୍ରେନ୍‌ଗୁଡିକରେ ଯାତ୍ରୀଙ୍କ ଲାଗି ଫ୍ରି...

ରେଳଯାତ୍ରୀ, ଟ୍ରାକ୍‌କୁ ସୁରକ୍ଷା ଦେବେ କୋରସ୍‌ କମାଣ୍ଡୋ

ନୂଆଦିଲ୍ଲୀ,୧୫-୮: ଭାରତୀୟ ରେଲଓ୍ବେ ପକ୍ଷରୁ ପ୍ରଥମଥର କମାଣ୍ଡୋ ୟୁନିଟ ତିଆରି କରାଯାଇଛି। ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କମାଣ୍ଡୋଜ ଫର୍‌ ରେଲଓ୍ବେ ସେଫ୍‌ଟି ଅର୍ଥାତ୍‌ ‘କୋରସ’୍‌ କମାଣ୍ଡୋମାନେ...

୧୬ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ସାଧାରଣ ବଜେଟ ପ୍ରକ୍ରିୟାକୁ ଅର୍ଥ ମନ୍ତ୍ରଣାଳୟ ଚଳିତ ମାସ ୧୬ରୁ ଆରମ୍ଭ କରିବ। ଗୁରୁବାର ଏ ନେଇ ମନ୍ତ୍ରଣାଳୟ...

ଅଶୋକ ଲାଭାସା ଏଡିବି ଉପସଭାପତି

ନୂଆଦିଲ୍ଲୀ,୧୬।୭: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସାଙ୍କୁ ଏହାର ଉପସଭାପତି ଭାବେ ନିଯୁକ୍ତ କରିଛି। ଘରୋଇ କ୍ଷେତ୍ର ପରିଚାଳନା ଏବଂ ଘରୋଇ...

ଚନ୍ଦା କୋଚ୍ଚର, ସ୍ବାମୀଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ ଋଣ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ...

ସେଲ୍ସ ଏକ୍‌ଜିକ୍ୟୁଟିଭ ଭାବେ କାମ କରୁଥିଲେ ରାଧିକା: ଏବେ ହେବେ ଅମ୍ବାନୀ ପରିବାରର ସାନ ବୋହୂ

ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ଭାବି ସାନ ବୋହୂ ରାଧିକା ମର୍ଚେଣ୍ଟ ଏକଦା ଇସପ୍ରାଭ୍‌ରେ ସେଲ୍ସ ଏକ୍‌ଜିକ୍ୟୁଟିଭ...

ଜୁଲାଇ-ସେପ୍ଟେମ୍ବର ଜିଡିପି ନମ୍ବର ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୧୩-୧୧: ନଭେମ୍ବର ୨୯ରେ ଜିଡିପି ତଥ୍ୟ ସମ୍ପର୍କରେ ଘୋଷଣା ହେବ। ଭାରତର ଜିଡିପି ୬ ବର୍ଷର ସବୁଠାରୁ ନିମ୍ନ ସ୍ତରରେ ଥିବାରୁ ଏହି ଘୋଷଣା ଗୁରୁତ୍ୱପୂର୍ଣ୍ଣ...

ଶେଷରେ କ୍ଷମା ମାଗିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ,୯।୩: ଆକର୍ଷଣୀୟ ଅଫର୍‌ ନେଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ଆଜିକାଲିର ଅନ୍‌ଲାଇନ୍‌ ସପିଂ କମ୍ପାନୀଗୁଡ଼ିକର ଫର୍ମୁଲା। ହେଲେ ବେଳେବେଳେ ଏହି ଅଫର୍‌ କମ୍ପାନୀଗୁଡ଼ିକୁ ମହଙ୍ଗା ପଡ଼ୁଛି।...

Advertisement
Archives

Model This Week