ସୁଶ୍ରୀତାଙ୍କ ‘ଡୁଡୁଲ ଆର୍ଟରେ’ ଓଡ଼ିଶାର ମନ୍ଦିର

ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳର ସୁଶ୍ରୀତା ସାମନ୍ତରାୟ ଆଉ ଜଣେ ନିଆରା ଶିଳ୍ପୀ। ଡୁଡୁଲ୍‌ ଆର୍ଟ ବା ମାଇକ୍ରୋ ଆର୍ଟ ଏବଂ ଡିଜିଟାଲ ଟାଇପୋଗ୍ରାଫିରେ ଚିତ୍ରକଳା ପ୍ରସ୍ତୁତ କରି ପ୍ରଶଂସା ସାଉଣ୍ଟିବାରେ ଲାଗିଛନ୍ତି। ବିଭିନ୍ନ ପ୍ରକାର ଚିତ୍ର ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ସୁଶ୍ରୀତା ଡୁଡୁଲ ଆର୍ଟ ମାଧ୍ୟମରେ ରାଜ୍ୟର ସମସ୍ତ ପ୍ରସିଦ୍ଧ ମନ୍ଦିରର ଚିତ୍ର ଆଙ୍କିବାକୁ ଲକ୍ଷ୍ୟ ରଖିଛନ୍ତି। ନିଖୁଣ ଢଙ୍ଗରେ ସେ ମନ୍ଦିରମାଳିନୀ ଭୁବନେଶ୍ୱରର ଜଳେଶ୍ୱର ମନ୍ଦିର, ରାମ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଇସ୍କନ ମନ୍ଦିର ସମେତ ବ୍ରହ୍ମଗିରିର ଅଲାରନାଥ, ସୋନପୁରର ମେଟାକାନି ମନ୍ଦିର, ଛତିଆ ଜଗନ୍ନାଥ ମନ୍ଦିର, ଢେଙ୍କାନାଳ ରାଜମହଲ, ନୟାଗଡ଼ର ଲଡ଼ୁବାବା ମନ୍ଦିର, କଳାହାଣ୍ଡିର ମାଣିକେଶ୍ୱରୀ ମନ୍ଦିର, ପୁରୀ ଗୁଣ୍ଡିଚା ମନ୍ଦିର, ଗଜପତିର ଭୀମ ମନ୍ଦିର, ଖୋର୍ଦ୍ଧା ବରୁଣେଇ ମନ୍ଦିର, ରାୟଗଡ଼ା ମାର୍କମା ମନ୍ଦିର, ଝାରସୁଗୁଡ଼ାର ଝାଡେଶ୍ୱର ମନ୍ଦିର, ଦେବଗଡ଼ର କଟାସର ଘାଟିସ୍ଥିତ ବନଦୁର୍ଗା ମନ୍ଦିର, କେନ୍ଦୁଝରର ମୁର୍ଗା ମହାଦେବ ମନ୍ଦିର, ବାଙ୍କୀ ଚର୍ଚ୍ଚିକା ମନ୍ଦିର, ମା’ ସାତଭଉଣୀ ଓ ବରାହନାଥ ମନ୍ଦିର, ସାକ୍ଷୀଗୋପାଳ ମନ୍ଦିର, କ୍ଷୀରଚୋରା ଗୋପୀନାଥ ମନ୍ଦିର, ବୌଦ୍ଧର ରାମନାଥ ମନ୍ଦିର, ହୁମ୍ମାର ବିମଳେଶ୍ୱର ମନ୍ଦିର ଆଦି ଶତାଧିକ ମନ୍ଦିରକୁ ‘ଡୁଡୁଲ୍‌ ଆର୍ଟ’ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି। ଏହାସହ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟାଳୟକୁ ମଧ୍ୟ ସେ ଡ଼ୁଡ଼ୁଲ୍‌ ଆର୍ଟରେ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି, ବିଭିନ୍ନ ଦୁର୍ଗ, ରାଜମହଲ ସମେତ ଅନ୍ୟ ପରମ୍ପରାକୁ ସେ ଡୁଡୁଲ୍‌ ଆର୍ଟରେ ବଖାଣିଛନ୍ତି। ଏହାସହ ବିିଭିନ୍ନ ଖାଦ୍ୟକୁ ସିରିଜ୍‌ ଆର୍ଟରେ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ଓଡ଼ିଆ ବର୍ଣ୍ଣମାଳାର ପ୍ରତି ଅକ୍ଷରକୁ ସେ ନିଆରା ଢଙ୍ଗରେ ଚିତ୍ରିତ କରିବା ଆରମ୍ଭ କରି ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁଶ୍ରୀତା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri