Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌: ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିୟନ, ଆଇଡବ୍ଲ୍ୟୁଏଲ୍‌ ଲାଗି ଯୋଗ୍ୟତା ହାସଲ

ଭୁବନେଶ୍ୱର,୨୮।୩(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା ଓମେନ୍ସ ଲିଗ୍‌ ଶନିବାର ଉଦ୍‌ଯାପିତ ହୋଇଛି। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଏହି ଫୁଟ୍‌ବଲ ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଥିସହିତ ରାଇଜିଂ ଷ୍ଟୁଡେଣ୍ଟ ଆଗାମୀ ୨୦୨୦-୨୧ ଇଣ୍ଡିଆନ ଓମେନ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଲିଗ୍‌ ଶେଷରେ ରାଇଜିଂ ଷ୍ଟୁଡେଣ୍ଟ ୧୦ଟି ମ୍ୟାଚ୍‌ ଖେଳି ୯ ବିଜୟ ଓ ୧ ପରାଜୟ ସହ ୨୭ ପଏଣ୍ଟ ହାସଲ କରିଥିଲା। ସେହିପରି ଇଷ୍ଟ କୋଷ୍ଟ ରେଲଓ୍ବେ ମଧ୍ୟ ୧୦ଟି ମ୍ୟାଚ୍‌ ଖେଳି ୯ ବିଜୟ ଓ ୧ ପରାଜୟ ସହ ସମାନ ୨୭ ପଏଣ୍ଟ ହାସଲ କରିଥିଲା। ତେବେ ଗୋଲ ବ୍ୟବଧାନକୁ ଦୃଷ୍ଟିରେ ରଖି ରାଇଜିଂ ଷ୍ଟୁଡେଣ୍ଟକୁ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ରାଇଜିଂର ଗୋଲ ବ୍ୟବଧାନ ୨୧ ଥିବାବେଳେ ରେଲଓ୍ବେର ୨୦ ରହିଥିଲା। ମାତ୍ର ଏକ ପଏଣ୍ଟ ପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ସେହିପରି ସ୍ପୋଟର୍‌ସ ହଷ୍ଟେଲ ୧୬, ସାଇ- ଏସ୍‌ଟିସି ୧୧, ଓଡ଼ିଶା ପୋଲିସ ୪ ଓ ଓଜିପି-କ୍ଲବ ୩ ପଏଣ୍ଟ ହାସଲ କରି ଯଥାକ୍ରମେ ତାଲିକାରେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।
ଶନିବାର ଲିଗ୍‌ର ଶେଷ ୩ଟି ମ୍ୟାଚ ଖେଳାଯାଇଥିଲା। ୨୮ ନମ୍ବର ମ୍ୟାଚ୍‌ରେ ଓଜିପି କ୍ଲବ ୧-୦ ଗୋଲରେ ଓଡ଼ିଶା ପୋଲିସ୍‌କୁ ହରାଇଥିଲା। ବିଜୟୀ ଦଳ ତରଫରୁ ପ୍ରଜ୍ଞା କିଷାନ ୫୫ତମ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ। ସେହିପରି ୨୯ ନମ୍ବର ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ରେଲଓ୍ବେ ୩-୧ ଗୋଲରେ ସ୍ପୋଟର୍‌ସ ହଷ୍ଟେଲକୁ ହରାଇଥିଲା। ରେଲଓ୍ବେ ତରଫରୁ ସରୋଜିନୀ ତିର୍କୀ ୪୯ ଓ ୭୮ତମ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ସେହିପରି ଲହରୀ ମଙ୍ଗରାଜ ୫୨ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ସ୍ପୋଟର୍‌ସ ହଷ୍ଟେଲ ତରଫରୁ ସୁସ୍ମିତା ତନ୍ତୀ ୯୩ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଅନ୍ୟପଟେ ୩୦ ନମ୍ବର ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୩-୦ ଗୋଲରେ ସାଇ-ଏସ୍‌ଟିସିକୁ ହରାଇଥିଲା। ରାଇଜିଂ ତରଫରୁ ଯଶୋଦା ମୁଣ୍ଡା ୧୨, ୪୮ ଓ ୫୩ତମ ମିନିଟ୍‌ରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଛନ୍ତି।
ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଉତ୍ସବରେ ସଭାପତିତ୍ୱ କରିଥିଲେ। ଫାଓ ଉପସଭାପତି ଦିଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଉପସଭାପତି ହୃଦୟ ରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପଲ ଓ ୧୫ ବର୍ଷରୁ କମ୍‌ ଜାତୀୟ ଟିମ୍‌ କୋଚ୍‌ ଶୁଭେନ୍ଦୁ ପଣ୍ଡା ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri