Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) କର୍ମକର୍ତ୍ତାମାନେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିଯୁକ୍ତ ସିନିୟର ଚୟନ କମିଟି ସଦସ୍ୟ ଦେବାଶିଷ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦେବାଶିଷ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଏ. କେ. ସାମନ୍ତ, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି, ଅବକାଶ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସୁଶାନ୍ତ ଚନ୍ଦ୍ର ମହାନ୍ତି ଏବଂ ଅନ୍ୟ ଓସିଏ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ପାନ୍ଥର୍ସ ଜିତିଲା ପ୍ରଥମ ମ୍ୟାଚ
ଉଦ୍‌ଘାଟନୀ ମ୍ୟାଚ ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପୁମାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାନ୍ଥର୍ସ ୯ ଉଇକେଟରେ ପୁମାସକୁ ପରାସ୍ତ କରିଥିଲା। ପୁମାସ ପକ୍ଷରୁ ଧାର୍ଯ୍ୟ ୧୪୨ ରନର ବିଜୟ ଲକ୍ଷ୍ୟକୁ ପାନ୍ଥର୍ସ ୧୫.୩ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁମାସ ୨୦ ଓଭରରେ ୮ ଉଇକେଟ ହରାଇ ୧୪୧ ରନ କରିଥିଲା। ଦଳ ପକ୍ଷରୁ ପ୍ରୟାସ ସିଂ ୪୦ ବଲ୍‌ରୁ ସର୍ବାଧିକ ୭୪(୩ ଚୌକା, ୭ ଛକା) ଏବଂ ସନ୍ଦୀପ ପଟ୍ଟନାୟକ ୪୫ ବଲ୍‌ରୁ ୪୧(୩ ଚୌକା) ରନ କରିଥିଲେ। ୬ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଦଳ ୨୫ ରନରେ ୫ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବାବେଳେ ସନ୍ଦିପ ଓ ପ୍ରୟାସଙ୍କ ପାଇଁ ସମ୍ମାନଜନକ ସ୍କୋର ସମ୍ଭବ ହୋଇଥିଲା। ପ୍ରତିପକ୍ଷ ଦଳର ପ୍ରଦୀପ ପ୍ରଧାନ ସର୍ବାଧିକ ୪ଟି, ଆଲୋକ ସାହୁ ୨ଟି ଓ ବସନ୍ତ ମହାନ୍ତି ଗୋଟିଏ ଉଇକେଟ ନେଇଥିଲେ। ପାନ୍ଥର୍ସ ଓପନିଂ ଯୋଡ଼ିରେ ୪୮ ରନ ଯୋଗକରି ବିଜୟ ପାଇଁ ପଥ ପରିଷ୍କାର କରିଥିଲା। ଆଲୋକ ସାହୁ ୧୧ ବଲ୍‌ରୁ ୨୩(୪ ଚୌକା) ରନ କରି ଆଉଟ ହୋଇଥିବାବେଳେ ଅଙ୍କିତ ସିଂ ୪୩(୪୫ ବଲ, ୬ ଚୌକା) ଓ ସିଦ୍ଧାନ୍ତ ଜେନା ୬୩(୩୯ ବଲ, ୫ ଚୌକା, ୫ ଛକା) ରନରେ ଅପରାଜିତ ରହି ଦଳକୁ ସହଜରେ ବିଜୟୀ କରାଇଥିଲେ। ପରାଜିତ ଦଳର ବାଦଲ ନିଶାଦ ଗୋଟିଏ ଉଇକେଟ ନେଇଥିଲେ। ୨୦ ରନ ବିନିମୟରେ ୪ ଉଇକେଟ ହାସଲ କରିଥିବା ବିଜୟୀ ଦଳର ପ୍ରଦୀପ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓଡ଼ିଶା ଚିତାସ ଓ ଟାଇଗର୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଟାଇଗର୍ସକୁ ହରାଇଲା ଚିତାସ୍‌
ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଚିତାସ୍‌ ୭ ରନରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚିତାସ ୨୦ ଓଭରରେ ୮ ଉଇକେଟ ହରାଇ ୧୫୪ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୪୫ ବଲ୍‌ରୁ ୬୫(୭ ଚୌକା, ୨ ଛକା), ସୌରଭ ଗୌଡ଼ ୩୧ ବଲ୍‌ରୁ ୩୯( ୪ ଚୌsକା, ୧ ଛକା) ଓ ଅନୁରାଗ ଷଡ଼ଙ୍ଗୀ ୧୭ ବଲ୍‌ରୁ ୨୨(୪ ଚୌକା) ରନ କରିଥିଲେ। ପ୍ରତିପକ୍ଷ ବୋଲରଙ୍କ ମଧ୍ୟରେ ଶେଖର ମାଝି ଓ ସଞ୍ଜୟ ଦାସ ୩ଟି ଲେଖାଏ ଏବଂ ବି. ଶିବା ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ଓଡ଼ିଶା ଟାଇଗର୍ସ ଓପନିଂ ଯୋଡ଼ିରେ ୧୫.୩ ଓଭରରୁ ୧୧୮ ରନ ଯୋଗ କରିଥିଲେ ହେଁ ପରବର୍ତ୍ତୀ ୨୪ ରନ ମଧ୍ୟରେ ୭ ଉଇକେଟ ହରାଇ ପରାଜୟ ବରଣ କରିଥିଲା। ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଦୁଇ ଓପନର ଆୟୂଷ ନାୟକ ୫୨(୫୩ ବଲ, ୫ ଚୌକା) ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୬୫(୪୫ ବଲ, ୭ ଚୌକା, ୨ ଛକା) ରନ ସ୍କୋର କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କରେ ପହଞ୍ଚତ୍ପାରି ନ ଥିଲେ। ବିଜୟୀ ଦଳର ମୃଣ୍ମୟ ତ୍ରିପାଠୀ ଓ ରାମଚନ୍ଦ୍ର ବେହେରା ୩ଟି ଲେଖାଏ ଏବଂ ଅଭିଷେକ ରାଉତ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?