Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଟାଇଗର୍ସର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଟାଇଗର୍ସ ୨୮ ରନରେ ଜାଗୁଆର୍ସକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଇଥିବା ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଟାଇଗର୍ସ ୧୨୮ ରନ କରିଥିବାବେଳେ ଜାଗୁଆର୍ସ ଇନିଂସ ୧୦୦/୯ରେ ସୀମିତ ରହି ଯାଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ବିଜୟୀ ଦଳର ରାଜକିଶନ ପଟେଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଓଡ଼ିଶା ଚିତାସ୍‌ଠାରୁ ହାରି ଯାଇଥିବା ଟାଇଗର୍ସ ଏହାର ଦ୍ୱିତୀୟ ମ୍ୟାଚରେ ଲାୟନ୍ସକୁ ପରାସ୍ତ କରିଥିଲା। ଫଳରେ ୩ ମ୍ୟାଚରୁ ଦଳ ୨ ବିଜୟ ଓ ୧ ପରାଜୟ ସହ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଜାଗୁଆର୍ସ ୩ଟି ଯାକ ମ୍ୟାଚ ହାରିସାରିଥିବାରୁ ପଏଣ୍ଟ ଖାତା ଖୋଲି ପାରିନାହିଁ।
ଟସ୍‌ଜିତି ଓଡ଼ିଶା ଜାଗୁଆର୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଟାଇଗର୍ସ ୩୬ରନରେ ୪ ଉଇକେଟ ହରାଇ ବିପଦରେ ପଡ଼ିଥିଲେ ହେଁ ଅଧିନାୟକ ଦେବାଶିଷ ସାମନ୍ତରାୟଙ୍କ ୩୦ (୨୮ ବଲ, ୨ ଚୌକା) ଏବଂ ୭ ନମ୍ବର ବ୍ୟାଟ୍ସମ୍ୟାନ ରାଜକିଶନଙ୍କ ଅପରାଜିତ ଦ୍ରୁତ ୪୪(୩୪ ବଲ, ୪ ଚୌକା) ରନ ବଳରେ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଥିଲା। ତେବେ ଶେଷଭାଗ ବ୍ୟାଟିଂ ବିଫଳତା ଯୋଗୁ ଦଳ ୧୯.୪ ଓଭରରେ ୧୨୮ ରନକରି ଅଲଆଉଟ ହୋଇଯାଇଥିଲା। ବିପକ୍ଷ ଦଳର ରାହୁଲ ଚୌଧାରୀ ସର୍ବାଧିକ ୩ଟି, ମନୋଜ କାଶ୍ୟପ, ରଶ୍ମିରଞ୍ଜନ ସାହୁ ଓ ଲଗ୍ନଜିତ ସାମଲ ୨ଟି ଲେଖାଏ ଏବଂ ନିର୍ବିଶଙ୍କର ବାରିକ ଗୋଟିଏ ଉଇକେଟ ନେଇଥିଲେ। ୧୨୯ ରନ ବଡ଼ ଲକ୍ଷ୍ୟ ନ ଥିଲେ ହେଁ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଯୋଗୁ ଦଳ ଦିଗଭ୍ରଷ୍ଟ ହୋଇଥିଲା। ଦଳ ପୂରା ୨୦ ଓଭର ଖେଳିଥିଲେ ହେଁ କ୍ରମାଗତ ବ୍ୟବଧାନରେ ଉଇକେଟ ପତନଜନିତ ଧିମା ବ୍ୟାଟିଂ ଯୋଗୁ ୯ ଉଇକେଟ ହରାଇ୧୦୦ ରନ କରିପାରିଥିଲା। ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶକରିପାରି ନ ଥିଲାବେଳେ କ୍ଷମାସାଗର ବଳ ସର୍ବାଧିକ ୩୦(୧୮ ବଲ, ୨ ଚୌକା, ୨ ଛକା) ଓ ଗିରିଜା ରାଉତ ୨୬(୪୧ ବଲ, ୧ ଚୌକା) ରନ କରିବାକୁ ସକ୍ଷମ ହୋଇଥିଲେ। ବିଜୟୀ ଦଳର ରାଜକିଶନ ସର୍ବାଧିକ ୩ଟି, ବି. ଶିବା ଓ ସଞ୍ଜୟ ଦାସ ୨ଟି ଲେଖାଏ ଏବଂ ଶେଖର ମାଝି ଓ ହର୍ଷିତ ରାଠୋଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଲାୟନ୍ସ ୧୦ ଉଇକେଟରେ ବିଜୟୀ
ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଲାୟନ୍ସ ୧୦ ଉଇକେଟରେ ପୁମାସକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୁମାସ ୨୦ ଓଭରରେ ୮ ଉଇକେଟ ହରାଇ ୧୦୧ ରନ କରିଥିଲା। ଦଳ ପକ୍ଷରୁ ପ୍ରତୀକ ଅନୁରାଗ ଦାସ ସର୍ବାଧିକ ୩୦ ଓ ସୌଭାଗ୍ୟ ମହାନ୍ତି ୨୫ ରନ କରିଥିଲେ। ପ୍ରତିପକ୍ଷ ଦଳର ଅଭିଷେକ ଗିରି ୩ଟି, ଦୀପକ ବେହେରା ୨ଟି ଏବଂ ରାକେଶ ପଟ୍ଟନାୟକ ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ଲାୟନ୍ସ କୌଣସି ଉଇକେଟ ନ ହରାଇ ୧୪.୫ ଓଭରରେ ୧୦୩ ରନ ସଂଗ୍ରହ କରି ନେଇଥିଲା। ଦୁଇ ଓପନର ସ୍ବସ୍ତିକ ସାମଲ ୪୫ ବଲ୍‌ରୁ ୫୬(୭ ଚୌକା, ୧ ଛକା) ଓ ଶୁଭ୍ରଜ୍ୟୋତି ମିଶ୍ର ୪୪ ବଲ୍‌ରୁ ୪୩(୭ ଚୌକା) ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ସ୍ବସ୍ତିକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଲାୟନ୍ସ ୩ ମ୍ୟାଚରୁ ପ୍ରଥମ ବିଜୟ ହାସଲ କରି ୪ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ପୁମାସ ୩ ମ୍ୟାଚରୁ ୨ୟ ପରାଜୟ ସହ ୪ ପଏଣ୍ଟରେ ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri