ଶର୍ଟସର୍କିଟ ଅଗ୍ନିକାଣ୍ଡ ମୃତ୍ୟୁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨ା୯(ବ୍ୟୁରୋ): ବିଦ୍ୟୁତ୍‌ ଶର୍ଟ ସର୍କିଟ ଅଗ୍ନିକାଣ୍ଡରେ ଓଡ଼ିଶାରେ ସବୁଠୁ ଅଧିକ ଜୀବନ ଯାଇଛି। ମୋଟ ୨୭୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିମଧ୍ୟରୁ ୨୬୫ଜଣ ପୁରୁଷ ଓ ୧୪ଜଣ ମହିଳା ରହିଛନ୍ତି। ତେବେ ପୂର୍ବ ଦୁଇବର୍ଷଠାରୁ ଏହା ୨୩ଗୁଣ ଅଧିକ। ଅର୍ଥାତ୍‌ ୨୦୧୭ରେ ୧୧ଜଣ ଓ ୨୦୧୮ରେ ମାତ୍ର ୧୨ଜଣ ମରିଥିଲେ। ସଦ୍ୟ ପ୍ରକାଶିତ ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ -୨୦୧୯ରୁ ଏହା ଜଣାପଡିଛି। ଓଡ଼ିଶା ତଳକୁ ରହିଥିବା ଉତ୍ତର ପ୍ରଦେଶରେ ୨୨୪ଟି ଶର୍ଟ ସର୍କିଟ ଅଗ୍ନିକାଣ୍ଡ ଘଟି ୧୮୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୮ଜଣ ଆହତ ହୋଇଛନ୍ତି। ଶର୍ଟ ସର୍କିଟ ଅଗ୍ନିକାଣ୍ଡ ମୃତ୍ୟୁରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଏହା ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେହିପର ଆକସ୍ମିକ ଅଗ୍ନିକାଣ୍ଡଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୯୭୦ ଆକସ୍ମିକ ଅଗ୍ନିକାଣ୍ଡ ଘଟି ମୋଟ ୯୭୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁ ସଂଖ୍ୟାରେ କେରଳ ଓ ମଧ୍ୟପ୍ରଦେଶ ପ୍ରଥମ ଓ ଦ୍ୱିତୀୟରେ ରହିଥିଲେ ମଧ୍ୟ ଓଡ଼ିଶାରେ ଅଧିକ ପୁରୁଷ ମରିଛନ୍ତି।
ଅନ୍ୟପକ୍ଷରେ ପ୍ରାକୃତିକ ଦୁର୍ବିପାକପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ୨୦୧୮ରେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ମୋଟ ୧୧୯୬ ମୃତ୍ୟୁ ଘଟିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୪୬୬କୁ ବୃଦ୍ଧି ପାଇଛି। ତେବେ ୨୦୧୮ରେ ବ୍ରଜପାତରେ ୨୯୯ ଜଣଙ୍କ ଜୀବନ ଯାଇଥିଲା, କିନ୍ତୁ ୨୦୧୯ରେ ବଜ୍ରପାତଜନିତ ମୃତ୍ୟୁ ୨୭୧କୁ ଖସି ଆସିଛି। ସେପଟେ ରାଜ୍ୟରେ ବିଷାକ୍ତ ସାପ କାମୁଡ଼ା ମୃତ୍ୟୁ କ୍ରମାଗତ ବୃଦ୍ଧି ଘଟିଛି। ୨୦୧୯ରେ ରାଜ୍ୟରେ ୮୦୧ ପୁରୁଷ ଏବଂ ୨୪୬ଜଣ ମହିଳାଙ୍କୁ ମିଶାଇ ମୋଟ ୧୦୪୭ଜଣ ବିଷାକ୍ତ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। କିନ୍ତୁ ୨୦୧୭ରେ ଏହି ମୃତ୍ୟୁ ସଂଖ୍ୟା ୮୪୪ ରହିଥିବାବେଳେ ୨୦୧୮ରେ ୯୭୩କୁ ବଢ଼ିଥିଲା। ସେହିପରି ୨୦୧୯ରେ ସରୀସୃପ ଜାତୀୟ ପ୍ରାଣୀଙ୍କ କାମୁଡାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ପ୍ରାଣୀଙ୍କ ଆକ୍ରମଣରେ ୧୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅଜଣାତରେ ବିଷାକ୍ତ କୀଟ ଖାଇବା ଫଳରେ ୧୦୬ ଜଣଙ୍କର ମୃତ୍ୟୁ ଘଟିଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି। ପାଣିରେ ବୁଡ଼ିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା କମିଛି। ୨୦୧୮ରେ ମୋଟ ୧୨୭୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୨୩୪କୁ ଖସି ଆସିଛି। ଡଙ୍ଗା ବୁଡି ଘଟଣା ହ୍ରାସ ପାଇଥିଲେ ମଧ୍ୟ ଅନ୍ୟଭାବେ ପାଣିରେ ବୁଡି ୨୦୧୮ରେ ୩୭୩ଜଣ ଓ ୨୦୧୯ରେ ୪୪୩ଜଣଙ୍କ ମୃତ୍ୟୁ ଘଟିଛି।
ସବୁଠୁ ବଡ଼ କଥା ହେଲା, ଓଡ଼ିଶାରେ ୨୦୧୮ରେ କେହି ଚାଷୀ ଆତ୍ମହତ୍ୟା କରି ନ ଥିବା ନେଇ ଏନ୍‌ସିଆର୍‌ବି ରିପୋର୍ଟ ଦେଇଛି। କିନ୍ତୁ ସେତେବେଳେ ଖୋଦ୍‌ ମନ୍ତ୍ରୀ ନିଜେ ବିଧାନସଭାରେ ଚାଷୀ ଆତ୍ମହତ୍ୟା କରିଥିବା ସ୍ବୀକାର କରିଥିଲେ। ସେହିଭଳି ବିରୋଧୀଦଳ ମଧ୍ୟ ସରକାର ଜାଣିଶୁଣି ତଥ୍ୟ ଦେଉ ନ ଥିବା ଅଭିଯୋଗ କରି ବିଧାନସଭାରେ ହଟ୍ଟଗୋଳ କରିଥିଲେ। କିନ୍ତୁ ଏବେ ପୁଣି ୨୦୧୯ ଏନ୍‌ସିଆରବି ରିପୋର୍ଟରେ ଜଣେ ହେଲେ ବି ଚାଷୀ ଆତ୍ମହତ୍ୟା କରି ନ ଥିବା ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?