Posted inଖେଳ

ଓଏଫ୍‌ସିର ବିଜୟଧାରା ଜାରି

ଭୁବନେଶ୍ୱର,୧୧ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଦଳ ୧-୦ରେ ହୋପ୍ସ ଏଫ୍‌ସିକୁ ପରାସ୍ତ କରିଛି। ୪୪ତମ ମିନିଟରେ ପ୍ୟାରୀ ଖାଖା ଏକମାତ୍ର ଗୋଲଟି ସ୍କୋର କରିଥିଲେ।
ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ମ୍ୟାଚ୍‌ ଆରମ୍ଭ କରିଥିଲେ। ଷଷ୍ଠ ମିନିଟରେ ଓଏଫ୍‌ସି ପକ୍ଷରୁ ସଞ୍ଜୁ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ। ଲେଫ୍ଟ ଫ୍ଲାଙ୍କରୁ ସଞ୍ଜୁଙ୍କ ପାଶ୍‌କୁ ଓ୍ବିନ୍‌ ହେଡ କରିଥିଲେ ମଧ୍ୟ ସ୍କୋର କରିବାରେ ବିଫଳ ହୋଇଥିଲେ। ଏହାର ଦୁଇ ମିନିଟ୍‌ ପରେ ଆଉ ଏକ ସ୍କୋରିଂ ସୁଯୋଗ ଥିଲେ ମଧ୍ୟ ହୋପ୍ସ ଏଫ୍‌ସି ଡିଫେଣ୍ଡର ଏହାକୁ ରୋକି ଦେଇଥିଲେ। ୨୫ ତମ ମିନିଟରେ ଲିଣ୍ଡା କମ୍‌ ଓ ୨୯ତମ ମିନିଟରେ ସଞ୍ଜୁଙ୍କ ଶଟ୍‌ ରୋକିବାରେ ସଫଳ ହୋଇଥିଲେ ହୋପ୍ସ ଗୋଲକିପର। ୩୬ତମ ମିନିଟ୍‌ରେ ଇନ୍ଦୁମତୀ କାଥିରସେନ ଓ ଓ୍ବିନ୍‌ଙ୍କ ମିଳିତ ପ୍ରୟାସକୁ ହୋପ୍ସ ଡିଫେଣ୍ଡର ରୋକି ଦେଇଥିଲେ। ତେବେ ୪୪ତମ ମିନିଟ୍‌ରେ ଓଏଫ୍‌ସି ପକ୍ଷରୁ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ ପ୍ୟାରୀ ଖାଖା। ରାଇଟ୍‌ ଫ୍ଲାଙ୍କରୁ ଓ୍ବିନଙ୍କ କ୍ରସ୍‌କୁ ଗୋଲରେ ପରିଣତ କରି ସେ ଓଏଫ୍‌ସିକୁ ଆଗୁଆ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଗୋଲ ପରିଶୋଧ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ହୋପ୍ସ ସଫଳ ହୋଇ ନ ଥିଲା। ଓଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚ୍‌ ୧୮ ଜାନୁଆରୀରେ ଇଷ୍ଟବେଙ୍ଗଲ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri