ନୂଆ ରୂପ ପାଇବ ଓଡ଼ିଶାର ୨୫ ରେଳଷ୍ଟେଶନ

ଭୁବନେଶ୍ୱର,୫।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ନବୀକରଣ ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶର ୧୩୦୯ ଷ୍ଟେଶନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ରେଳ ଷ୍ଟେଶନର ନବୀକରଣ କରାଯିବ। ତେବେ ଯୋଜନାରେ ସାମିଲ ହୋଇଥିବା ପୂର୍ବତଟ ରେଳପଥର ୫୭ ରେଳ ଷ୍ଟେଶନ ମଧ୍ୟରୁ ଏବେ ଓଡ଼ିଶାର ୨୫ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ମୋଟ ୫୩୧.୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍‌ଫରେନ୍ସିଂରେ ଏକକାଳୀନ ସମସ୍ତ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୦୨୪ ଡିସେମ୍ବର ସୁଦ୍ଧା ନବୀକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶୁକ୍ରବାର ରେଳ ସଦନଠାରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସୂଚନା ଦେଇଛନ୍ତି।
ନବୀକରଣ ହେବାକୁ ଥିବା ଓଡ଼ିଶାର ୨୫ଟି ଷ୍ଟେଶନ ମଧ୍ୟରେ ସାକ୍ଷୀଗୋପାଳ ଷ୍ଟେଶନ ପାଇଁ ୩୪.୮ କୋଟି, ମଞ୍ଚେଶ୍ୱର ୨୬.୯ କୋଟି, ଢେଙ୍କାନାଳ ୨୬.୧ କୋଟି, ଛତ୍ରପୁର ୨୫.୬ କୋଟି, ଅନୁଗୋଳ ୨୫.୪ କୋଟି, ମେରାମଣ୍ଡଳି ୨୨ କୋଟି, ବାଲୁଗାଁ ୨୧.୪ କୋଟି, ଲିଙ୍ଗରାଜ ଷ୍ଟେଶନ ରୋଡ୍‌ ୧୯.୫ କୋଟି, ତାଳଚେର ରୋଡ୍‌ ୧୮ କୋଟି, ଖୋର୍ଦ୍ଧା ରୋଡ୍‌ ୧୮ କୋଟି, କଣ୍ଟାବାଞ୍ଜି ୨୬.୩ କୋଟି, ବରଗଡ ରୋଡ୍‌ ୨୧.୯ କୋଟି, ହୀରାକୁଦ ୨୦.୮ କୋଟି, ରେଢାଖୋଲ ୨୦.୮ କୋଟି, ବରପାଲି ୧୯.୯ କୋଟି, ମୁନିଗୁଡା ୧୯କୋଟି, ବଲାଙ୍ଗୀର ୧୮.୪ କୋଟି, ହରିଶଙ୍କର ରୋଡ୍‌ ୧୬.୬ କୋଟି, ଭବାନୀପାଟଣା ୧୫.୯ କୋଟି, ଖରିଆର୍‌ ରୋଡ୍‌ ୧୩.୭ କୋଟି, ଦାମନଯୋଡି ୧୩.୯କୋଟି, ବଡବିଲ ୧୬କୋଟି, ରାଜଗାଙ୍ଗପୁର ୩୦ କୋଟି, ବାରିପଦା ୧୭ କୋଟି ଓ ଜଳେଶ୍ୱର ଷ୍ଟେଶନ ପାଇଁ ୨୩ କୋଟି ଖର୍ଚ୍ଚ ଆକଳନ କରାଯାଇଛି। ରେଳଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି। ନବୀକରଣ କାର୍ଯ୍ୟ କରାଯାଉଛି। ଉକ୍ତ ନବୀକରଣ ଦ୍ୱାରା ରେଳ ଷ୍ଟେଶନର ଆଖାପାଖ ଅଞ୍ଚଳଗୁଡିକର ମଧ୍ୟ ବିକାଶ ହୋଇପାରିବ। ତେବେ ଷ୍ଟେଶନଗୁଡିକ ଉତ୍ତମ ଡିଜାଇନରେ ନିର୍ମାଣ କରାଯିବା ସହ ଟ୍ରାଫିକ ସୁବିଧା, ଇଣ୍ଟର ମଡେଲ ରେଜିଷ୍ଟ୍ରେଶନ,ଷ୍ଟେଶନ ପରିସରରେ ମଲ୍ଡି ମୋଡାଲ ହବ୍‌, ଯାତ୍ରୀଙ୍କ ଲାଗି ଉନ୍ନତ ମାନର ୱେଟିଂ ହଲ୍‌, ସ୍ମାର୍ଟ କିଓସ୍କ, ଏସ୍କାଲେଟର, ମାଗଣା ୱାଇଫାଇ,ସ୍ମାର୍ଟ ପାର୍କିଂ ଭଳି ସୁବିଧା ଦିଆଯିବ।
ଅନ୍ୟପକ୍ଷରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୫୫ଟି, ରାଜସ୍ଥାନରେ ୫୫ଟି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ପଞ୍ଜାବରେ ୨୨, ଗୁଜରାଟ ଓ ତେଲଙ୍ଗାନାରେ ୨୧ଟି , ଝାଡ଼ଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶରେ ୧୮ଟି, ତାମିଲନାଡ଼ୁରେ ୧୮ଟି, ହରିୟାଣାରେ ୧୫ ଓ କର୍ନାଟକରେ ୧୩ଟି ଷ୍ଟେଶନର ନବୀକରଣ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?