ଦୀପାବଳିରେ ମନେପଡ଼େ ଓଗାଳପୁର

ଭଦ୍ରକ ଅଫିସ,୨୪।୧୦:ଦୀପାବଳି ଆସିଲେ ମନେପଡ଼େ ଭଦ୍ରକ ଜିଲା ସଦର ବ୍ଲକର କୁମ୍ଭକାରଙ୍କ ଗଁା ଓଗାଳପୁର। ଗଁାରେ ବସବାସ କରୁଥିବା ସମସ୍ତେ କୁମ୍ଭକାର ପରିବାର। ମାଟିରେ ହାଣ୍ଡି, କଳସୀ ଦୀପ ସମେତ ବିଭିନ୍ନ କୁମ୍ଭ ପାତ୍ର ତିଆରି କରିବାରେ ଲାଗି ପଡ଼ିଥାନ୍ତି ପିଲାଛୁଆଙ୍କ ସହିତ ମହିଳା ଓ ପୁରୁଷମାନେ। ଛୋଟ ପିଲାମାନେ ମାଟି ତିଆରି ଜିନିଷକୁ ଖରାରେ ଶୁଖାଇବା ସହ ମା’ ବାପାଙ୍କୁ କାମରେ ସହଯୋଗ କରିଥାନ୍ତି। ପୁରୁଷମାନେ ଛୋଟ ବଡ଼ ଦୀପ କୁମ୍ଭାର ଚକିରେ ତିଆରି କରିଥାନ୍ତି। କେବଳ ବର୍ଷା ଋତୁକୁ ବାଦ୍‌ ଦେଇ ଅନ୍ୟ ସବୁ ସମୟରେ ଚକ ଘୂରୁଥାଏ। ଭଦ୍ରକ ସହରରେ ଦୀପାବଳି ଓ କାଳୀପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଥିବାରୁ ମାଟି ଦୀପର ଚାହିଦା ମେଣ୍ଟାଇବା ପାଇଁ ଏହି ଗଁାର ୩୦ରୁ ଊର୍ଦ୍ଧ୍ୱ ପରିବାର ଦୀପ ତିଆରି କାମରେ ଲାଗିପଡ଼ିଥିଲେ। ଗତ ଦୁଇବର୍ଷ ଧରି କରୋନା କଟକଣା ପାଇଁ କୌଣସି ପୂଜା ପାର୍ବଣ ଧୁମ୍‌ଧାମ୍‌ରେ ପାଳନ ହୋଇପାରୁ ନ ଥିଲା। ଏବର୍ଷ କଟକଣା ହଟିବା ପରେ ଭଲ ବ୍ୟବସାୟ ନେଇ ସେମାନେ ଆଶା ବାନ୍ଧିଛନ୍ତି।
ଗଁାର ଭରତ ସାହୁ କହନ୍ତି, ଦିନତମାମ କାମ କଲେ ପ୍ରାୟ ୭୦୦ ଦୀପ ତିଆରି ହୋଇଥାଏ। ବଡ଼ ଦୀପଗୁଡ଼ିକୁ ଶହେକୁ ହଜାରେ ଟଙ୍କା ଓ ଛୋଟ ଦୀପ ୫ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ। ଏହି ବେଉସାରେ ଭଲ ରୋଜଗାର ହେଉ ନ ଥିଲେ ବି କାମ ନ ଥିବାରୁ କୌଳିକ ବୃତ୍ତିକୁ ଆପଣାଇବାକୁ ପଡୁଛି। ଦୀପାବଳିକୁ ଲକ୍ଷ୍ୟ କରି ଦୁଇମାସ ଆଗରୁ ଦୀପ ତିଆରି ଆରମ୍ଭ କରନ୍ତି। ଦୀପାବଳି ଆସିଲେ ସହରର ହୋଲ୍‌ସେଲରମାନେ ଏହି ଗଁାରୁ ଦୀପ କିଣିଥାନ୍ତି। ଏବେ ଛଣ ଓ କାଠ ଅଭାବରୁ ମାଟି ସାମଗ୍ରୀକୁ ପୋଡ଼ିବା ପାଇଁ ଜାଳେଣି ଅଭାବ ମୁଖ୍ୟ ସମସ୍ୟା ହେଉଛି।
ସେହିପରି ଶତ୍ରୁଘ୍ନ ସାହୁ କହନ୍ତି, ଗଁା ସାରା କୁମ୍ଭକାର ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳିନାହିଁ। ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କିମ୍ବା ଛାଡ଼ ବ୍ୟବସ୍ଥା ଥିବା ଋଣ ଯୋଜନା ଆମେ ପାଇପାରୁ ନାହୁଁ। ବର୍ତ୍ତମାନ ଆଧୁନିକତାର ପ୍ରଭାବ ଥିଲେ ମଧ୍ୟ ମାଟି ଦୀପର ଚାହିଦା ସ୍ବତନ୍ତ୍ର ରହିଛି। ଅନ୍ୟ ରାଜ୍ୟରେ ଚକଗୁଡ଼ିକ ମଟର ସାହାଯ୍ୟରେ ଚଲାଯାଉଥିବା ବେଳେ ଆମକୁ ହାତରେ ଘୂରାଇବାକୁ ପଡ଼ୁଛି। ସରକାରୀ ସ୍ତରରେ ଅତ୍ୟାଧୁନିକ ଜ୍ଞାନ କୌଶଳ ତାଲିମ ଦିଆଯାଇ ମଟର ଲଗା ଚକି ବ୍ୟବସ୍ଥା କରାଗଲେ ରୋଜଗାର ବଢ଼ିପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri