Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଚିତାସ୍‌ର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଚିତାସ ୬ ଉଇକେଟରେ ଜାଗୁଆର୍ସକୁ ପରାସ୍ତ କରିଛି। ଜାଗୁଆର୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୪୩ ରନ କରିଥିବାବେଳେ ଚିତାସ ୧୮.୫ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପ୍ରତିଯୋଗିତାରେ ଓଡ଼ିଶା ଚିତାସର ଏହାଥିଲା ଦ୍ୱିତୀୟ ବିଜୟ। ଦଳ ଏହାର ପ୍ରଥମ ମ୍ୟାଚରେ ରବିବାର ୭ ରନରେ ଟାଇଗର୍ସକୁ ପରାସ୍ତ କରିଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଜାଗୁଆର୍ସ। ପ୍ରାରମ୍ଭିକ ଝଟ୍‌କା ଖାଇଥିଲେ ହେଁ ଦଳ ସୁନୀଲ ସାହୁଙ୍କ ୪୫(୩୪ ବଲ୍‌, ୫ ଚୌକା, ୧ ଛକା) ଓ ଗିରିଜା ରାଉତଙ୍କ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିଥିଲା। ଗିରିଜା ୫୩ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୫୧ ରନ କରିଥିଲେ। ସୁନୀଲ ଓ ଗିରିଜା ଦ୍ୱିତୀୟ ଉଇକେଟରେ ୭୧ ରନ ଯୋଗ କରିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାପରେ ଜାଗୁଆର୍ସ ଇନିଂସ ଦିଗହରା ହୋଇ ଯାଇଥିଲା। ପ୍ରତିପକ୍ଷ ଦଳର ରାମଚନ୍ଦ୍ର ବେହେରା ୩ଟି ଏବଂ ମନୋଜ ବାରିକ ୨ଟି ଉଇକେଟ ନେଇଥିଲେ। ୧୪୪ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚିତାସ ମଧ୍ୟ ଅନୁରୂପଭାବେ ମାତ୍ର ୧ ରନରେ ଓପନର ତଥା ଅଧିନାୟକ ଅନୁରାଗ ଷଡ଼ଙ୍ଗୀଙ୍କ ଉଇକେଟ ହରାଇ ଝଟ୍‌କା ଖାଇଥିଲା। ମାତ୍ର ମାରୋଜୁ ପ୍ରଶାନ୍ତଙ୍କ ଦ୍ରୁତ ୬୦(୪୩ ବଲ, ୨ ଚୌକା, ୪ ଛକା) ଏବଂ ରାମଚନ୍ଦ୍ରଙ୍କ ୩୬(୩୮ ବଲ, ୫ ଚୌକା) ବଳରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିତ୍ଥଲା। ଦ୍ୱିତୀୟ ଉଇକେଟରେ ଦୁହେଁ ୮୬ ରନ ଯୋଗକରି ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ମିଡିଲ ଅର୍ଡରରେ ସୌରଭ ଗୌଡ଼ ଖାତା ଖୋଲିପାରି ନ ଥିଲେ ହେଁ ଅଭିଷେକ ରାଉତ ୨୫(୧୬ ବଲ, ୩ ଚୌକା, ୧ ଛକା) ଓ ମୋଜାକିର ଖାଁ ୧୫(୧୦ ବଲ, ୧ ଚୌକା, ୧ ଛକା) ରନରେ ଅପରାଜିତ ରହି ଦଳର ବିଜୟକୁ ସହଜ କରିଥିଲେ। ପରାଜିତ ଦଳର ଲଗ୍ନଜିତ ସାମଲ ୨ଟି ଏବଂ ଅଭିଜିତ ବାରିକ ଓ ମନୋଜ କାଶ୍ୟପ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ବିଜୟୀ ଦଳର ରାମଚନ୍ଦ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଟାଇଗର୍ସକୁ ଜିତାଇଲେ ଅମିନ
ସୋମବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଅମିନ ଖାଁଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଓଡ଼ିଶା ଟାଇଗର୍ସ ୪ ଉଇକେଟରେ ଲାୟନ୍ସକୁ ପରାସ୍ତ କରିଛି। ଲାୟନ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୩୨ ରନ କରିଥିବାବେଳେ ଟାଇଗର୍ସ ୧୯.୪ ଓଭରରେ ୬ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲାୟନ୍ସର ଟପ୍‌ ଅର୍ଡର ଭଲ ଆରମ୍ଭ କରିଥିଲେ ହେଁ ମିଡିଲ ଅର୍ଡର ବିପର୍ଯ୍ୟୟ ଯୋଗୁ ରନହାର ଧିମେଇ ଯାଇଥିଲା। ତେବେ ଶେଷ ଭାଗ ଖେଳାଳି ଉପଯୋଗୀ ରନ ସଂଗ୍ରହ କରି ଦଳକୁ ୧୩୨ ପହଞ୍ଚାଇଥିଲେ। ଦୁଇ ଓପନର ଶୁଭ୍ରଜ୍ୟୋତି ମିଶ୍ର ୨୪, ସ୍ବସ୍ତିକ ସାମଲ ୨୧ ଓ ରାକେଶ ପଟ୍ଟନାୟକ ସର୍ବାଧିକ ୩୩ ରନ ସ୍କୋର କରିଥିଲେ। ସୁଜିତ ଲେଙ୍କା(୦), ବିଶ୍ୱଭୂଷଣ ବିହାରୀ(୩) ଓ ଦୀପକ ବେହେରା(୨) ଫେଲ୍‌ ମାରିଥିବାବେଳେ ବିକାଶ ରାଉତ ୨୪ ରନରେ ଅପରାଜିତ ରହିଥିଲେ। ବିପକ୍ଷ ଦଳର ରାଜକିଷନ ପଟେଲ ୨ଟି ଏବଂ ହର୍ଷିତ ରାଠୋଡ, ଶେଖର ମାଝି ଓ ବି. ଶିବା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୩୩ ରନ ବିଜୟ ଲକ୍ଷ୍ୟରେ ଟାଇଗର୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଅମିନ ଖାଁ ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ୧୭ ଓଭର ଶେଷ ବେଳକୁ ଟାଇଗର୍ସ ୫ ଉଇକେଟ ହରାଇ ମାତ୍ର ୯୮ ରନ କରିଥିଲା। ମାତ୍ର ନଉତ୍ତମ ଭଞ୍ଜ ବୋଲିଂ କରିଥିବା ୧୮ତମ ଓଭରରୁ ଅମିନ ଖାଁ ୩ ଛକା ସହ ୨୪ ରନ ସଂଗ୍ରହ କରି ମ୍ୟାଚକୁ ନିୟନ୍ତ୍ରଣକୁ ନେଇ ଆସିଥିଲେ। ସେ ୩୪ ବଲ୍‌ରୁ ୫ ଚୌକା ଓ ୫ ଛକା ସହାୟତାରେ ୬୪ ରନ କରି ସେହି ଓଭରରେ ରନ୍‌ଆଉଟ ହୋଇ ଯାଇଥିଲେ। ଲାୟନ୍ସ ଦଳର ରାକେଶ ପଟ୍ଟନାୟକ ୨ଟି ଏବଂ ଆଲୋକ ମଙ୍ଗରାଜ, ଶିବାଶିଷ ସାହୁ ଓ ନଉତ୍ତମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri