Posted inଫୁରସତ

ଆଜି ଜାଗର: ଶିବଙ୍କୁ ଅର୍ପଣ କରନ୍ତୁ ଏସବୁ, ମିଳିବ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୧୧ ତାରିଖ ଅର୍ଥାତ୍‌ ଗୁରୁବାର ପାଳନ କରାଯିବ ଶିବରାତ୍ରି। ଏହି ଶୁଭଦିନରେ ଭଗବାନ ଶିବଙ୍କର ଏପରି କିଛି ପ୍ରିୟ ସାମଗ୍ରୀ ରହିଛି, ଯାହାକୁ ଭକ୍ତମାନେ ଅର୍ପଣ କଲେ ଶୁଭଫଳ ଲାଭ କରିଥାନ୍ତି ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣିତ ଅଛି। ଜାଣନ୍ତୁ ଏ ସମ୍ପର୍କରେ…

ଜଳ: ଶିବପୁରାଣରେ କୁହାଯାଇଛି, ଭଗବାନ ଶିବ ହେଉଛନ୍ତି ସ୍ବୟଂ ଜଳ। ଏହି କଥା ସମୁଦ୍ରମନ୍ଥନ ସହ ଜଡ଼ିତ ଅଛି। ବିଷପାନ କରିବା ପରେ ଶିବଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା। ଫଳରେ ଜ୍ୱଳନ କମାଇବା ପାଇଁ ସ୍ବୟଂ ବିଷ୍ଣୁ ଶିବଙ୍କୁ ଶୀତଳ ଜଳ ପ୍ରଦାନ କରିଥିଲେ। ଏଥିପାଇଁ ଶିବଙ୍କୁ ଜଳଦାନ କରାଯାଇଥାଏ।

ବେଲପତ୍ର: ଭଗବାନ ଶିବଙ୍କ ତିନି ନେତ୍ରର ପ୍ରତୀକ ହେଉଛି ବେଲପତ୍ର। ତେଣୁ ଶିବଙ୍କର ଏହା ପ୍ରିୟ ହୋଇଥିବାରୁ ଶିବରାତ୍ରିରେ ବେଲପତ୍ର ଅର୍ପଣ କରାଯିବା ମଙ୍ଗଳମୟ।

ଅରଖଫୁଲ:
ଜାଗରରେ ଶିବଙ୍କୁ ଅରଖ ଫୁଲ ପ୍ରଦାନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଦୁର୍‌ଦୁରା ଫୁଲ:
ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ଦୁର୍‌ଦୁରା ଫୁଲ। ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। କୈଳାସ ପର୍ବତ ଉପରେ ଶିବ ରହୁଥିବା ସମୟରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଔଷଧ ଭାବେ ଦୁର୍‌ଦୁରାକୁ ବ୍ୟବହାର କରୁଥିଲେ। ତେଣୁ ଦୁର୍‌ଦୁରା ଶିବଙ୍କର ପ୍ରିୟ।

ଗଞ୍ଜେଇ:
ଶିବ ସର୍ବଦା ଧ୍ୟାନମଗ୍ନ ରହିଥାନ୍ତି। ତେଣୁ ଏହି ଧ୍ୟାନ ପାଇଁ ଗଞ୍ଜେଇ ସାହାଯ୍ୟ କରିଥାଏ। ଏହାକୁ ଖାଇ ଶିବ ସବୁବେଳେ ଖୁସିରେ ରହୁଥିଲେ।
ଏତଦ୍‌ବ୍ୟତୀତ ଜାଗରରେ ଶିବଙ୍କୁ କ୍ଷୀର, କର୍ପୂର, ଚନ୍ଦନ, ରୁଦ୍ରାକ୍ଷ ଆଦି ପ୍ରଦାନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri