Posted inଫୁରସତ

ଓଡ଼ିଶୀ ପୋଷାକର ରୂପକାର

ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ବେଶ ପରିପାଟିର ସ୍ବତନ୍ତ୍ର ପରିଚୟ ରହିଥାଏ। ତେବେ ପୋଷାକ ତିଆରିରେ ଏମିତି ଜଣେ ରୂପକାର ଯେକି ଏଥିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ହେଲେ ଭାଗୀରଥି ଦାସ। ପିତା କୁଳମଣି ଦାସ। କିନ୍ତୁ ଭାଗୀରଥିଙ୍କୁ ଏବେ ପ୍ରାୟ ୮୫ ବର୍ଷ ଟପିଲାଣି ତଥାପି ଥକି ପଡ଼ିନି ପାଦ। ଏବେବି ସେ ସିଲେଇ ମେଶିନରେ ତିଆରି କରିଚାଲନ୍ତି ଓଡ଼ିଶୀ ପୋଷାକ। କିନ୍ତୁ ଏହି କାରୁକାର୍ଯ୍ୟମୟ ବେଶପୋଷାକ ତିଆରି କରୁଥିବା ଅନ୍ୟ ରୂପକାରଙ୍କଠାରୁ ଭାଗୀରଥିଙ୍କ କଳାକୌଶଳ ଭିନ୍ନ। ତାଙ୍କ ପରିବାର ସଦସ୍ୟମାନେ ଏହି ଡ୍ରେସ୍‌ ତିଆରିରେ ଧୁରନ୍ଧର। ଓଡ଼ିଶା ସମେତ ଭାରତର ବହୁ ଯଶସ୍ବୀ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ପାଇଁ ସେ ତିଆରି କରିଛନ୍ତି କଳାତ୍ମକ ପୋଷାକପତ୍ର। ଏମିତିରେ ବିଶ୍ୱର ପ୍ରାୟ ୧୦ରୁ ଅଧିକ ରାଷ୍ଟ୍ରକୁ ଅର୍ଡର ଯୋଗେ ପଠାଯାଇଥାଏ ଏହି ପୋଷାକ। କଟକ ଚାନ୍ଦିନଚୌକ ଛକ ନିକଟରେ ରହିଛି ତାଙ୍କ ଓଡ଼ିଶୀ ଟେଲର। ଯାହା କେବଳ ଓଡ଼ିଶୀ ନାଁରୁ ହିଁ ବେଶ୍‌ ବାରି ହୋଇପଡ଼େ ତାଙ୍କ ପରିଚୟ। ସାଧାରଣତଃ ଗାର୍ଡେନ ସିଲ୍କ, ପିଓର ସିଲ୍କ, ର-ସିଲ୍କରେ ସମ୍ବଲପୁରୀ କୁମ୍ଭ ଡଜାଇନର ବର୍ଡର ଦେଇ ସେ ଓଡ଼ିଶୀ ପୋଷାକ ତିଆରି କରନ୍ତି। ଗୁରୁ କେଳୁଚରଣ ମହାପାତ୍ରଙ୍କ ସମ୍ମାନରେ ସେ ସମ୍ମାନିତ। ତାଙ୍କ କଳାପ୍ରତିଭା ପାଇଁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ କୁହନ୍ତି- ଘରେ ସେତେବେଳେ ଜଣେ ସାଧାରଣ ଦରଜୀ ଭାବେ ବିଭିନ୍ନ ବ୍ଲାଉଜ, ଶାଢ଼ି ଓ ଅନ୍ୟାନ୍ୟ ପୋଷାକପତ୍ର ତିଆରି କରୁଥିଲି । ଏଥିରେ ଯାହା ରୋଜଗାର ହେଉଥିଲା ପରିବାରର ଗୁଜୁରାଣ ମେଣ୍ଟୁଥିଲା। ପରେ ଅଧିକ ରୋଜଗାର ଆଶାରେ ଖପୁରିଆଠାରେ ଥିବା ଉଲ୍‌ ଇଣ୍ଡଷ୍ଟ୍ରିକୁ ଯାଇ କିଛି ସିଲେଇକାମ କଲି। ଡୋର ସ୍କ୍ରିନ, ସୋଫାସେଟ୍‌ କଭର ଆଦି ସିଲେଇକରି ଘର ଚଳାଇଲି । ଏଥିରେ ମୋ ପତ୍ନୀ ଲଳିତା ସହଯୋଗ କରିଥାନ୍ତି। ମାତ୍ର ପ୍ରାୟ ୬୦ବର୍ଷ ତଳେ ଥରେ ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି ମତେ କହିଲେ ଏମିତି ଏକ ଡ୍ରେସ କରିପାରିବ କି? ଯାହାକୁ ପିନ୍ଧିଲେ ଓଡ଼ିଶୀନୃତ୍ୟ ପାଇଁ ସୁନ୍ଦର ଦିଶିବ। କାରଣ ଶାଢ଼ି ପିନ୍ଧିବାରେ ବହୁସମୟ ଲାଗେ। ତାଙ୍କ କଥା ଶୁଣି ପ୍ରଥମେ ଏକ ଓଡ଼ିଶୀ ଡ୍ରେସ୍‌ ତିଆରି ପାଇଁ ପ୍ରୟାସ କରିଥିଲି । ତାହା ତାଙ୍କର ପସନ୍ଦ ହୋଇଥିଲା। ପରେ ଏହା ମତେ ଆଗକୁ ଯିବାରେ ସହାୟକ ହୋଇଥିଲା। ସେଥିପାଇଁ ସମ୍ବଲପୁରୀ ଶାଢ଼ି ଆଣି ସେଥିରେ ଓଡ଼ିଶୀ ଡ୍ରେସ ତିଆରି କରୁଥିଲି । ତେବେ ତରୁଣ ଶିଳ୍ପୀଙ୍କଠାରୁ ଆରମ୍ଭକରି