Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଚିତାସ୍‌ର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଚିତାସ ୬ ଉଇକେଟରେ ଜାଗୁଆର୍ସକୁ ପରାସ୍ତ କରିଛି। ଜାଗୁଆର୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୪୩ ରନ କରିଥିବାବେଳେ ଚିତାସ ୧୮.୫ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପ୍ରତିଯୋଗିତାରେ ଓଡ଼ିଶା ଚିତାସର ଏହାଥିଲା ଦ୍ୱିତୀୟ ବିଜୟ। ଦଳ ଏହାର ପ୍ରଥମ ମ୍ୟାଚରେ ରବିବାର ୭ ରନରେ ଟାଇଗର୍ସକୁ ପରାସ୍ତ କରିଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଜାଗୁଆର୍ସ। ପ୍ରାରମ୍ଭିକ ଝଟ୍‌କା ଖାଇଥିଲେ ହେଁ ଦଳ ସୁନୀଲ ସାହୁଙ୍କ ୪୫(୩୪ ବଲ୍‌, ୫ ଚୌକା, ୧ ଛକା) ଓ ଗିରିଜା ରାଉତଙ୍କ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିଥିଲା। ଗିରିଜା ୫୩ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୫୧ ରନ କରିଥିଲେ। ସୁନୀଲ ଓ ଗିରିଜା ଦ୍ୱିତୀୟ ଉଇକେଟରେ ୭୧ ରନ ଯୋଗ କରିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାପରେ ଜାଗୁଆର୍ସ ଇନିଂସ ଦିଗହରା ହୋଇ ଯାଇଥିଲା। ପ୍ରତିପକ୍ଷ ଦଳର ରାମଚନ୍ଦ୍ର ବେହେରା ୩ଟି ଏବଂ ମନୋଜ ବାରିକ ୨ଟି ଉଇକେଟ ନେଇଥିଲେ। ୧୪୪ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚିତାସ ମଧ୍ୟ ଅନୁରୂପଭାବେ ମାତ୍ର ୧ ରନରେ ଓପନର ତଥା ଅଧିନାୟକ ଅନୁରାଗ ଷଡ଼ଙ୍ଗୀଙ୍କ ଉଇକେଟ ହରାଇ ଝଟ୍‌କା ଖାଇଥିଲା। ମାତ୍ର ମାରୋଜୁ ପ୍ରଶାନ୍ତଙ୍କ ଦ୍ରୁତ ୬୦(୪୩ ବଲ, ୨ ଚୌକା, ୪ ଛକା) ଏବଂ ରାମଚନ୍ଦ୍ରଙ୍କ ୩୬(୩୮ ବଲ, ୫ ଚୌକା) ବଳରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିତ୍ଥଲା। ଦ୍ୱିତୀୟ ଉଇକେଟରେ ଦୁହେଁ ୮୬ ରନ ଯୋଗକରି ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ମିଡିଲ ଅର୍ଡରରେ ସୌରଭ ଗୌଡ଼ ଖାତା ଖୋଲିପାରି ନ ଥିଲେ ହେଁ ଅଭିଷେକ ରାଉତ ୨୫(୧୬ ବଲ, ୩ ଚୌକା, ୧ ଛକା) ଓ ମୋଜାକିର ଖାଁ ୧୫(୧୦ ବଲ, ୧ ଚୌକା, ୧ ଛକା) ରନରେ ଅପରାଜିତ ରହି ଦଳର ବିଜୟକୁ ସହଜ କରିଥିଲେ। ପରାଜିତ ଦଳର ଲଗ୍ନଜିତ ସାମଲ ୨ଟି ଏବଂ ଅଭିଜିତ ବାରିକ ଓ ମନୋଜ କାଶ୍ୟପ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ବିଜୟୀ ଦଳର ରାମଚନ୍ଦ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଟାଇଗର୍ସକୁ ଜିତାଇଲେ ଅମିନ
ସୋମବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଅମିନ ଖାଁଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଓଡ଼ିଶା ଟାଇଗର୍ସ ୪ ଉଇକେଟରେ ଲାୟନ୍ସକୁ ପରାସ୍ତ କରିଛି। ଲାୟନ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୩୨ ରନ କରିଥିବାବେଳେ ଟାଇଗର୍ସ ୧୯.୪ ଓଭରରେ ୬ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲାୟନ୍ସର ଟପ୍‌ ଅର୍ଡର ଭଲ ଆରମ୍ଭ କରିଥିଲେ ହେଁ ମିଡିଲ ଅର୍ଡର ବିପର୍ଯ୍ୟୟ ଯୋଗୁ ରନହାର ଧିମେଇ ଯାଇଥିଲା। ତେବେ ଶେଷ ଭାଗ ଖେଳାଳି ଉପଯୋଗୀ ରନ ସଂଗ୍ରହ କରି ଦଳକୁ ୧୩୨ ପହଞ୍ଚାଇଥିଲେ। ଦୁଇ ଓପନର ଶୁଭ୍ରଜ୍ୟୋତି ମିଶ୍ର ୨୪, ସ୍ବସ୍ତିକ ସାମଲ ୨୧ ଓ ରାକେଶ ପଟ୍ଟନାୟକ ସର୍ବାଧିକ ୩୩ ରନ ସ୍କୋର କରିଥିଲେ। ସୁଜିତ ଲେଙ୍କା(୦), ବିଶ୍ୱଭୂଷଣ ବିହାରୀ(୩) ଓ ଦୀପକ ବେହେରା(୨) ଫେଲ୍‌ ମାରିଥିବାବେଳେ ବିକାଶ ରାଉତ ୨୪ ରନରେ ଅପରାଜିତ ରହିଥିଲେ। ବିପକ୍ଷ ଦଳର ରାଜକିଷନ ପଟେଲ ୨ଟି ଏବଂ ହର୍ଷିତ ରାଠୋଡ, ଶେଖର ମାଝି ଓ ବି. ଶିବା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୩୩ ରନ ବିଜୟ ଲକ୍ଷ୍ୟରେ ଟାଇଗର୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଅମିନ ଖାଁ ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ୧୭ ଓଭର ଶେଷ ବେଳକୁ ଟାଇଗର୍ସ ୫ ଉଇକେଟ ହରାଇ ମାତ୍ର ୯୮ ରନ କରିଥିଲା। ମାତ୍ର ନଉତ୍ତମ ଭଞ୍ଜ ବୋଲିଂ କରିଥିବା ୧୮ତମ ଓଭରରୁ ଅମିନ ଖାଁ ୩ ଛକା ସହ ୨୪ ରନ ସଂଗ୍ରହ କରି ମ୍ୟାଚକୁ ନିୟନ୍ତ୍ରଣକୁ ନେଇ ଆସିଥିଲେ। ସେ ୩୪ ବଲ୍‌ରୁ ୫ ଚୌକା ଓ ୫ ଛକା ସହାୟତାରେ ୬୪ ରନ କରି ସେହି ଓଭରରେ ରନ୍‌ଆଉଟ ହୋଇ ଯାଇଥିଲେ। ଲାୟନ୍ସ ଦଳର ରାକେଶ ପଟ୍ଟନାୟକ ୨ଟି ଏବଂ ଆଲୋକ ମଙ୍ଗରାଜ, ଶିବାଶିଷ ସାହୁ ଓ ନଉତ୍ତମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri