Posted inଫୁରସତ

ଓଡ଼ିଶୀ ନୃତ୍ୟ ଦେଇଛି ପରିଚୟ

ସେ ପିଲାଟିଦିନୁ କଳାପ୍ରେମୀ। କେଉଁଠି ବାଦ୍ୟ ବାଜିଲେ ଆପେ ଆପେ ନାଚି ଉଠେ ତାଙ୍କ କୁନି କୁନି ପାଦ। ଆଉ ପିଲାଦିନର ସେହି ରୁଚି ଆଜି ତାଙ୍କୁ ଦେଇଛି ଜଣେ ସଫଳ ଓଡ଼ିଶୀ ନୃତ୍ୟାଙ୍ଗନାର ପରିଚୟ। ସେ ହେଉଛନ୍ତି ଭୁବନେଶ୍ୱର ନାଲ୍‌କୋ ନଗରରେ ରହୁଥିବା ମାଆ ବିଷ୍ଣୁପ୍ରିୟା ମିଶ୍ର ଏବଂ ବାପା ବିଜୟ କୁମାର ମହାପାତ୍ରଙ୍କ ଝିଅ ଶୁଭଶ୍ରୀ। ସେ ମାତ୍ର ୫ ବର୍ଷ ବୟସରୁ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ନିକଟରେ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ଧୀରେ ଧୀରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ତାଙ୍କୁ ଆମ କଳା ଓ ସଂସ୍କୃତି ଆଡ଼କୁ ଆକୃଷ୍ଟ କରିଚାଲିଲା। ସେ ନିଜ ବିଦ୍ୟାଳୟ ବ୍ୟତୀତ ରାଜ୍ୟର ବିଭିନ୍ନ ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କଠାରୁ ସାଉଁଟିଛନ୍ତି ପ୍ରଶଂସା। ବର୍ତ୍ତମାନ ସୁଦ୍ଧା ସେ ଇଣ୍ଟରନ୍ୟାଶନାଲ୍‌ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲ୍‌-୨୦୨୨, ଉତ୍କଳଶ୍ରୀ ଅଲ୍‌ ଇଣ୍ଡିଆ ଡ୍ୟାନ୍ସ କ୍ଲାସିକାଲ୍‌ ଆଣ୍ଡ ଫୋକ୍‌ ଫେଷ୍ଟିଭାଲ୍‌- ୨୦୨୨, ନୃତ୍ୟାଞ୍ଜଳି ଫେଷ୍ଟିଭାଲ୍‌ ଭଳି ଅନେକ ଉତ୍ସବରେ ଏକକ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି। ସେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହିତ ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡିଗଡ଼ରୁ ଓଡ଼ିଶୀରେ ନୃତ୍ୟ ବିଶାରଦ ମଧ୍ୟ ସମାପ୍ତ କରିସାରିଛନ୍ତି। ସତ୍ୟ ଉପରେ ଆଧାରିତ ଫିଲ୍ମ ବା ଡକ୍ୟୁମେଣ୍ଟାରୀ ଫିଲ୍ମରେ ରୁଚି ଥିବାରୁ ସେ କଲେଜପଢ଼ା ସହିତ ଅନେକ ଓଡ଼ିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକରଙ୍କ ସହ ଆସିଷ୍ଟାଣ୍ଟ ଡାଇରେକ୍ଟର ଏବଂ ସିନେମାଟୋଗ୍ରାଫର୍‌ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି ସେ ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ପ୍ରଡକ୍ସନ ଟିମ୍‌ ସହିତ କାମ କରିଛନ୍ତି। ବର୍ତ୍ତମାନ ସେ ଭୁବନେଶ୍ୱରରେ ଏକ ଆଡ୍‌ ଏଜେନ୍ସିରେ କ୍ରିଏଟିଭ୍‌ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି। ସେ ନିଜର ସମସ୍ତ ସଫଳତା ପଛରେ ଅଭିଭାବକଙ୍କ ଉତ୍ସାହ ଓ ଗୁରୁଙ୍କ ପ୍ରୋତ୍ସାହନ ରହିଛି ବୋଲି ପ୍ରକାଶ କରନ୍ତି। ଭବିଷ୍ୟତରେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶୀ ନୃତ୍ୟ ଉପରେ ଅଧିକରୁ ଅଧିକ ରିସର୍ଚ୍ଚ କରି ବିଶ୍ୱଦରବାରରେ ଏହାର ପ୍ରଚାର ପ୍ରସାର କରିବାକୁ
ଲକ୍ଷ୍ୟ
ରଖିଥିବା କୁହନ୍ତି ଶୁଭଶ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri