ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ ଉଦଯାପିତ ହୋଇଥିଲା। ଯାତ୍ରାରେ ନାଟକ ପରିବେଷଣ ଅଧାରେ ବନ୍ଦ ରହିଥିବାରୁ ଗତ ମଙ୍ଗଳବାର ସନ୍ଧ୍ୟାରୁ ପୁଣିଥରେ କୁକୁଡ଼ାଖଣ୍ଡି ବ୍ଲକ ନଳୀହାଡ଼ ଗାଁ ର ପୌରାଣିକ ନାଟକ ରାମାୟଣ ଏବଂ ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତା ମୂଳକ ବାଦ ନାଟକ ଦେଖିବା ପାଇଁ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ୫ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା।

ଗୁରୁବାର ନାଟକ ପରିବେଷଣ ସମୟରେ କଉଡ଼ିଆ ଗ୍ରାମ ରାମାୟଣ ନାଟକରେ ବେଦମତୀ ଚରିତ୍ରରେ ଅଭିନୟ କରୁଥିବା ଜଣେ ଟ୍ରାନ୍ସଜେଣ୍ଡରଙ୍କ ସହ ୨୦ରୁ ଉର୍ଦ୍ଧ୍ବ ଟ୍ରାନ୍ସଜେଣ୍ଡରମାନଙ୍କ ଆପତ୍ତିଜନକ ଅଭିନୟକୁ ବିପକ୍ଷ ନଳୀହାଡ଼ ଗାଁ ପାର୍ଟିରେ ଅଭିନୟ କରୁଥିବା ବହୁ ସଂଖ୍ୟକ ଟ୍ରାନ୍ସଜେଣ୍ଡର ପ୍ରତିବାଦ କରିଥିଲେ। ନାଟକ ପରିବେଷଣ ସମୟରେ ହିଁ ଉଭୟ ପାର୍ଟିର ଟ୍ରାନ୍ସଜେଣ୍ଡରମାନେ ମଞ୍ଚରେ ଅଶ୍ଳିଳ ଇଙ୍ଗିତ, ଆପତ୍ତି ଜନକ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ମୁହାମୁହିଁ ହୋଇଥିଲେ। ଯାତ୍ରା କମିଟିର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସନ୍ଧ୍ୟାରେ କଉଡ଼ିଆ ଗାଁ ପାର୍ଟିର ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ପୋଖରୀରେ ଗାଧୋଇ ଗ୍ରିନ୍ ରୁମରେ ବିଶ୍ରାମ ନେଉଥିବା ବେଳେ ବ୍ରହ୍ମପୁରରୁ ଯାଇଥିବା ୩୦ ରୁ ଉର୍ଦ୍ଧ୍ବ କିନ୍ନର ସାଇକେଲ ଚେନ୍, ଲୁହାର ପଞ୍ଝା, ହକି ଷ୍ଟିକ୍ ଧରି ଅତର୍କିତ ଭାବେ କିଛି ନିର୍ଦ୍ଦିଷ୍ଟ କିନ୍ନର ମାନଙ୍କୁ ଆକ୍ରମଣ କରିଥିଲେ । ପ୍ରତିବାଦ କରିବାରୁ ସେମାନେ ଅନ୍ୟ ଟ୍ରାନ୍ସଜେଣ୍ଡରମାନଙ୍କୁ ମାରଧର କରିଥିଲେ। ମଞ୍ଚରେ ନାଟକ ପରିବେଷଣ କରାଯାଉଥିବା ବେଳେ ମଞ୍ଚ ତଳେ ଉଭୟ କିନ୍ନର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିଲା।ବହୁସଂଖ୍ୟକ ଦର୍ଶକ ଭୟଭୀତ ହୋଇ ଦୌଡ଼ି ଥିଲେ। କିଛି ସମୟ ନାଟକ ବନ୍ଦ ରହିଥିଲା।

ପୁଣି ଥରେ ନାଟକ ପରିବେଷଣ ଚାଲିଥିବା ବେଳେ ରାତି ପ୍ରାୟ ୮ ଟାରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ, ଅଗ୍ନିଶମ ଅଧିକାରୀ ବିକାଶ କୁମାର ମୁଦୁଲି ସଦଳବଳେ ସଶସ୍ତ୍ର ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ନାଟକ ପରିବେଷଣ ସ୍ଥଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କାରଣରୁ ନାଟକ ବନ୍ଦ କରାଇଥିଲେ ।  ଅପରପକ୍ଷରେ ରାତି ପ୍ରାୟ ୯ ଟାରେ ବହୁସଂଖ୍ୟକ ଟ୍ରାନ୍ସଜେଣ୍ଡର ଦିଗପହଣ୍ଡି ଥାନାରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଥିବା ସମସ୍ତ କିନ୍ନର ମାନଙ୍କୁ ଚିହ୍ନଟ କରି ଗିରଫ କରିବା ନିମନ୍ତେ ଥାନା ବାହାରେ ହୋ – ହଲ୍ଲା କରିଥିଲେ।ଆକ୍ରମଣରେ ଆହାତ ଟ୍ରାନ୍ସଜେଣ୍ଡର ଜୟଶ୍ରୀ ପାଢ଼ୀ ୧୭ ଜଣ ଅଭିଯୁକ୍ତ କିନ୍ନର ମାନଙ୍କ ନାଁ ରେ ଏତଲା ଦେଇଥିଲେ । ଆଇଆଇସି କିଶୋର କୁମାର ସାମଲ ଟ୍ରାନ୍ସଜେଣ୍ଡର ଗୋଷ୍ଠୀର ମୁଖିଆମାନଙ୍କୁ ବହୁ ସମୟ ଧରି ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ଜିଦ୍ ରେ ଅଟଳ ରହିବାରୁ ଏତଲା କୁ ଭିତ୍ତିକରି ମାମଲା ନଂ.୨୩୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଏଏସଆଇ ମନୋଜ ସିଂ ଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ସୂଚନାଯୋଗ୍ୟ ଏହିକି ଯେ, ଗତ ମେ ୧୨ ତାରିଖ ଯାତ୍ରା ଉଦଯାପନୀ ଦିନ ବିଳମ୍ବିତ ରାତିରେ ନାଟକ ପରିବେଷଣ ସମୟରେ ଅସ୍ଥାୟୀ ଯାତ୍ରା ପୀଠ ନିକଟ ରାସ୍ତାକଡରେ ଠିଆ ହୋଇ ପୌରାଣିକ ନାଟକ ଦେଖୁଥିବା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଦନାର୍ଦ୍ଦନ ରାଉତ(୫୮) ଷ୍ଟ୍ରିଟ ଲାଇଟ ବିଦ୍ୟୁତ ଖୁଣ୍ଟ କୁ ଧରି ଦେବାରୁ ବିଦ୍ୟୁତ ସଂସ୍ପର୍ଶରେ ତାଙ୍କ ମୃତ୍ୟୁ ଘଟିଥିଲା। ଦିଗପହଣ୍ଡି ପୋଲିସ ଟିମ୍ ପହଞ୍ଚି ନାଟକ ପରିବେଷଣ ବନ୍ଦ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?