Posted inଫୁରସତ

ଆଜି ଜାଗର: ଶିବଙ୍କୁ ଅର୍ପଣ କରନ୍ତୁ ଏସବୁ, ମିଳିବ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୧୧ ତାରିଖ ଅର୍ଥାତ୍‌ ଗୁରୁବାର ପାଳନ କରାଯିବ ଶିବରାତ୍ରି। ଏହି ଶୁଭଦିନରେ ଭଗବାନ ଶିବଙ୍କର ଏପରି କିଛି ପ୍ରିୟ ସାମଗ୍ରୀ ରହିଛି, ଯାହାକୁ ଭକ୍ତମାନେ ଅର୍ପଣ କଲେ ଶୁଭଫଳ ଲାଭ କରିଥାନ୍ତି ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣିତ ଅଛି। ଜାଣନ୍ତୁ ଏ ସମ୍ପର୍କରେ…

ଜଳ: ଶିବପୁରାଣରେ କୁହାଯାଇଛି, ଭଗବାନ ଶିବ ହେଉଛନ୍ତି ସ୍ବୟଂ ଜଳ। ଏହି କଥା ସମୁଦ୍ରମନ୍ଥନ ସହ ଜଡ଼ିତ ଅଛି। ବିଷପାନ କରିବା ପରେ ଶିବଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା। ଫଳରେ ଜ୍ୱଳନ କମାଇବା ପାଇଁ ସ୍ବୟଂ ବିଷ୍ଣୁ ଶିବଙ୍କୁ ଶୀତଳ ଜଳ ପ୍ରଦାନ କରିଥିଲେ। ଏଥିପାଇଁ ଶିବଙ୍କୁ ଜଳଦାନ କରାଯାଇଥାଏ।

ବେଲପତ୍ର: ଭଗବାନ ଶିବଙ୍କ ତିନି ନେତ୍ରର ପ୍ରତୀକ ହେଉଛି ବେଲପତ୍ର। ତେଣୁ ଶିବଙ୍କର ଏହା ପ୍ରିୟ ହୋଇଥିବାରୁ ଶିବରାତ୍ରିରେ ବେଲପତ୍ର ଅର୍ପଣ କରାଯିବା ମଙ୍ଗଳମୟ।

ଅରଖଫୁଲ:
ଜାଗରରେ ଶିବଙ୍କୁ ଅରଖ ଫୁଲ ପ୍ରଦାନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଦୁର୍‌ଦୁରା ଫୁଲ:
ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ଦୁର୍‌ଦୁରା ଫୁଲ। ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। କୈଳାସ ପର୍ବତ ଉପରେ ଶିବ ରହୁଥିବା ସମୟରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଔଷଧ ଭାବେ ଦୁର୍‌ଦୁରାକୁ ବ୍ୟବହାର କରୁଥିଲେ। ତେଣୁ ଦୁର୍‌ଦୁରା ଶିବଙ୍କର ପ୍ରିୟ।

ଗଞ୍ଜେଇ:
ଶିବ ସର୍ବଦା ଧ୍ୟାନମଗ୍ନ ରହିଥାନ୍ତି। ତେଣୁ ଏହି ଧ୍ୟାନ ପାଇଁ ଗଞ୍ଜେଇ ସାହାଯ୍ୟ କରିଥାଏ। ଏହାକୁ ଖାଇ ଶିବ ସବୁବେଳେ ଖୁସିରେ ରହୁଥିଲେ।
ଏତଦ୍‌ବ୍ୟତୀତ ଜାଗରରେ ଶିବଙ୍କୁ କ୍ଷୀର, କର୍ପୂର, ଚନ୍ଦନ, ରୁଦ୍ରାକ୍ଷ ଆଦି ପ୍ରଦାନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri