ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ ଉଦଯାପିତ ହୋଇଥିଲା। ଯାତ୍ରାରେ ନାଟକ ପରିବେଷଣ ଅଧାରେ ବନ୍ଦ ରହିଥିବାରୁ ଗତ ମଙ୍ଗଳବାର ସନ୍ଧ୍ୟାରୁ ପୁଣିଥରେ କୁକୁଡ଼ାଖଣ୍ଡି ବ୍ଲକ ନଳୀହାଡ଼ ଗାଁ ର ପୌରାଣିକ ନାଟକ ରାମାୟଣ ଏବଂ ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତା ମୂଳକ ବାଦ ନାଟକ ଦେଖିବା ପାଇଁ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ୫ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା।

ଗୁରୁବାର ନାଟକ ପରିବେଷଣ ସମୟରେ କଉଡ଼ିଆ ଗ୍ରାମ ରାମାୟଣ ନାଟକରେ ବେଦମତୀ ଚରିତ୍ରରେ ଅଭିନୟ କରୁଥିବା ଜଣେ ଟ୍ରାନ୍ସଜେଣ୍ଡରଙ୍କ ସହ ୨୦ରୁ ଉର୍ଦ୍ଧ୍ବ ଟ୍ରାନ୍ସଜେଣ୍ଡରମାନଙ୍କ ଆପତ୍ତିଜନକ ଅଭିନୟକୁ ବିପକ୍ଷ ନଳୀହାଡ଼ ଗାଁ ପାର୍ଟିରେ ଅଭିନୟ କରୁଥିବା ବହୁ ସଂଖ୍ୟକ ଟ୍ରାନ୍ସଜେଣ୍ଡର ପ୍ରତିବାଦ କରିଥିଲେ। ନାଟକ ପରିବେଷଣ ସମୟରେ ହିଁ ଉଭୟ ପାର୍ଟିର ଟ୍ରାନ୍ସଜେଣ୍ଡରମାନେ ମଞ୍ଚରେ ଅଶ୍ଳିଳ ଇଙ୍ଗିତ, ଆପତ୍ତି ଜନକ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ମୁହାମୁହିଁ ହୋଇଥିଲେ। ଯାତ୍ରା କମିଟିର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସନ୍ଧ୍ୟାରେ କଉଡ଼ିଆ ଗାଁ ପାର୍ଟିର ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ପୋଖରୀରେ ଗାଧୋଇ ଗ୍ରିନ୍ ରୁମରେ ବିଶ୍ରାମ ନେଉଥିବା ବେଳେ ବ୍ରହ୍ମପୁରରୁ ଯାଇଥିବା ୩୦ ରୁ ଉର୍ଦ୍ଧ୍ବ କିନ୍ନର ସାଇକେଲ ଚେନ୍, ଲୁହାର ପଞ୍ଝା, ହକି ଷ୍ଟିକ୍ ଧରି ଅତର୍କିତ ଭାବେ କିଛି ନିର୍ଦ୍ଦିଷ୍ଟ କିନ୍ନର ମାନଙ୍କୁ ଆକ୍ରମଣ କରିଥିଲେ । ପ୍ରତିବାଦ କରିବାରୁ ସେମାନେ ଅନ୍ୟ ଟ୍ରାନ୍ସଜେଣ୍ଡରମାନଙ୍କୁ ମାରଧର କରିଥିଲେ। ମଞ୍ଚରେ ନାଟକ ପରିବେଷଣ କରାଯାଉଥିବା ବେଳେ ମଞ୍ଚ ତଳେ ଉଭୟ କିନ୍ନର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିଲା।ବହୁସଂଖ୍ୟକ ଦର୍ଶକ ଭୟଭୀତ ହୋଇ ଦୌଡ଼ି ଥିଲେ। କିଛି ସମୟ ନାଟକ ବନ୍ଦ ରହିଥିଲା।

ପୁଣି ଥରେ ନାଟକ ପରିବେଷଣ ଚାଲିଥିବା ବେଳେ ରାତି ପ୍ରାୟ ୮ ଟାରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ, ଅଗ୍ନିଶମ ଅଧିକାରୀ ବିକାଶ କୁମାର ମୁଦୁଲି ସଦଳବଳେ ସଶସ୍ତ୍ର ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ନାଟକ ପରିବେଷଣ ସ୍ଥଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କାରଣରୁ ନାଟକ ବନ୍ଦ କରାଇଥିଲେ ।  ଅପରପକ୍ଷରେ ରାତି ପ୍ରାୟ ୯ ଟାରେ ବହୁସଂଖ୍ୟକ ଟ୍ରାନ୍ସଜେଣ୍ଡର ଦିଗପହଣ୍ଡି ଥାନାରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଥିବା ସମସ୍ତ କିନ୍ନର ମାନଙ୍କୁ ଚିହ୍ନଟ କରି ଗିରଫ କରିବା ନିମନ୍ତେ ଥାନା ବାହାରେ ହୋ – ହଲ୍ଲା କରିଥିଲେ।ଆକ୍ରମଣରେ ଆହାତ ଟ୍ରାନ୍ସଜେଣ୍ଡର ଜୟଶ୍ରୀ ପାଢ଼ୀ ୧୭ ଜଣ ଅଭିଯୁକ୍ତ କିନ୍ନର ମାନଙ୍କ ନାଁ ରେ ଏତଲା ଦେଇଥିଲେ । ଆଇଆଇସି କିଶୋର କୁମାର ସାମଲ ଟ୍ରାନ୍ସଜେଣ୍ଡର ଗୋଷ୍ଠୀର ମୁଖିଆମାନଙ୍କୁ ବହୁ ସମୟ ଧରି ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ଜିଦ୍ ରେ ଅଟଳ ରହିବାରୁ ଏତଲା କୁ ଭିତ୍ତିକରି ମାମଲା ନଂ.୨୩୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଏଏସଆଇ ମନୋଜ ସିଂ ଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ସୂଚନାଯୋଗ୍ୟ ଏହିକି ଯେ, ଗତ ମେ ୧୨ ତାରିଖ ଯାତ୍ରା ଉଦଯାପନୀ ଦିନ ବିଳମ୍ବିତ ରାତିରେ ନାଟକ ପରିବେଷଣ ସମୟରେ ଅସ୍ଥାୟୀ ଯାତ୍ରା ପୀଠ ନିକଟ ରାସ୍ତାକଡରେ ଠିଆ ହୋଇ ପୌରାଣିକ ନାଟକ ଦେଖୁଥିବା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଦନାର୍ଦ୍ଦନ ରାଉତ(୫୮) ଷ୍ଟ୍ରିଟ ଲାଇଟ ବିଦ୍ୟୁତ ଖୁଣ୍ଟ କୁ ଧରି ଦେବାରୁ ବିଦ୍ୟୁତ ସଂସ୍ପର୍ଶରେ ତାଙ୍କ ମୃତ୍ୟୁ ଘଟିଥିଲା। ଦିଗପହଣ୍ଡି ପୋଲିସ ଟିମ୍ ପହଞ୍ଚି ନାଟକ ପରିବେଷଣ ବନ୍ଦ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?