ବଢୁଛି ତେଲ ସଙ୍କଟ: ଅଧଘଣ୍ଟା ଠିଆହେଲେ ମିଳୁଛି ୨୦୦ ଟଙ୍କାର ପେଟ୍ରୋଲ-ଡିଜେଲ

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶରେ ତେଲ ସଙ୍କଟ ବଢ଼ିଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଓ ଡିଜେଲର ବ୍ୟବହାର ହ୍ରାସ କରିବା ସହ ଆଉ କିଛି ବ୍ୟବହାର କମାଇବାକୁ ସାଧାରଣ ଜନତାଙ୍କୁ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ମିତ୍ର ରାଷ୍ଟ୍ର ରୁଷିଆଠାରୁ ଅଶୋଧିତ ତୈଳ ଅଧିକ କିଣିବା ପାଇଁ ଭାରତ ଚାହୁଁଥିବା ବେଳେ ଏଥିରେ ଆମେରିକା ପ୍ରତିବନ୍ଧକ ସାଜିଛି ବୋଲି ଆଲୋଚନା ହେଉଛି । ଯାହାକି ଚିନ୍ତାଜନକ ବିଷୟ। ଦିନ ଥିଲା ବ୍ରିଟିଶ ପାଖରେ ଆମେ ପରାଧୀନ ଥିଲେ। ଆଜି ଆମେ ସ୍ବାଧୀନ ହୋଇ ମଧ୍ୟ କାହାଠୁ କ’ଣ କିଣିବୁ ବିଶେଷ କରି ଅଶୋଧିତ ତୈଳ କିଣିବା ପାଇଁ ଆମେରିକା ଠାରୁ ଯଦି ଅନୁମତି ନେବୁ ତେବେ ଏହା ଘୋର ଅପମାନ। ଏହିଭଳି ପରିସ୍ଥିତି ଯଦି ଲାଗି ରହେ ତେବେ ବିକାଶ କ୍ଷେତ୍ରରେ ଆମେ ବହୁତ ପଛକୁ ଚାଲିଯିବା ସହ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ବଦଳରେ ଆହୁରି ଦୁର୍ବଳ ହୋଇଯିବ। ତେଣୁ ସରକାର ଏନେଇ କିଛି କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆମେରିକା, ଇସ୍ରାଏଲ ମିଶି ଇରାନ ସହ ଯୁଦ୍ଧ କରୁଛନ୍ତି।

ଅନ୍ୟପଟେ ରୁଷିଆ ୟୁକ୍ରେନ ମଧ୍ୟରେ ବର୍ଷ ବର୍ଷ ଧରି ଯୁଦ୍ଧ ଚାଲିଛି। ଏଥିସହ ଆହୁରି ଅନେକ ରାଷ୍ଟ୍ର ମଧ୍ୟରେ ବିଭିନ୍ନ କାରଣ ପାଇଁ ଯୁଦ୍ଧ ପରିସ୍ଥିତି ଲାଗି ରହୁଛି। ଏଥିପାଇଁ ଆଜି ବିଶ୍ୱରେ ତୈଳ ସଙ୍କଟ ଦେଖା ଦେଇଛି। ଯାହାର ପରିଣାମ ସାଧାରଣ ଜନତା ଭୋଗୁଛନ୍ତି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଉପଭୋକ୍ତାଙ୍କୁ ଆଶ୍ୟକତା ଅନୁଯାୟୀ ପେଟ୍ରୋଲ ଡିଜେଲ ମିଳୁନାହିଁ। ପେଟ୍ରୋଲ ପମ୍ପ ଗୁଡ଼ିକରେ ଲମ୍ବା ଲାଇନରେ ୩୦ ମିନିଟ ଅପେକ୍ଷା କଲେ ୨୦୦ ଟଙ୍କାର ପେଟ୍ରୋଲ ଦୁଇ ଚକିଆ ଯାନ କୁ ମିଳୁଛି। ଏତେ କମ ତେଲ ମିଳିବା ଦ୍ୱାରା ଦୂର ରାସ୍ତା ଯାତାୟାତରେ ବାଧାପ୍ରାପ୍ତ ହେଉଛି। ଏଥିସହ ଗ୍ରାମାଞ୍ଚଳ ଲୋକ ୩୦ କିମି ଦୂରରୁ ସହରକୁ ଆସି ତେଲ ପକାଇ ଗ୍ରାମକୁ ଫେରିବା ବେଳକୁ ପକାଇଥିବା ତେଲ ସରିଯାଉଛି । ଗାଡ଼ିର ଟାଙ୍କିରେ ପେଟ୍ରୋଲ ମହଜୁଦ ନ ରହିବା ଦ୍ୱାରା ହଠାତ୍ କେଉଁ ଆଡ଼େ ଯାତାୟାତ କରିବାକୁ ପଡ଼ିଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସହରର କିଛି ଲୋକ ଦୁଇ ଚକିଆ ଯାନ ଛାଡ଼ି ସାଇକେଲରେ ଯାତାୟାତ କରୁଥିବା ଲକ୍ଷ୍ୟ କରାଯାଇଛି। ଆଉ କିଛି ଲୋକ ଆର୍ଥିକ ସ୍ଥିତି ପାଇଁ ମଧ୍ୟ ବାଧ୍ୟ ହୋଇ ଗାଡ଼ି ବଦଳରେ ସାଇକେଲରେ ଚଳପ୍ରଚଳ କରୁଛନ୍ତି।

ଇତିମଧ୍ୟରେ ଟାଟା ପାଓ୍ବାର ବ୍ରହ୍ମପୁର ଜୋନ୍‌ ପକ୍ଷରୁ ତାର ନିର୍ଦ୍ଦିଷ୍ଟ ବର୍ଗର କର୍ମଚାରୀଙ୍କୁ ଇଭି ଗାଡ଼ି କିଣିବା ପାଇଁ ନିର୍ଦ୍ଦେଶ ଦେଇଛି। ତେଣୁ ଅନେକ କର୍ମଚାରୀ ଇଭି ଗାଡ଼ି କିଣିବା ପାଇଁ ଆବେଦନ କରିଛନ୍ତି। ଗ୍ରୀଷ୍ମ ଋତୁରେ ଦୂର ସ୍ଥାନକୁ ଦୁଇ ଚକିଆ ଯାନରେ ଯାତାୟାତ କରିବା ପାଇଁ ଆବଶ୍ୟକ ପେଟ୍ରୋଲ ମିଳୁନାହିଁ। ଏଥିସହ ଅନେକ ସମୟରେ ପେଟ୍ରୋଲ ପମ୍ପଗୁଡ଼ିକରେ ପେଟ୍ରୋଲ ଅଭାବ ଦେଖାଦେଇଛି। ଆଗକୁ ଏହି ସମସ୍ୟା ବଢ଼ିଲେ ଦେଶରେ ଏକ ପ୍ରକାର ଜଟିଳ ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri