ଦୀପାବଳିରେ ମନେପଡ଼େ ଓଗାଳପୁର

ଭଦ୍ରକ ଅଫିସ,୨୪।୧୦:ଦୀପାବଳି ଆସିଲେ ମନେପଡ଼େ ଭଦ୍ରକ ଜିଲା ସଦର ବ୍ଲକର କୁମ୍ଭକାରଙ୍କ ଗଁା ଓଗାଳପୁର। ଗଁାରେ ବସବାସ କରୁଥିବା ସମସ୍ତେ କୁମ୍ଭକାର ପରିବାର। ମାଟିରେ ହାଣ୍ଡି, କଳସୀ ଦୀପ ସମେତ ବିଭିନ୍ନ କୁମ୍ଭ ପାତ୍ର ତିଆରି କରିବାରେ ଲାଗି ପଡ଼ିଥାନ୍ତି ପିଲାଛୁଆଙ୍କ ସହିତ ମହିଳା ଓ ପୁରୁଷମାନେ। ଛୋଟ ପିଲାମାନେ ମାଟି ତିଆରି ଜିନିଷକୁ ଖରାରେ ଶୁଖାଇବା ସହ ମା’ ବାପାଙ୍କୁ କାମରେ ସହଯୋଗ କରିଥାନ୍ତି। ପୁରୁଷମାନେ ଛୋଟ ବଡ଼ ଦୀପ କୁମ୍ଭାର ଚକିରେ ତିଆରି କରିଥାନ୍ତି। କେବଳ ବର୍ଷା ଋତୁକୁ ବାଦ୍‌ ଦେଇ ଅନ୍ୟ ସବୁ ସମୟରେ ଚକ ଘୂରୁଥାଏ। ଭଦ୍ରକ ସହରରେ ଦୀପାବଳି ଓ କାଳୀପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଥିବାରୁ ମାଟି ଦୀପର ଚାହିଦା ମେଣ୍ଟାଇବା ପାଇଁ ଏହି ଗଁାର ୩୦ରୁ ଊର୍ଦ୍ଧ୍ୱ ପରିବାର ଦୀପ ତିଆରି କାମରେ ଲାଗିପଡ଼ିଥିଲେ। ଗତ ଦୁଇବର୍ଷ ଧରି କରୋନା କଟକଣା ପାଇଁ କୌଣସି ପୂଜା ପାର୍ବଣ ଧୁମ୍‌ଧାମ୍‌ରେ ପାଳନ ହୋଇପାରୁ ନ ଥିଲା। ଏବର୍ଷ କଟକଣା ହଟିବା ପରେ ଭଲ ବ୍ୟବସାୟ ନେଇ ସେମାନେ ଆଶା ବାନ୍ଧିଛନ୍ତି।
ଗଁାର ଭରତ ସାହୁ କହନ୍ତି, ଦିନତମାମ କାମ କଲେ ପ୍ରାୟ ୭୦୦ ଦୀପ ତିଆରି ହୋଇଥାଏ। ବଡ଼ ଦୀପଗୁଡ଼ିକୁ ଶହେକୁ ହଜାରେ ଟଙ୍କା ଓ ଛୋଟ ଦୀପ ୫ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ। ଏହି ବେଉସାରେ ଭଲ ରୋଜଗାର ହେଉ ନ ଥିଲେ ବି କାମ ନ ଥିବାରୁ କୌଳିକ ବୃତ୍ତିକୁ ଆପଣାଇବାକୁ ପଡୁଛି। ଦୀପାବଳିକୁ ଲକ୍ଷ୍ୟ କରି ଦୁଇମାସ ଆଗରୁ ଦୀପ ତିଆରି ଆରମ୍ଭ କରନ୍ତି। ଦୀପାବଳି ଆସିଲେ ସହରର ହୋଲ୍‌ସେଲରମାନେ ଏହି ଗଁାରୁ ଦୀପ କିଣିଥାନ୍ତି। ଏବେ ଛଣ ଓ କାଠ ଅଭାବରୁ ମାଟି ସାମଗ୍ରୀକୁ ପୋଡ଼ିବା ପାଇଁ ଜାଳେଣି ଅଭାବ ମୁଖ୍ୟ ସମସ୍ୟା ହେଉଛି।
ସେହିପରି ଶତ୍ରୁଘ୍ନ ସାହୁ କହନ୍ତି, ଗଁା ସାରା କୁମ୍ଭକାର ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳିନାହିଁ। ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କିମ୍ବା ଛାଡ଼ ବ୍ୟବସ୍ଥା ଥିବା ଋଣ ଯୋଜନା ଆମେ ପାଇପାରୁ ନାହୁଁ। ବର୍ତ୍ତମାନ ଆଧୁନିକତାର ପ୍ରଭାବ ଥିଲେ ମଧ୍ୟ ମାଟି ଦୀପର ଚାହିଦା ସ୍ବତନ୍ତ୍ର ରହିଛି। ଅନ୍ୟ ରାଜ୍ୟରେ ଚକଗୁଡ଼ିକ ମଟର ସାହାଯ୍ୟରେ ଚଲାଯାଉଥିବା ବେଳେ ଆମକୁ ହାତରେ ଘୂରାଇବାକୁ ପଡ଼ୁଛି। ସରକାରୀ ସ୍ତରରେ ଅତ୍ୟାଧୁନିକ ଜ୍ଞାନ କୌଶଳ ତାଲିମ ଦିଆଯାଇ ମଟର ଲଗା ଚକି ବ୍ୟବସ୍ଥା କରାଗଲେ ରୋଜଗାର ବଢ଼ିପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri