୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ ତଥା ପ୍ରବକ୍ତା ସୌରଭ ଦାସ ଭୁବନେଶ୍ୱରରେ ପହଞ୍ଚି ପାଠ୍ୟପୁସ୍ତକ ପ୍ରସଙ୍ଗରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ସୌରଭ ଦାସଙ୍କ ଅଭିଯୋଗ ଅନୁସାରେ, ସ୍କୁଲ ପାଠ୍ୟପୁସ୍ତକ ଛପା ପାଇଁ ପ୍ରାୟ ୩୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବହିଗୁଡ଼ିକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିଛି। ଏହି ଅଭିଯୋଗର ତଦନ୍ତ କରିବା ସହ ଦାୟୀ ବ୍ୟକ୍ତିଙ୍କ ଜବାବଦେହି ନିର୍ଦ୍ଧାରଣ କରିବାକୁ ସେ ଦାବି କରିଛନ୍ତି।

ନବନିର୍ମାଣ ଯୁବ ଛାତ୍ର ସଂଗଠନ (NYCS) ପକ୍ଷରୁ ପାଠ୍ୟପୁସ୍ତକ ତ୍ରୁଟି ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଦାବିରେ ଚାଲିଥିବା ଆନ୍ଦୋଳନକୁ ସୌରଭ ଦାସ ସମର୍ଥନ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଆନ୍ଦୋଳନ ୩୩ ଦିନ ଧରି ଚାଲିଥିବା ବେଳେ ୧୬ ଦିନ ଧରି ଅନଶନ ମଧ୍ୟ ଚାଲିଥିଲା। ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ପଦକ୍ଷେପ ନେଇନଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ପ୍ରଦର୍ଶନକାରୀଙ୍କ ସହ ସରକାର ଆଲୋଚନା କରିବା ଏବଂ ସେମାନଙ୍କ ଦାବି ଶୁଣିବା ଆବଶ୍ୟକ ବୋଲି ଦାସ କହିଛନ୍ତି। ଏଥିସହ ଛାତ୍ର ଓ ଯୁବକମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଧ୍ୟ ସେ ଆହୱାନ ଦେଇଛନ୍ତି।

ଅନ୍ୟପକ୍ଷରେ, ପାଠ୍ୟପୁସ୍ତକରେ ଆବଶ୍ୟକ ସଂଶୋଧନ ପରେ ନୂଆ ବହି ବଣ୍ଟନ ଆରମ୍ଭ ହୋଇଥିବା ସରକାରୀ ସୂଚନା ଓ ବିଭିନ୍ନ ରିପୋର୍ଟରେ କୁହାଯାଇଛି। ପ୍ରଥମ ଦିନ ଭୁବନେଶ୍ୱର, କଟକ, ଜଟଣୀ, ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ପ୍ରାୟ ୪୫ ହଜାର ବହି ବଣ୍ଟନ ହୋଇଥିବା ରିପୋର୍ଟ ଆସିଛି।

ଏହି ଅବସରରେ ଯୁବବର୍ଗଙ୍କ ସମସ୍ୟା ଓ ବେକାରି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୌରଭ ଦାସ। ଦେଶର ବିଭିନ୍ନ ସ୍ଥାନରେ ଯୁବମାନେ ଚାକିରି ଓ ସରକାରୀ ପଦବୀ ପୂରଣ ନେଇ ପ୍ରଶ୍ନ ଉଠାଉଥିବା ଦାବି କରି ସେ ଏହାକୁ ଏକ ବ୍ୟାପକ ‘Gen Z’ ଆନ୍ଦୋଳନର ଅଂଶ ବୋଲି ବର୍ଣ୍ଣନା କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ ଗୁଞ୍ଜ’ କାର୍ଯ୍ୟକ୍ରମ ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଥିଲେ। ଦେଶର ସମସ୍ୟାର ସମାଧାନ କେବଳ ଜଣେ ବ୍ୟକ୍ତିଙ୍କ ଦାୟିତ୍ୱ ନୁହେଁ, ବରଂ ଯୁବବର୍ଗ ଓ ବିଭିନ୍ନ ସାମାଜିକ ଗୋଷ୍ଠୀଙ୍କ ସାମୂହିକ ଅଂଶଗ୍ରହଣ ଆବଶ୍ୟକ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?