ଚାଷୀଙ୍କୁ ଓଡ଼ିଶାର ସମର୍ଥନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର ଆଣିଥିବା ୩ ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଅଡି ବସିଛନ୍ତି। ବହୁ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ କେନ୍ଦ୍ର ସରକାର ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିପାରି ନାହାନ୍ତି। ଏପରି ସ୍ଥଳେ ଓଡ଼ିଶା ସରକାର ଚାଷୀମାନଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏମ୍‌.ଏସ୍‌. ସ୍ବାମୀନାଥନ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)କୁ ଦୁଇଗୁଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୁଣି ଥରେ ପ୍ରସ୍ତାବ ଦେବେ। କୃଷି ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ଏକ ପ୍ରସ୍ତାବକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି।
ଚାଷୀମାନେ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇବାରୁ ଯେପରି ବଞ୍ଚିତ ନ ହେବେ ସେ ନେଇ ୨୦୧୭ ଏବଂ ୨୦୧୮ରେ ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପାରିତ କରାଯାଇଥିଲା। ସେତେବେଳେ ରାଜ୍ୟ ସରକାର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଥିଲେ। ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ କୃଷକ କମିଶନ ସୁପାରିସ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ହାରାହାରି ଉତ୍ପାଦନ ଖର୍ଚ୍ଚ ଠାରୁ ଅତିକମ୍‌ରେ ୫୦ ଭାଗ ଅଧିକ କରିବାକୁ ରାଜ୍ୟ ସରକାର ପୁଣି ଥରେ ପ୍ରସ୍ତାବ ଦେବେ।
ରାଜ୍ୟ ସରକାର କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ। କୃଷିକୁ ଅଧିକ ଲାଭଦାୟକ କରିବା, କୃଷି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ସମସ୍ତ ନୀତି, କାର୍ଯ୍ୟକ୍ରମ ଏବଂ କୃଷି ନୀତି-୨୦୨୦ ସମୃଦ୍ଧ। ଏହି ପରିପ୍ରେକ୍ଷୀରେ କୃଷକମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଏମ୍‌ଏସ୍‌ପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ଆୟର ଅଭିବୃଦ୍ଧି ତଥା ଚାଷଜନିତ ଖର୍ଚ୍ଚର ବୃଦ୍ଧି ସହିତ ତାଳ ମିଳାଇ କୃଷକ ଆୟ ମଧ୍ୟ ବୃଦ୍ଧି ହେବା ଉଚିତ। କୃଷିଜାତ ଦ୍ରବ୍ୟଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ କୃଷି କାର୍ଯ୍ୟକୁ ଲାଭଦାୟକ କରିବା ତଥା କୃଷକମାନଙ୍କୁ ସବୁପ୍ରକାର ବିପଦରୁ ସୁରକ୍ଷା ଦେବା ନିମନ୍ତେ ସାମଗ୍ରୀ ଭାବେ ନିର୍ଦ୍ଧାରଣ ହେବା ଆବଶ୍ୟକ। କମିଶନଙ୍କ ଏହି ସୁପାରିସକୁ କାର୍ଯ୍ୟକାରୀ କରିବା ତଥା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଗ୍ରହଣ କରିବା ସକାଶେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ।
ଏଥିସହିତ କ୍ୟାବିନେଟ ବୈଠକରେ ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ରାଜ୍ୟ ସରକାର କୃଷି ଉତ୍ପାଦନକୁ ଖୋଲା ବଜାରରେ ବିକ୍ରି ସୁଯୋଗ ଦେବା ଲାଗି କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ(ପ୍ରୋତ୍ସାହନ ଏବଂ ସୁଯୋଗ) ମଡେଲ ଆଇନର ଏକ ଚିଠା ଅଧିନିୟମ ପ୍ରସ୍ତୁତ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ କୃଷକଙ୍କୁ ତୁରନ୍ତ ଲାଭ ଦେବା ସକାଶେ କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ(ପ୍ରୋତ୍ସାହନ ଓ ସୁଯୋଗ) ତୃତୀୟ ଅଧିନିୟମ ନାମରେ ଏକ ଅଧିନିୟମ ରାଜ୍ୟ ସରକାର ଆଣିବାକୁ ଚାହୁଁଛନ୍ତି। କୃଷି ଉତ୍ପାଦନ ଏବଂ ପଶୁପାଳନ ବଜାର କମିଟି(ଏପିଏଲଏମ୍‌ସି) ଦ୍ୱାରା ନିୟମ ଲାଗୁ ହେବା ପର୍ଯ୍ୟନ୍ତ ବିଜ୍ଞାପିତ ବଜାର କ୍ଷେତ୍ର ସଂକଳ୍ପକୁ ଦୂର କରି ରାଜ୍ୟ ମଧ୍ୟରେ ବଜାର ବିଭାଜନକୁ ରଦ୍ଦ କରିବା ସହ ବେସରକାରୀ ବଜାର ଓ କୃଷକ ଉପଭୋକ୍ତା ବଜାର ସବ୍‌-ମାର୍କେଟ ୟାର୍ଡ ସ୍ଥାପନ ହେବ। ଏହାଦ୍ୱାରା କୃଷକମାନଙ୍କ ଉତ୍ପାଦନ ପାଇଁ ବିଭିନ୍ନ ବଜାର ମଧ୍ୟରେ ପ୍ରତିଯୋଗିତା ବଢିବ।
କୃଷକମାନଙ୍କୁ ଉନ୍ନତ ବଜାର, ଶୀତଳଭଣ୍ଡାର ଇତ୍ୟାଦି ସୁବିଧା ମିଳିପାରିବ। ସମଗ୍ର ରାଜ୍ୟକୁ ଏକ ଏନ୍‌ଫୋର୍ମମେଣ୍ଟ ଏରିଆ ଭାବେ ଘୋଷଣା କରିବା ଏବଂ ମାର୍କେଟ କମିଟି ସଦସ୍ୟ ଚୟନ ଉଦ୍ଦେଶ୍ୟରେ ଭୌଗୋଳିକ କ୍ଷେତ୍ରକୁ ବିସ୍ତୃତ ବଜାର କ୍ଷେତ୍ର ଭାବେ ପୃଥକ୍‌ କରାଯିବ। ଇ- ବାଣିଜ୍ୟକୁ ପ୍ରୋତ୍ସାହନ ଦେବା, ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍ସ ବ୍ୟବସ୍ଥା କରିବା ଏବଂ ଉତ୍ପାଦିତ ଦ୍ରବ୍ୟ ବିକ୍ରିକୁ ନେଇ ଭୌଗୋଳିକ ପ୍ରତିବନ୍ଧକ ଦୂର ହେବ। ରାଜ୍ୟରେ କୃଷି ମାର୍କେଟିଂ ଏବଂ ବଜାର କମିଟିର ଉନ୍ନତ ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନ କରିବା ବ୍ୟବସ୍ଥା ହେବ। ଏହି ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ କରିଛି।
ରାଜ୍ୟ ସରକାର ୫-ଟି ଅଧୀନରେ ୩୦ଟି ଜିଲାରେ ପର୍ଯ୍ୟାୟ କ୍ରମେ ସାମାଜିକ ସୁରକ୍ଷା ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାରେ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ରାଜ୍ୟ ବଜେଟରୁ ୯ଟି ଜିଲା ଖୋର୍ଦ୍ଧା, କଟକ, ପୁରୀ, କନ୍ଧମାଳ, ସମ୍ବଲପୁର, ଭଦ୍ରକ, ମାଲକାନଗିରି, ଗଞ୍ଜାମ ଓ ନବରଙ୍ଗପୁର ଜିଲା ଏବଂ ଜିଲା ଖଣିଜ ଫାଉଣ୍ଡେଶନ(ଡିଏମ୍‌ଏଫ୍‌) ଅର୍ଥ ସୁନ୍ଦରଗଡ ଜିଲାରେ ଖର୍ଚ୍ଚ କରାଯିବ। ୮ଟି ଡିଏମ୍‌ଏଫ୍‌ ଜିଲାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ୧୨ଟି ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୨-୨୩ ଆର୍ଥିକବର୍ଷରୁ ଆରମ୍ଭ କରାଯିବ। ଏହି ପ୍ରକଳ୍ପଗୁଡିକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ, ଯେଉଁଥିରେ ଜରା ନିବାସ, ନିରାଶ୍ରୟଙ୍କ ପାଇଁ ଆବାସିକ ବ୍ୟବସ୍ଥା, ଭୌତିକ ଚିକିତ୍ସା କେନ୍ଦ୍ର, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ରହିବା ବ୍ୟବସ୍ଥା ହୋଇଛି। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।

 

୧.୭ ଲକ୍ଷ କୋଟିର ବଜେଟକୁ ଅନୁମୋଦନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟର ରାଜସ୍ବ ଆଦାୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏହାସତ୍ତ୍ୱେ ରାଜ୍ୟ ସରକାର ଆସନ୍ତା ବଜେଟର ଆକାରକୁ ଗତ ବଜେଟ ତୁଳନାରେ ପ୍ରାୟ ୧୩% ବୃଦ୍ଧି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବଜେଟରେ ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ, ପାନୀୟଜଳ, ସାମାଜିକ ସୁରକ୍ଷା ଆଦିକୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ବଜେଟରେ ନୂତନ ଯୋଜନାର
ସେତେଟା ଝଲକ ଦେଖିବାକୁ ମିଳିବ ନାହିଁ। ଚାଲୁ ରହିଥିବା ଯୋଜନାଗୁଡ଼ିକୁ ଶେଷ କରିବା ସହ ଅତ୍ୟାବଶ୍ୟକ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ବଜେଟରେ ବ୍ୟୟବରାଦ କରାଯାଇଥିବା ଜଣାପଡ଼ିଛି। ୨୦୨୦-୨୧ ପାଇଁ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ସେହିପରି ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ମଧ୍ୟ ପ୍ରସ୍ତୁତ କରିଥିଲେ। ଅର୍ଥ ବିଭାଗ ପକ୍ଷରୁ ଆଗତ ଏହି ଚିଠା ବଜେଟକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି। ଆସନ୍ତା ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହାକୁ ଉପସ୍ଥାପନ କରିବେ।

 

୧୨୪୨ କୋଟିର ୮ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟର ୮ ପ୍ରକଳ୍ପରେ ୧୨୪୨.୦୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାକୁ ମଙ୍ଗଳବାର ରାଜ୍ୟସ୍ତରୀୟ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ଅନୁମୋଦନ କରିଛି। ଉକ୍ତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ।
ଏସ୍‌ଏଲ୍‌ଏମ୍‌ ପାଓ୍ବାର୍ସ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ସୁନ୍ଦରଗଡ଼ ଜିଲାର କୁଲାଙ୍ଗ ଇଡ୍‌କୋ ଶିଳ୍ପାଞ୍ଚଳରେ ବାର୍ଷିକ ୩୦ ହଜାର ନିୟୁତ ଟନ୍‌ ବିଶିଷ୍ଟ ଆଇରନ ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏ ବାବଦରେ ୬୭.୮୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାବେଳେ ୪୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଓରିକନ ପକ୍ଷରୁ ଖୋର୍ଦ୍ଧାଠାରେ ବାର୍ଷିକ ୨୪ ହଜାର ଟନ୍‌ କ୍ଷମତା ବିଶିଷ୍ଟ ଖାଦ୍ୟ ଓ ପାନୀୟ ଶିଳ୍ପ ସ୍ଥାପନ ହେବ। ଏଥିରେ ୧୨୦ କୋଟି ପୁଞ୍ଜି ବିନିଯୋଗ ହେବାକୁ ଥିବାବେଳେ ୧୧୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଖୋର୍ଦ୍ଧା ନିକଟସ୍ଥ ଇନ୍‌ଫୋ ଭ୍ୟାଲିଠାରେ ସୂର୍ଯ୍ୟ ଇଣ୍ଟରନ୍ୟାଶନାଲ ୬୭.୫୦ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୬୮୦ ଜଣଙ୍କୁ ନିଯୁକ୍ତି ମିଳିବ। କଟକ ଜିଲାର ଚୌଦ୍ୱାର-ଟାଙ୍ଗୀଠାରେ ଜଗନ୍ନାଥ ଇଣ୍ଡଷ୍ଟ୍ରିଜ ଆଣ୍ଡ ଲଜିଷ୍ଟିକ୍ସ ପାର୍କସ୍‌ ପକ୍ଷରୁ ଏକ ଲଜିଷ୍ଟିକ ପାର୍କ ସ୍ଥାପନ କରାଯିବ। ଏଥିରେ କମ୍ପାନୀ ୧୪୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବା ସହ ୧୧୦ ଜଣଙ୍କୁ ନିଯୁକ୍ତି ଯୋଗାଇବ। ଆଇଆର୍‌ଇଏଲ୍‌ ଇଡ୍‌କଲ ଲିମିଟେଡ୍‌ ପୁରୀ ଜିଲାର କୃଷ୍ଣପ୍ରସାଦଠାରେ ୪୬୦ କୋଟି ଟଙ୍କା ବ୍ୟୟରେ ଇଣ୍ଟିଗ୍ରେଟେଡ୍‌ ହେଭି ବିଚ୍‌ ସ୍ୟାଣ୍ଡସ୍‌ ପ୍ରୋଜେକ୍ଟ ସ୍ଥାପନ କରିବ। ଏଥିରେ ୮୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପ୍ରଭାତ ହସ୍ପିଟାଲିଟି ପୁରୀଠାରେ ୧୩୫.୬୯ କୋଟି ଟଙ୍କାର ଏକ ୫ ତାରକା ହୋଟେଲ ସ୍ଥାପନ କରିବ। ଏଥିରେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ସ୍ବସ୍ତି ପ୍ରିମିୟମ ପୁରୀଠାରେ ୧୩୪ କୋଟି ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରିବ। ଏଥିରେ ୩୧୦ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ହୋଟେଲ ଇଡେନ ରକ୍‌ ୧୧୭ କୋଟି ବ୍ୟୟରେ ଭୁବନେଶ୍ୱରରେ ଏକ ୪ ତାରକା ହୋଟେଲ ନିର୍ମାଣ କରିବ। ଏଥିରେ ୩୪୫ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଏ ସମସ୍ତ ପ୍ରକଳ୍ପକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ କରିଛି। ଏଥିସହିତ ବୈଠକରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଷ୍ଟେଟ ରିଫର୍ମ ଆକ୍ସନ ପ୍ଲାନ୍‌ (ଏସ୍‌ଆରଏପି)-୨୦୨୦ ଉପସ୍ଥାପନ କରିଥିଲେ। କୋଭିଡ୍‌ ମହାମାରୀ ସତ୍ତ୍ୱେ ଗତବର୍ଷ ଭିତରେ ରାଜ୍ୟ ସରକାର ୬ଟି ମୁଖ୍ୟ ସେକ୍ଟର ପାଇଁ ୧,୨୦,୪୫୬.୭୪ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି।
ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଉକ୍ତ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହି ସବୁ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି। ଉକ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍‌, ଆଇଟି ଓ ଏଏମ୍‌ପି, ଇଏସ୍‌ଡିଏମ୍‌, ମାନୁଫାକ୍ଚରିଂ, ଲଜିଷ୍ଟିକ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?