ପ୍ରବୀଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କେଉଁ ପ୍ରକାରର ପୋଷାକ ଲୋଡ଼ା ସେପରି ପୋଷାକକୁ ତିଆରି କରିଥାଏ। କିନ୍ତୁ ଶାଢ଼ିର ଦର ବଢ଼ିଯିବାରୁ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଧୋତି ଷ୍ଟାଇଲରେ ଓଡ଼ିଶୀ ପୋଷାକ କରୁଛି। ଏଥିରେ କୌଣସି ମୌଳିକତା ନଷ୍ଟ ହୋଇ ନ ଥାଏ। ଥରେ କେଳୁ ସାର୍‌ଙ୍କର ଏକ ପୋଷାକରେ କୁଞ୍ଚ ଭୁଲ ଥିବାରୁ ସାର୍‌ ମୋତେ ସମସ୍ତଙ୍କ ସାମ୍‌ନାରେ କାନ ମୋଡ଼ିଥିଲେ। ପରେ ଏହି ଭୁଲକୁ ସୁଧାରିଥିଲି। ତାଙ୍କର ସେଇ କାନ ମୋଡା ମତେ ମଣିଷ କରିବାରେ ସହାୟକ ହୋଇପାରିଛି। ଏହାମଧ୍ୟରେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି ଯେମିତିକି ସଂଯୁକ୍ତା ପାଣିଗ୍ରାହୀ, କୁମ୍‌କୁମ୍‌ ମହାନ୍ତି, ଗୁରୁ ଗଙ୍ଗାଧର ପ୍ରଧାନ, ଗୁରୁ ଦୁର୍ଗା ରଣବୀର, ଡୋନା ଗାଙ୍ଗୁଲି, ଡକ୍ଟର ମିନତୀ ମିଶ୍ର, ସୁଶ୍ରୀ ସଙ୍ଗୀତା ମହାପାତ୍ର (ଆମେରିକା), ସୁତପା ଦତ୍ତଗୁପ୍ତା (କଲିକତା), କ୍ଷିମ୍‌କୋ ଯାଯଜିତା(ଜାପାନ), ଡୁଗ୍ରା ବୋର(ସାଉଦିଆରବ), ଇଲିଆନା ସିତାରିଷ୍ଟ, ହେମାମାଳିନୀଙ୍କ କନ୍ୟା ଇଷା ଓ ଆହାନାଙ୍କ ଭଳି ଖ୍ୟାତନାମା ନୃତ୍ୟଶିଳ୍ପୀଙ୍କ ପାଖରୁ ଅର୍ଡର ପାଇଛି। ଯାହାକି ମତେ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଆଗେଇବାକୁ ପ୍ରେରଣା ଦେଇଛି। ତେବେ ମୁଁ ସବୁଠାରୁ ଅଧିକ ପ୍ରେରଣା ପାଇଛି ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ। ସେଇଥିପାଇଁ ଓଡ଼ିଶୀ ଟେଲର ଗୃହର କାନ୍ଥରେ ସାଇତି ରଖିଛି ତାଙ୍କ ଫଟୋଚିତ୍ର। ଯଶସ୍ବୀ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କ ପ୍ରେରଣା ବି ମୋତେ ଉତ୍ସାହିତ କରିଥିଲା। ଏକଥା ସତ ଯେ ଓଡ଼ିଶୀ ଏଭଳି ଏକ ନୃତ୍ୟ ଯେଉଁଠି ବେଶଭୂଷାରେ ଏକ ସମ୍ଭ୍ରାନ୍ତୀୟ ଆଦର ସଂଯୋଜିତ କରିବା ପାଇଁ ନୃତ୍ୟଶିଳ୍ପୀମାନେ ଆଗଭର ହୋଇଉଠିଥାନ୍ତି। ଏହି ନୃତ୍ୟର ଭାବଭଙ୍ଗୀ ହେଉ କି ଶାତ୍ସୀୟତା ଯେମିତି ଦର୍ଶକଙ୍କୁ ମୋହିତ କରେ ଠିକ୍‌ ସେମିତି ଏମାନେ ପିନ୍ଧୁଥିବା ପୋଷାକ ପରିପାଟି, ଅଳଙ୍କାର ବେଶ୍‌ ଆକର୍ଷଣ ସୃଷ୍ଟିକରେ। ଓଡ଼ିଶୀନୃତ୍ୟ ଦେଶ ବିଦେଶରେ ବେଶ୍‌ ପରିଚିତ। ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ଏବଂ ପରିସର ଯେଉଁ ପରିସୀମାକୁ ପରିବ୍ୟାପ୍ତ ହୋଇଛି ସେଥିପାଇଁ ହଜାରହଜାର ଶିଳ୍ପୀ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ଆଉ ଓଡ଼ିଶୀ ପୋଷାକ ତିଆରି କରି ଜଣେ ସାଧାରଣ ଦରଜୀ ପରିଚୟରୁ ଆଜି ଦେଶବିଦେଶରେ ପରିଚୟ ସୃଷ୍ଟି ହୋଇପାରିଥିବାରୁ ମତେ ବହୁତ ଖୁସି ଲାଗେ।

-ବନବିହାରୀ ବେହେରା, ଅଭିଜିତ ଚନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri