Posted inଫୁରସତ

ଓଡ଼ିଶୀ ପୋଷାକର ରୂପକାର

ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ବେଶ ପରିପାଟିର ସ୍ବତନ୍ତ୍ର ପରିଚୟ ରହିଥାଏ। ତେବେ ପୋଷାକ ତିଆରିରେ ଏମିତି ଜଣେ ରୂପକାର ଯେକି ଏଥିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ହେଲେ ଭାଗୀରଥି ଦାସ। ପିତା କୁଳମଣି ଦାସ। କିନ୍ତୁ ଭାଗୀରଥିଙ୍କୁ ଏବେ ପ୍ରାୟ ୮୫ ବର୍ଷ ଟପିଲାଣି ତଥାପି ଥକି ପଡ଼ିନି ପାଦ। ଏବେବି ସେ ସିଲେଇ ମେଶିନରେ ତିଆରି କରିଚାଲନ୍ତି ଓଡ଼ିଶୀ ପୋଷାକ। କିନ୍ତୁ ଏହି କାରୁକାର୍ଯ୍ୟମୟ ବେଶପୋଷାକ ତିଆରି କରୁଥିବା ଅନ୍ୟ ରୂପକାରଙ୍କଠାରୁ ଭାଗୀରଥିଙ୍କ କଳାକୌଶଳ ଭିନ୍ନ। ତାଙ୍କ ପରିବାର ସଦସ୍ୟମାନେ ଏହି ଡ୍ରେସ୍‌ ତିଆରିରେ ଧୁରନ୍ଧର। ଓଡ଼ିଶା ସମେତ ଭାରତର ବହୁ ଯଶସ୍ବୀ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ପାଇଁ ସେ ତିଆରି କରିଛନ୍ତି କଳାତ୍ମକ ପୋଷାକପତ୍ର। ଏମିତିରେ ବିଶ୍ୱର ପ୍ରାୟ ୧୦ରୁ ଅଧିକ ରାଷ୍ଟ୍ରକୁ ଅର୍ଡର ଯୋଗେ ପଠାଯାଇଥାଏ ଏହି ପୋଷାକ। କଟକ ଚାନ୍ଦିନଚୌକ ଛକ ନିକଟରେ ରହିଛି ତାଙ୍କ ଓଡ଼ିଶୀ ଟେଲର। ଯାହା କେବଳ ଓଡ଼ିଶୀ ନାଁରୁ ହିଁ ବେଶ୍‌ ବାରି ହୋଇପଡ଼େ ତାଙ୍କ ପରିଚୟ। ସାଧାରଣତଃ ଗାର୍ଡେନ ସିଲ୍କ, ପିଓର ସିଲ୍କ, ର-ସିଲ୍କରେ ସମ୍ବଲପୁରୀ କୁମ୍ଭ ଡଜାଇନର ବର୍ଡର ଦେଇ ସେ ଓଡ଼ିଶୀ ପୋଷାକ ତିଆରି କରନ୍ତି। ଗୁରୁ କେଳୁଚରଣ ମହାପାତ୍ରଙ୍କ ସମ୍ମାନରେ ସେ ସମ୍ମାନିତ। ତାଙ୍କ କଳାପ୍ରତିଭା ପାଇଁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ କୁହନ୍ତି- ଘରେ ସେତେବେଳେ ଜଣେ ସାଧାରଣ ଦରଜୀ ଭାବେ ବିଭିନ୍ନ ବ୍ଲାଉଜ, ଶାଢ଼ି ଓ ଅନ୍ୟାନ୍ୟ ପୋଷାକପତ୍ର ତିଆରି କରୁଥିଲି । ଏଥିରେ ଯାହା ରୋଜଗାର ହେଉଥିଲା ପରିବାରର ଗୁଜୁରାଣ ମେଣ୍ଟୁଥିଲା। ପରେ ଅଧିକ ରୋଜଗାର ଆଶାରେ ଖପୁରିଆଠାରେ ଥିବା ଉଲ୍‌ ଇଣ୍ଡଷ୍ଟ୍ରିକୁ ଯାଇ କିଛି ସିଲେଇକାମ କଲି। ଡୋର ସ୍କ୍ରିନ, ସୋଫାସେଟ୍‌ କଭର ଆଦି ସିଲେଇକରି ଘର ଚଳାଇଲି । ଏଥିରେ ମୋ ପତ୍ନୀ ଲଳିତା ସହଯୋଗ କରିଥାନ୍ତି। ମାତ୍ର ପ୍ରାୟ ୬୦ବର୍ଷ ତଳେ ଥରେ ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି ମତେ କହିଲେ ଏମିତି ଏକ ଡ୍ରେସ କରିପାରିବ କି? ଯାହାକୁ ପିନ୍ଧିଲେ ଓଡ଼ିଶୀନୃତ୍ୟ ପାଇଁ ସୁନ୍ଦର ଦିଶିବ। କାରଣ ଶାଢ଼ି ପିନ୍ଧିବାରେ ବହୁସମୟ ଲାଗେ। ତାଙ୍କ କଥା ଶୁଣି ପ୍ରଥମେ ଏକ ଓଡ଼ିଶୀ ଡ୍ରେସ୍‌ ତିଆରି ପାଇଁ ପ୍ରୟାସ କରିଥିଲି । ତାହା ତାଙ୍କର ପସନ୍ଦ ହୋଇଥିଲା। ପରେ ଏହା ମତେ ଆଗକୁ ଯିବାରେ ସହାୟକ ହୋଇଥିଲା। ସେଥିପାଇଁ ସମ୍ବଲପୁରୀ ଶାଢ଼ି ଆଣି ସେଥିରେ ଓଡ଼ିଶୀ ଡ୍ରେସ ତିଆରି କରୁଥିଲି । ତେବେ ତରୁଣ ଶିଳ୍ପୀଙ୍କଠାରୁ ଆରମ୍ଭକରି ପ୍ରବୀଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କେଉଁ ପ୍ରକାରର ପୋଷାକ ଲୋଡ଼ା ସେପରି ପୋଷାକକୁ ତିଆରି କରିଥାଏ। କିନ୍ତୁ ଶାଢ଼ିର ଦର ବଢ଼ିଯିବାରୁ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଧୋତି ଷ୍ଟାଇଲରେ ଓଡ଼ିଶୀ ପୋଷାକ କରୁଛି। ଏଥିରେ କୌଣସି ମୌଳିକତା ନଷ୍ଟ ହୋଇ ନ ଥାଏ। ଥରେ କେଳୁ ସାର୍‌ଙ୍କର ଏକ ପୋଷାକରେ କୁଞ୍ଚ ଭୁଲ ଥିବାରୁ ସାର୍‌ ମୋତେ ସମସ୍ତଙ୍କ ସାମ୍‌ନାରେ କାନ ମୋଡ଼ିଥିଲେ। ପରେ ଏହି ଭୁଲକୁ ସୁଧାରିଥିଲି। ତାଙ୍କର ସେଇ କାନ ମୋଡା ମତେ ମଣିଷ କରିବାରେ ସହାୟକ ହୋଇପାରିଛି। ଏହାମଧ୍ୟରେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି ଯେମିତିକି ସଂଯୁକ୍ତା ପାଣିଗ୍ରାହୀ, କୁମ୍‌କୁମ୍‌ ମହାନ୍ତି, ଗୁରୁ ଗଙ୍ଗାଧର ପ୍ରଧାନ, ଗୁରୁ ଦୁର୍ଗା ରଣବୀର, ଡୋନା ଗାଙ୍ଗୁଲି, ଡକ୍ଟର ମିନତୀ ମିଶ୍ର, ସୁଶ୍ରୀ ସଙ୍ଗୀତା ମହାପାତ୍ର (ଆମେରିକା), ସୁତପା ଦତ୍ତଗୁପ୍ତା (କଲିକତା), କ୍ଷିମ୍‌କୋ ଯାଯଜିତା(ଜାପାନ), ଡୁଗ୍ରା ବୋର(ସାଉଦିଆରବ), ଇଲିଆନା ସିତାରିଷ୍ଟ, ହେମାମାଳିନୀଙ୍କ କନ୍ୟା ଇଷା ଓ ଆହାନାଙ୍କ ଭଳି ଖ୍ୟାତନାମା ନୃତ୍ୟଶିଳ୍ପୀଙ୍କ ପାଖରୁ ଅର୍ଡର ପାଇଛି। ଯାହାକି ମତେ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଆଗେଇବାକୁ ପ୍ରେରଣା ଦେଇଛି। ତେବେ ମୁଁ ସବୁଠାରୁ ଅଧିକ ପ୍ରେରଣା ପାଇଛି ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ। ସେଇଥିପାଇଁ ଓଡ଼ିଶୀ ଟେଲର ଗୃହର କାନ୍ଥରେ ସାଇତି ରଖିଛି ତାଙ୍କ ଫଟୋଚିତ୍ର। ଯଶସ୍ବୀ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କ ପ୍ରେରଣା ବି ମୋତେ ଉତ୍ସାହିତ କରିଥିଲା। ଏକଥା ସତ ଯେ ଓଡ଼ିଶୀ ଏଭଳି ଏକ ନୃତ୍ୟ ଯେଉଁଠି ବେଶଭୂଷାରେ ଏକ ସମ୍ଭ୍ରାନ୍ତୀୟ ଆଦର ସଂଯୋଜିତ କରିବା ପାଇଁ ନୃତ୍ୟଶିଳ୍ପୀମାନେ ଆଗଭର ହୋଇଉଠିଥାନ୍ତି। ଏହି ନୃତ୍ୟର ଭାବଭଙ୍ଗୀ ହେଉ କି ଶାତ୍ସୀୟତା ଯେମିତି ଦର୍ଶକଙ୍କୁ ମୋହିତ କରେ ଠିକ୍‌ ସେମିତି ଏମାନେ ପିନ୍ଧୁଥିବା ପୋଷାକ ପରିପାଟି, ଅଳଙ୍କାର ବେଶ୍‌ ଆକର୍ଷଣ ସୃଷ୍ଟିକରେ। ଓଡ଼ିଶୀନୃତ୍ୟ ଦେଶ ବିଦେଶରେ ବେଶ୍‌ ପରିଚିତ। ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ଏବଂ ପରିସର ଯେଉଁ ପରିସୀମାକୁ ପରିବ୍ୟାପ୍ତ ହୋଇଛି ସେଥିପାଇଁ ହଜାରହଜାର ଶିଳ୍ପୀ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ଆଉ ଓଡ଼ିଶୀ ପୋଷାକ ତିଆରି କରି ଜଣେ ସାଧାରଣ ଦରଜୀ ପରିଚୟରୁ ଆଜି ଦେଶବିଦେଶରେ ପରିଚୟ ସୃଷ୍ଟି ହୋଇପାରିଥିବାରୁ ମତେ ବହୁତ ଖୁସି ଲାଗେ।

-ବନବିହାରୀ ବେହେରା, ଅଭିଜିତ ଚନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?