ଓଡ଼ିଶାକୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ନିମନ୍ତେ ଅନ୍ତର୍ଜାତୀୟ ପୁରସ୍କାର ଲାଗି ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟଭାବେ ଓଡ଼ିଶା ଏହି ତାଲିକାର ପ୍ରଥମ ୧୫ ସ୍ଥାନରେ ରହିଛି। ତାଲିକାରେ ଥିବା ସମସ୍ତ ୧୫ ରାଜ୍ୟ ମେଡାଲ ପାଇବାକୁ ଥିବାବେଳେ ଅନ୍ୟ ୩୦ଟିକୁ ସାର୍ଟିଫିକେଟ ପ୍ରଦାନ କରାଯିବ । ସହରାଞ୍ଚଳରେ ଓଡ଼ିଶା ସରକାର ଗ୍ରହଣ କରିଥିବା ୨ଟି ପଦକ୍ଷେପ ରାଜ୍ୟକୁ ଏହି ଆନ୍ତର୍ଜାତିକ ପୁରସ୍କାର ଆଣିଦେଇଛି । ସହରାଞ୍ଚଳ ମଜୁରିଭିତ୍ତିକ ନିଯୁକ୍ତି ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ରାଜ୍ୟର ୧୧୪ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମକୁ ମଳ ପରିଚାଳନା(ଏଫ୍‌ଏସ୍‌ଏସ୍‌ଏମ୍‌) ପାଇଁ ସମ୍ମାନଜନକ ୨୦୨୦ ଗୁଆଙ୍ଗଝୋଉ ଆନ୍ତର୍ଜାତିକ ପୁରସ୍କାର ମିଳିବ। ଏହାବାଦ୍‌ ଓଡ଼ିଶା ସରକାରଙ୍କ ଅନ୍ୟତମ ପଦକ୍ଷେପ ଭାବେ ଜନସାଧାରଣଙ୍କ ପାଇଁ ସହରାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ’ ‘ଡିଜର୍ଭିଂ ଇଣ୍ଟରଭେନଶନ’ ବର୍ଗରେ ସର୍ବୋଚ୍ଚ ୩୦ଟି ତାଲିକାରେ ସ୍ଥାନ ପାଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପୁରସ୍କାର ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ଉସତ୍ର୍ଗୀକୃତ ସେବା ଲାଗି ଅଭିନନ୍ଦନ ଜଣାଇଛନ୍ତି । ୨୦୨୦ ଗୁଆଙ୍ଗଝୋଉ ପୁରସ୍କାର ପାଇଁ ସାମାଜିକ, ଆର୍ଥିକ ଏବଂ ଦୀର୍ଘସ୍ଥାୟୀ ପରିବେଶ ଉପରେ ବିଶ୍ୱର ୬୦ ଦେଶରୁ ୧୭୫ ସହରରୁ ୨୭୨ଟି ଆବେଦନ ପତ୍ର ଦାଖଲ କରାଯାଇଥିଲା । ଏହି ପୁରସ୍କାର ଗୁଆଙ୍ଗଝୋଉ ସହର ଏବଂ ବିଭିନ୍ନ ସ୍ଥାନୀୟ ଆଞ୍ଚଳିକ ଏବଂ ମେଟ୍ରୋପଲିଟାନ ସହର ନେଟ୍‌ୱାର୍କକୁ ନେଇ ମିଳିତ ଭାବେ ପ୍ରଦାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?