ଓଏଚ୍‌ଆର୍‌ସି: ପୂର୍ଣ୍ଣ ସଦସ୍ୟ ଥାଇ ମାମଲା ବଢୁଛି

ଭୁବନେଶ୍ୱର,୨୫।୮(ବ୍ୟୁରୋ): ପୋଲିସ, ପ୍ରଶାସନଠାରୁ ନ୍ୟାୟ ନ ମିଳିଲେ ସାଧାରଣ ଲୋକେ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥାନ୍ତି। କମିଶନଙ୍କ ଉପରେ ଭରସା ଥିବାରୁ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ତ୍ୱରିତ ଫଇସଲା ହୋଇପାରୁ ନ ଥିବାରୁ ଗଦାଗଦା ମାମଲା ପଡ଼ି ରହୁଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ପୂର୍ବରୁ କମିଶନରେ ଜଣେ ସଦସ୍ୟ ଥିବାବେଳେ ଯେତିକି ମାମଲାର ଫଇସଲା ହେଉଥିଲା, ଏବେ ପୂର୍ଣ୍ଣ ସଦସ୍ୟ ଥାଇ ବି ସେହି ଅନୁପାତରେ ହୋଇପାରୁନି। ଫଳରେ ନ୍ୟାୟ ପାଇଁ ଲୋକଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି।
୨୦୦୦ ମସିହା ଜାନୁୟାରୀ ୨୭ରେ ଓଏଚ୍‌ଆର୍‌ସି ସ୍ଥାପନ କରାଯାଇଥିଲେ ମଧ୍ୟ ୨୦୦୩ ଜୁଲାଇ ୧୧ରୁ କାର୍ଯ୍ୟ କରିଥିଲା। ଦୀର୍ଘ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଧ୍ୟକ୍ଷ ପଦବୀ ଖାଲିପଡ଼ିଥିଲା। ସେହି ସମୟରେ ପର୍ଯ୍ୟାୟକ୍ରମେ ସଦସ୍ୟ ଥିବା ଡ. ଆର୍‌.ଏନ୍‌.ବହିଦାର, ଜଷ୍ଟିସ ବି.କେ.ମିଶ୍ର ଓ ଜଷ୍ଟିସ ରଘୁବୀର ଦାସ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ। ତେବେ ଜଷ୍ଟିସ ବି.କେ. ମିଶ୍ରଙ୍କ ସମୟରେ ପାଖାପାଖି ୫ବର୍ଷ ଧରି ଜଣିକିଆ ସଦସ୍ୟରେ କମିଶନ କାର୍ଯ୍ୟ କରିଥିଲା। ୨୦୧୯ ସେପ୍ଟେମ୍ବର ୪ରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଜଷ୍ଟିସ ରଘୁବୀର ଦାସ ଓ ଅସୀମ ଅମିତାଭ ଦାଶ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ଏହାପରଠାରୁ ପୂର୍ଣ୍ଣକାଳୀନ ୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ଏପର୍ଯ୍ୟନ୍ତ ଆଶାନୁରୂପେ ମାମଲାର ଫଇସଲା ହୋଇପାରୁନି। ଓଏଚଆର୍‌ସି ତଥ୍ୟରୁ ଜଣାପଡିଛି ଯେ, ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ କମିଶନ କାର୍ଯ୍ୟ ଆରମ୍ଭ କରିବାର ପୂର୍ବମାସ ଅର୍ଥାତ୍‌ ୨୦୧୯ ଅଗଷ୍ଟ ଆରମ୍ଭରୁ ୧୩୪୦୮ଟି ମାମଲା ବିଚାରାଧୀନ ଥିବାବେଳେ ସେହି ମାସରେ ୨୭୩ଟି ନୂଆ ଆବେଦନ ପଞ୍ଜୀକୃତ ହୋଇଥିଲା। ଜଣିକିଆ ସଦସ୍ୟ ଥିବା ସତ୍ତ୍ୱେ କମିଶନ ସେହି ମାସରେ ୨୮୩ଟି ମାମଲାର ସମାଧାନ ହୋଇଥିଲା। ଫଳରେ ମାସ ଶେଷରେ ମାମଲା ସଂଖ୍ୟା ୧୩୩୯୮କୁ ହ୍ରାସ ପାଇଥିଲା। ୩ଜଣିଆ ପ୍ୟାନେଲର ସମସ୍ତ ପଦବୀ ପୂରଣ ହେବା ପରେ କମିଶନଙ୍କ ଉପରେ ଲୋକଙ୍କ ଭରସା ଆହୁରି ବଢ଼ିଯାଇଥିଲା। ଫଳରେ ସେପ୍ଟେମ୍ବର ମାସରେ ହିଁ ଆଉ ୩୪୫ ନୂଆ ମାମଲା ପଞ୍ଜୀକରଣ ହୋଇଥିଲା ଓ ଫଇସଲା ପରେ ବିଚାରାଧୀନ ମାମଲା ସଂଖ୍ୟା ୧୩୩୯୨କୁ ଖସି ଆସିଥିଲା। କିନ୍ତୁ ଏହାପରଠାରୁ ମାମଲାଗୁଡ଼ିକର ଫଇସଲା ଆଖିଦୃଶିଆ ହୋଇପାରିନାହିଁ। ଅକ୍ଟୋବରରେ କମିଶନ ୩୮୮ଟି ନୂଆ ମାମଲା ଗ୍ରହଣ କରିଥିବାବେଳେ ମାତ୍ର ୩୦୩ଟିର ସମାଧାନ ହୋଇଥିଲା। ଫଳରେ ମାମଲା ସଂଖ୍ୟା ୧୩୪୭୭କୁ ବୃଦ୍ଧି ପାଇଥିଲା। ବିଭିନ୍ନ ମାସରେ ପଞ୍ଜୀକୃତ ହେଉଥିବା କିଛି ନୂଆ ମାମଲା ସହ ପଡ଼ି ରହିଥିବା ପୁରୁଣା ବିଚାରାଧୀନ ମାମଲା ସେମିତି ଗଡ଼ି ଚାଲିଲା। ଫଳରେ ଡିସେମ୍ବରରେ ୧୩୬୬୬, ଜାନୁୟାରୀରେ ୧୩୭୩୮, ଫେବୃୟାରୀରେ ୧୩୭୫୨କୁ ବୃଦ୍ଧି ପାଇଥିଲା। କେବଳ ମାର୍ଚ୍ଚରେ ଏହି ମାମଲା ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇ ୧୩୭୪୫ ରହିଥିବାବେଳେ ଏହାପରେ ପୁଣି ବୃଦ୍ଧି ପାଇ ମେ’ରେ ୧୪୦୧୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଉକ୍ତ ତଥ୍ୟ ଅନୁସାରେ, ଅନେକ ଆବେଦନକାରୀ କ୍ଷମତା ବାହାରେ ଥିବା ସିଭିଲ ବିବାଦ, କୋର୍ଟରେ ବିଚାରାଧୀନ ମାମଲା, ଚାକିରି ମାମଲା କିମ୍ବା ଜମିଜମା ବିବାଦ ସମ୍ବନ୍ଧୀୟ ସେବା ପ୍ରସଙ୍ଗରେ କମିଶନଙ୍କ ହସ୍ତକ୍ଷେପ ଲୋଡୁଛନ୍ତି। କମିଶନ ପ୍ରତି ମାସରେ ଏହିପରି ଶହ ଶହ ମାମଲା ଖାରଜ କରୁଛନ୍ତି। ୨୦୧୯ ସେପ୍ଟେମ୍ବରରେ ଏପରି ୨୨୦ଟି ମାମଲା ଖାରଜ ହୋଇଥିବାବେଳେ ନଭେମ୍ବରରେ ୨୪୩ ଓ ୨୦୨୦ ଫେବୃୟାରୀରେ ୨୬୨ ଅଭିଯୋଗ ଖାରଜ ହୋଇଥିଲା।
ଏନେଇ ମାବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ସମ୍ଭବ ନୁହେଁ। ଆହୁରି ଅଧିକ ସମୟର ଆବଶ୍ୟକତା ରହିଛି। କିନ୍ତୁ ଏହି ସମୟ ଭିତରେ ୩ଜଣିଆ ବେଞ୍ଚ ମାନବିକ ଅଧିକାର ପ୍ରଚାର ଓ ପ୍ରସାର ପାଇଁ ସେଭଳି ଆଖିଦୃଶିଆ ପଦେକ୍ଷପ ନେଇ ନାହାନ୍ତି। ଓଏଚ୍‌ଆର୍‌ସିର ଜଣେ ସଦସ୍ୟ ନାମ ଗୋପନ ରଖି କହିଛନ୍ତି, ସ୍ବଳ୍ପ କର୍ମଚାରୀ ଦ୍ୱାରା ଏକାଧିକ ମାମଲାର ଫଇସଲା କରାଯାଉଛି। ମାମଲା ପଡି ରହିଥିବା କହିବା ଠିକ୍‌ ନୁହେଁ। ମାମଲାର ଗୁରୁତ୍ୱକୁ ଦେଖି ବିଚାର କରାଯାଉଛି। କମିଶନଙ୍କ ଉପରେ ଲୋକଙ୍କର ଯଥେଷ୍ଟ ଭରସା ରହିଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଭୂତମୁଣ୍ଡାଇରେ ଟ୍ରକ୍‌ ଟର୍ମିନାଲ ନିର୍ମାଣକୁ ବିରୋଧ

କୁଜଙ୍ଗ,୨୯ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପଞ୍ଚାୟତ ନିକଟବର୍ତ୍ତୀ ଜାତୀୟ ରାଜପଥ ପାର୍ଶ୍ୱରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲକୁ ବିରୋଧ...

ମନ୍ତ୍ରୀଙ୍କୁ ହତ୍ୟା ଘଟଣା: ୪ ଦିନ ରିମାଣ୍ଡରେ ଗଲେ ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା ଅଫିସ,୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ...

ଫେବୃୟାରୀ ୧୮ରେ କପିଳାସ ଜାଗରଯାତ୍ରା: ପ୍ରାତଃ ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ,୧୩।୧: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସରେ ଆସନ୍ତା ଫେବୃୟାରୀ ୧୮ରେ ହେବ ପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ଶୃଙ୍ଖଳିତ କରିବା ଲାଗି ଗୁରୁବାର...

ଆଜି ବିଧାନସଭା ଘେରିବ ଭାଜପା, ରାଜଭବନ ଆଗରେ ବିଜେଡିର ପ୍ରତିବାଦ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ପୁଣି ରାସ୍ତାରେ ପରସ୍ପର ବିରୋଧରେ ଗୋହି ଖୋଳାଖୋଳି ହେବେ ଉଭୟ ବିଜେଡି ଏବଂ ଭାଜପା। ଗୋଟିଏ ପଟେ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର...

ରଣପୁର ବାହୁଡା ଯାତ୍ରାରେ ଅପ୍ରୀତିକର ପରିସ୍ଥିତି: ସେବାୟତ-ଦେବୋତ୍ତର ବିଭାଗ ମୁହାଁମୁହିଁ; ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଲେ

ରଣପୁର,୧୪ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷ ଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଶୁକ୍ରବାର ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା...

‘ଦୂରଦୃଷ୍ଟି ନେତୃତ୍ୱ ମିଶନ ଶକ୍ତି ପ୍ରତିଭାର ବିକାଶ କରିଛି’

ଭୁବନେଶ୍ୱର,୨୦।୯(ବ୍ୟୁରୋ):କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ଅନୁଗୋଳ ଜିଲାର ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟମାନେ ସୋମବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ଗାଈ ପାଟିରେ ଫୁଟିଲା ବୋମା

ଖୁଣ୍ଟୁଣୀ, ୭ା୩(ଡି.ଏନ୍‌.ଏ.): ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା(ବାର୍‌ହା ଗୁଳା) ଖଞ୍ଜାଯାଇଥିଲା। ହେଲେ ଉକ୍ତ ବୋମାକୁ ଗାଈ ଚୋବାଇ ଦେବାରୁ ତାହା ଫୁଟିଗଲା। ଏଥିରେ ଗାଈର ଥୋମଣି...

ବନ୍ଦ ହୋଟେଲରୁ ମ୍ୟାନେଜରଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ଗଳିତ ମୃତଦେହକୁ ପୋଲିସ ବୁଧବାର ଉଦ୍ଧାର କରିଛି। ମୃତକ...

Advertisement
Archives

Model This Week