ତେଲ ଦର ଆକାଶଛୁଆଁ

ଭୁବନେଶ୍ୱର,୧୦।୨: ଚଳିତ ବର୍ଷ ଆରମ୍ଭରୁ ତେଲ ଦର ଦ୍ରୁତ ହାରରେ ବଢ଼ିଚାଲିଛି। କରୋନା ମହାମାରୀ ଯୋଗୁ ଖାଉଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସମୟରେ ଲଗାତର ତୈଳ ଦର ବୃଦ୍ଧି ସବୁ ବର୍ଗର ଖାଉଟିଙ୍କ ଆର୍ଥିକ ଅବସ୍ଥା ଉପରେ ବେଶ୍‌ ପ୍ରଭାବ ପକାଇଛି। ୨୦୨୦ ନଭେମ୍ବର ୧୮ ପରଠାରୁ ଅଦ୍ୟାବଧି ମୋଟ ୨୭ ଥର ତେଲ ଦର ବଢ଼ିଲାଣି। ସେହିଭଳି ଚଳିତ ବର୍ଷ ଜାନୁୟାରୀ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୩ ଥର ଇନ୍ଧନ ଦର ବଢ଼ିଛି। ଏହି ଅବଧିରେ ପେଟ୍ରୋଲ ୯.୯୭ ଟଙ୍କା ଏବଂ ଡିଜେଲ ୯.୦୩ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି।
୨୦୨୧-୨୨ ସାଧାରଣ ବଜେଟ ପରଠାରୁ ତେଲ ଦର ପ୍ରତିଥର ୩୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଉଥିବା ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର
ପିଛା ୩୫ ପଇସା ଏବଂ ଡିଜେଲ ୩୯ ପଇସା ବଢ଼ିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଦର ୮୭.୯୮
ଟଙ୍କା ଏବଂ ଡିଜେଲ ଦର ୮୪.୪୨ ଟଙ୍କାରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବଢ଼ିଥିବା ସୂଚନା ମିଳିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ୮୭.୩୦ ଟଙ୍କା ଓ ଡିଜେଲ ୭୭.୪୮ ଟଙ୍କାକୁ ଛୁଇଁଛି। ମଙ୍ଗଳବାର ଦର ବୃଦ୍ଧି ଯୋଗୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ରହିଥିବା ଜଣାପଡିଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ୯୩.୮୩ ଟଙ୍କା ଏବଂ ଡିଜେଲ ୮୪.୩୬ ଟଙ୍କା ଥିବା ବେଳେ କୋଲକାତାରେ ଯଥାକ୍ରମେ ୮୮.୬୩ ଟଙ୍କା ଏବଂ ୮୧.୦୬ ଟଙ୍କା, ଚେନ୍ନାଇରେ ୮୯.୭୦ ଟଙ୍କା ଏବଂ ୮୨.୬୬ ଟଙ୍କାକୁ ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛିଦିନ ହେବ ବଢ଼ିଚାଲିଛି। ଫଳରେ ଦେଶରେ ଖୁଚୁରା ତେଲ ଦର ଉପରେ ଏହାର ପ୍ରଭାବ ପଡୁଥିବା ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ଯେତେବେଳେ ଅଶୋଧିତ ତେଲ ଦର ହ୍ରାସ ପାଇଥିଲା ସେହି ସମୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉତ୍ପାଦ ଶୁଳ୍କ ସହ କୋଭିଡ୍‌ ସେସ୍‌ ଆଦି ଗ୍ରାହକଙ୍କଠାରୁ ଆଦାୟ କରୁଥିଲେ। ବର୍ତ୍ତମାନ ସମୟରେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଉଛି ସରକାର ଶୁଳ୍କ ହ୍ରାସ କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

 

୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ

ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ତାରିଖ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଉକ୍ତଦିନ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି ୬ ଘଣ୍ଟିଆ ବନ୍ଦ ଡାକରାକୁ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ସଚେତନ ନାଗରିକ ସହଯୋଗ, ସମର୍ଥନ ଓ ଆନ୍ଦୋଳନରେ ସକ୍ରିୟ ସାମିଲ ହେବା ପାଇଁ ନିରଞ୍ଜନ ନିବେଦନ କରିଛନ୍ତି। ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନଠାରେ ମଙ୍ଗଳବାର ନିରଞ୍ଜନ କହିଛନ୍ତି, ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକ ଜରୁରୀ ସେବା ଯଥା ଆମ୍ବୁଲାନ୍ସ, କ୍ଷୀର ଗାଡି, ପରୀକ୍ଷାର୍ଥୀ, ଗଣମାଧ୍ୟମ ଇତ୍ୟାଦିକୁ ବାଦ୍‌ ଦିଆଯିବ। ଉପା ସରକାର ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବାବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍‌ ମୂଲ୍ୟରେ ତେଲ କିଣୁଥିଲେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୬୦ ଡଲାରରୁ କମ୍‌ ଥିବାବେଳେ ଓଡ଼ିଶାରେ ପେଟ୍ରୋଲ ଦର ୯୦ ଟଙ୍କା ପହଞ୍ଚିଛି। ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି। ଖାଦ୍ୟ ସାମଗ୍ରୀର ଦର ଆକାଶଛୁଅଁା ହେବା ଫଳରେ ଗରିବ, ମଧ୍ୟବିତ୍ତ, ଶ୍ରମିକ ଶ୍ରେଣୀ, ଚାଷୀ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଲିଟର ପ୍ରତି ୧୦ ଟଙ୍କା ଦର ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ। ଅଚ୍ଛେଦିନ୍‌ର ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri