ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ ‘ବାଲ୍‌ ସାହିତ୍ୟ ପୁରସ୍କାର’

ଭୁବନେଶ୍ୱର,୨୪।୬(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଶୁକ୍ରବାର ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ୨୦୨୩ ଘୋଷଣା କରାଯାଇଛି। ୨୦ଜଣ ଯୁବ ଓ ୨୨ଜଣ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ। ତେବେ ଯୁବ ପୁରସ୍କାରରେ ଓଡ଼ିଶାରୁ କେହି ସ୍ଥାନ ପାଇ ନ ଥିବାବେଳେ ବାଲ୍‌ ପୁରସ୍କାର ପାଇବାକୁ ଶିଶୁ ସାହିତି୍ୟକ ଡ. ଯୁଗଳ କିଶୋର ଷଡ଼ଙ୍ଗୀ ମନୋନୀତ ହୋଇଛନ୍ତି। ସେ କ୍ଷୁଦ୍ର ଗଳ୍ପ ପୁସ୍ତକ ‘ଜେଜେଙ୍କ ଗପ ଗଣ୍ଠିଲି’ ପାଇଁ ଏହି ଜାତୀୟ ପୁରସ୍କାର ପାଇବେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଅଧ୍ୟକ୍ଷ ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଏକାଡେମୀର କାର୍ଯ୍ୟକାରୀ ମଣ୍ଡଳ ଏନେଇ ଘୋଷଣା କରିଥିଲେ। ପୁରସ୍କାର ବାବଦକୁ ଲେଖକ ଷଡ଼ଙ୍ଗୀଙ୍କୁ ଏକ ତାମ୍ରଫଳକ ସହ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ ବୋଲି ସୂଚନା ଦିଆଯାଇଛି। ୧୯୪୬ ଡିସେମ୍ବର ୯ରେ ବଲାଙ୍ଗୀର ଜିଲା ସିନ୍ଧେକେଲା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି। ସେ ଜଣେ ଶିଶୁ ସାହିତି୍ୟକ, ସଂସ୍କୃତି ଗବେଷକ ଭାବେ ସୁପରିଚିତ। ସାରସ୍ବତ ସାଧନା, ଆକାଶବାଣୀ ନିମନ୍ତେ ଗୀତ ରଚନା, ପୁସ୍ତକ ପଠନ, ପାଠକ ସୃଷ୍ଟି କରିବା, ଶିଶୁ-ସାହିତ୍ୟ ସୃଜନ, ଆଲୋଚନା, ଗବେଷଣା ଆଦିରେ ସେ ରୁଚି ରଖନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ୭ଟି ପୁସ୍ତକ ପ୍ରକାଶ ହୋଇସାରିଛି। ସେଗୁଡ଼ିକ ହେଲା ଆସରେ ପିଲା ଆସ, ତୁମପାଇଁ ଏକାଙ୍କିକା, ଉଦ୍‌ଯୋଗୀ ଜନଲକ୍ଷ୍ମୀନନ୍ଦନ, ଚିଠି, ତୁମପାଇଁ କବିତା, ଦଳପତି ଚୟନ ଓ ମୁର୍ଖାନନ୍ଦ। ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଗବେଷଣାତ୍ମକ ପୁସ୍ତକ ଜୁହାରଗୋ ମା’ ଦୁଆରସନୀ, ଗୀତି ସୁରଭି, ଅନ୍ଧାରରୁ ଆଲୁଅ, ନିର୍ଝରଣୀ, ଦୟାମୟୀ ମା’ ଦ୍ୱାରସନୀ ଆଦି ରଚନା କରିଛନ୍ତି। କୋଶଳୀ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କ ଦ୍ୱାରା ରଚିତ ଦୁଆରସନୀ ଭଜନ୍‌, ରସ୍‌କଦମ୍‌, ଉଜନ୍‌ବୁଜୁଲି, ଡୁରି, ଛି, ଜନ୍‌ ଉଦ୍‌ଲାନା ପୁସ୍ତକ ପ୍ରକାଶିତ ହୋଇଛି। ଶିକ୍ଷକତା ବୃତ୍ତିରୁ ପ୍ରଶିକ୍ଷକ ଓ ପରେ ପରିଦର୍ଶକ ଭାବେ ୨୦୦୪ରେ ଅବସର ନେଇଛନ୍ତି। ପୁରସ୍କାର ପାଇବା ପରେ ସେ ଖୁସିବ୍ୟକ୍ତ କରିବା ସହ ଦୀର୍ଘଦିନର ତପସ୍ୟା ସୁଫଳ ହୋଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri